ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଷ୍କର୍ମ ପୀଡିତାକୁ ନ୍ୟାୟ ଦେବା ପାଇଁ ଜୁନାଗଡ ପୋଲିସ କୁ ଦାବୀପତ୍ର ଦେଲା କଳାହାଣ୍ଡି ବଙ୍କା ସମାଜ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ 

ଦୁଷ୍କର୍ମ ପୀଡିତାକୁ ନ୍ୟାୟ ଦେବା ପାଇଁ ଜୁନାଗଡ ପୋଲିସ କୁ ଦାବୀପତ୍ର ଦେଲା କଳାହାଣ୍ଡି ବଙ୍କା ସମାଜ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ 

ଜୁନାଗଡ଼,୧୦/୪(ମନୀସ)ଗତ ତା ୨୬,୩,୨୦୨୫ ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ମିଚା ଗାଁ ଠାରେ ଏକ ଗଣ ବଳାତ୍କାର ହୋଇଥିଲା,ପୀଡିତା କହିବା ହିସାବରେ ଗାଁ ରେ ଏକ ନାଟକ କାର୍ଯ୍ୟକ୍ରମ ହେଉଥିଲା କାର୍ଯ୍ୟକ୍ରମ ଦେଖିବାକୁ ଏକାକୀ ଯାଉଥିଲା ସମୟରେ ଏକାକୀ ପାଇ ତୁଲସୀ ନାମକ ପିଲା ଜଣକ ଝିଅ କୁ ଖାଇବା ଜିନିଷ ଦେବା ବାହାନାରେ ନିଶା ମିଶାଇ ଦେଲେ,,ତାପରେ ଝିଅ କୁ ଟେକି ନେଇ ଗଣବଳାତ୍କାର କଲେ ଚାରିଜଣ ବ୍ୟକ୍ତି ଦୁଷ୍କର୍ମ କରିବା ପର୍ଯ୍ଯନ୍ତ ଚେତା ଥିବା ଯୋଗୁଁ ଦୁଷ୍କର୍ମ କାରି ମାନଙ୍କୁ ଚିହ୍ନିଲା ତାପରେ ଝିଅ ଅଚେତ ହୋଇ ଯାଇଥିଲା,। ଦୁଷ୍କର୍ମକାରି ମାନେ ବିଜେଡି ଦଳ କର୍ମକର୍ତ୍ତା ପ୍ରଭାବି ଲୋକ ମାନେ ହୋଇ ଥିବାରୁ ଝିଅ ପରିବାର ଲଜ୍ଜା ଭୟରେ ଡରି ଥାନାରେ ଅଭିଯୋଗ କରି ନ ଥିଲେ,ବଳାତ୍କାରର ତିନି ଦିନ ପରେ ବି ପୀଡିତାର ରକ୍ତସ୍ରାବ ବନ୍ଦ ନ ହେବାରୁ ଜୁନାଗଡ ହସ୍ପିଟାଲ ଆଣି ଥିଲେ,,,ଡକ୍ଟର ପୀଡିତାକୁ ଦେଖି ବଳାତ୍କାର ହୋଇଛି ଜାଣି ପୋଲିସ କୁ ଜଣାଇଲେ,, ତାପରେ ୪ ତାରିଖ ରେ ପୀଡିତା ପରିବାର ଏଫଆଇଆର ଦେଲେ କିନ୍ତୁ ଖବର ବାହାରିବା ପରେ ଏବଂ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ହସ୍ତକ୍ଷେପ କଲାପରେ ପୋଲିସ ସକ୍ରିୟ ହୋଇ ଚାରିଜଣ ଅଭିଯୁକ୍ତ କୁ ଗିରଫ୍ କରି କୋର୍ଟ ଚଳାଣ କରିଛି ।ହେଲେ ଘଟଣା ର ଉପଯୁକ୍ତ ତଦନ୍ତ ସହ ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ସହ ଉଚିତ୍ ଦଫା ଲଗେଇବା ଦାବିରେ ଆଜି କଳାହାଣ୍ଡି ବଙ୍କା ସମାଜ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଜୁନାଗଡ ଥାନା ରେ ଦାବୀପତ୍ର ଦେଇଛନ୍ତି ।ପୋଲିସ ଜଦୀ କେସରେ ଉପଯୁକ୍ତ ଦଫା ନ ଲଗାଇ ଚାର୍ଜ ସିଟ ପଠେଇବ ତାହା ହେଲେ ଆଗକୁ ରାଜରାସ୍ତାରେ ଗଣ ଆନ୍ଦୋଳନ ହେବ ବୋଲି ବଙ୍କା ସମାଜ ଓ ଏସ୍ ସି ସମାଜ ସଭାପତି ମାନେ କହିଛନ୍ତି,। ବଙ୍କା ସମାଜ ସଭାପତି ବିମ୍ବାଧର ପ୍ରଧାନୀ,ସମ୍ପାଦକ ଜାମିନୀ କାନ୍ତ ଲେଞ୍ଜିଆ,,ଉପସଭାପତି ବାମଦେବ ପୁଝାରୀ ,ବିରେନ୍ଦ୍ର ବେହେରୁକ,,କଣ୍ଠେସ୍ଵର ପୁଝାରୀ,,ରାଜେନ୍ଦ୍ର ମହାଲିକ,,ନବୀନ ପ୍ରଧାନୀ,,ଆଇନଜୀବୀ ଗୁଣନିଧି ପ୍ରଧାନୀ,,,ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ସଭାପତି ଧନଞ୍ଜୟ ଦୀପ୍, ସତ୍ୟ ବୈଶ୍ୟ,,ସୁନ୍ଦର ଲାଲ କୁମାର,,ବଙ୍କା ସମାଜ ର ଶତାଧିକ ସଦସ୍ଯ ସଦସ୍ୟା ଉପସ୍ଥିତ ଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅଲ୍ ଓଡିଶା ଇ.ପି.ଏଫ ପେନସନ୍ ଆସୋସିଏସନ୍ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ 

masiha

ଦୀର୍ଘ ଦିନ ହେବ ଗାଁ’ରେ ଜଳୁନି ଷ୍ଟ୍ରିଟ୍ ଲାଇଟ

Sunil Chandra Nayak

ଉତ୍କଳ ଆଲୁମିନା ପକ୍ଷରୁ ରାୟଗଡାର ଚନ୍ଦ୍ରଗିରିରେ ମଲ୍ଟିସ୍ପେଶାଲିଟି ସ୍ବାସ୍ଥ୍ୟସେବା ଶିବିର

masiha

Leave a Comment

error: Content is protected !!