ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକ ଉତ୍ସବ 

ମାନଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକ ଉତ୍ସବ 

ଜୁନାଗଡ଼(ମ ନି ସ):୧୦/୪: ଗୁରୁବାର ଦିନ ମାନଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗ୍ରୀଣ୍ଡୋଲ କ୍ଲଷ୍ଟର ସ୍ଥିତ ମାନଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନାଦି ରାଉତ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ସହଗୋଷ୍ଠି ଅଧିକାରୀ ଶ୍ରୀମତୀ ଲିନା ଦାସ। ସମ୍ମାନୀତ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ର ବରିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଅଗ୍ରୱାଲ ଓ ମୂଖ୍ୟ ବକ୍ତା ଗ୍ରୀଣ୍ଡୋଲ କ୍ଲଷ୍ଟର ସିଆରସିସି ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ , ଅନ୍ୟତମ ସମ୍ମାନିତ ଅତିଥି ଡାଲଟନ ମଂଗରାଜ , ତରଙ୍ଗ ମହାନନ୍ଦ, ସଭାପତି ତିଲକରାମ ପଟେଲ ଯୋଗଦେଇଥିବା ବେଳେ ସ୍କୁଲ ର ସହ ଶିକ୍ଷକ ଅରବିନ୍ଦ ପଟେଲ,ମାନସ ରଞ୍ଜନ ପଟେଲ, ଜଲନ୍ଧର ନାୟକ, ଲିପିକା ଆଚାର୍ଯ୍ୟ , ଧବଳେଶ୍ଵର ମେହେର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସହ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମି ରେଖା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ଏଵଂ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ କରିଥିଲେ। ସମସ୍ତ ଅତିଥି ବୃନ୍ଦଙ୍କୁ ପ୍ରଧାନ ଶିକ୍ଷକ ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ l ବାର୍ଷିକ ଉତ୍ସବର ଉଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ ଉପସ୍ଥାପନା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ମନଯୋଗ ସହକାରେ ପାଠ ପଢ଼ି ଭଲ ମଣିଷ ହେବାପାଇଁ ଉତ୍ସାହିତ କରିଥିଲେ ସେହିପରି ଶ୍ରୀମତୀ ଲିନା ଦାସ ମହୋଦୟା ମୁଖ୍ୟମନ୍ତ୍ରୀ ଙ୍କ ବାର୍ତା ଶିଶୁ ବାଟିକା ପାଇଁ ପଢି ଶୁଣାଇଥିଲେ ଏବଂ କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷକ, ଅନେକ ଲୋକ ସାହାଯ୍ୟ କରିଥିଲେ l କାଯ୍ୟକ୍ରମ ଶେଷରେ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଶେଷରେ ପ୍ରତିଯୋଗିତାରେ ଭାଗ ନେଇଥିବା କୃତିତ୍ଵ ଛାତ୍ରଛାତ୍ରୀ ଙ୍କୁ ମଞ୍ଚାସିନ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା l ଏହି କାଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଗ୍ରାମର ଭଦ୍ରବ୍ୟକ୍ତିମାନେ ସମ୍ପୂର୍ଣ ସହଯୋଗ କରିଥିଲେ l ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଂଗ କରିଥିଲେ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ଜାତୀୟ ସ୍ତରୀୟ ଧର୍ତି ଆବା ଜନଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଶାର ସଫଳତା

Sunil Chandra Nayak

ବିଷ୍ଣୁ ଭାଇଙ୍କ ବିୟୋଗରେ ଆଦର୍ଶ ପାଠାଗାରର ଶୋକ

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୩୧ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!