ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦିତନଗର ସରକାରୀ ହାଇସ୍କୁଲରେ ଇ – ୱେଷ୍ଟ କର୍ମଶାଳା ଅନୁଷ୍ଠିତ 

ଉଦିତନଗର ସରକାରୀ ହାଇସ୍କୁଲରେ ଇ – ୱେଷ୍ଟ କର୍ମଶାଳା ଅନୁଷ୍ଠିତ 

ରାଉରକେଲା: ହୁଲାଡ଼େକ ଏବଂ ୱାଇ.ଏମ.ଏଫ.ଆଇ ର ମିଳିତ ସହଯୋଗରେ ସ୍ଥାନୀୟ ଉଦିତନଗର ସରକାରୀ ହାଇସ୍କୁଲରେ ଇ – ୱେଷ୍ଟ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ଗାୟତ୍ରୀ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସେ ତାଙ୍କ ବକ୍ତବ୍ୟ ରେ କହିଲେଯେ, ସମ୍ପ୍ରତି ବିଭିନ୍ନ ବର୍ଜ୍ୟ ବସ୍ତୁ ଆମ ପରିବେଶ କୁ ପ୍ରଦୂଷିତ କରୁଛି କ୍ଷ ଇ – ୱେଷ୍ଟ ମଧ୍ୟ ଏକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି କ୍ଷ ଦିନକୁ ଦିନ ମୋବାଇଲ ଫୋନ୍‌, କମ୍ପୁଟର ସହ ଇଲେକ୍ଟ୍ରି ଓ ଇଲେକ୍ଟ୍ରୋନିକ୍ସ ଉପକରଣ ର ବ୍ୟବହାର ବୃଦ୍ଧି ପାଇ ଚାଲିଛି, ଫଳରେ ଅଚଳ କିମ୍ବା ଅବ୍ୟବହୃତ ଉପକରଣ ଗୁଡିକୁ ଏଣେ ତେଣେ ନ ଫୋପାଡ଼ି ସେଗୁଡିକୁ ଉପଯୁକ୍ତ ପ୍ରଣାଳୀ ରେ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ l ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସ୍ୱାଗତ ଭାଷଣ ପ୍ରଦାନ ସହ ବିଷୟ ବସ୍ତୁ ସମ୍ପର୍କ ରେ ଆଲୋକପାତ କରିଥିଲେ l 

ଆମ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଜୀବନ ଶୈଳୀ ଆପଣାଇବାକୁ ସେ ଆହ୍ୱାନ କରିଥିଲେ l ୱାଇଏମଏଫ ର ଚେୟାରମ୍ୟାନ ଇଂ ନଳିନୀ କାନ୍ତ ଧର ଏଥିରେ ଅଧକ୍ଷତା କରିବା ସହ ନିଜ ବକ୍ତବ୍ୟରେ କହିଲେଯେ, ସାମ୍ପ୍ରତି ଇଲେକ୍ଟ୍ରିକ ଓ ଇଲେକ୍ଟ୍ରୋନିକ୍ସ ବର୍ଜ୍ୟ ବସ୍ତୁ ଭାରତ ରେ ସମସ୍ୟା ଭାବେ ଉଭା ହେଉଛି l ଏଦିଗରେ ବିଭିନ୍ନ ମହାଲରେ ସଚେତନତା ଜାଗ୍ରତ ହେଲେ ହିଁ ଏହାର ସମାଧାନ ବାଟ ବାହାରି ପାରିବ ବୋଲି କହିଥିଲେ ହୁଳଡ଼େକ କମ୍ପାନୀ ର ରିସୋର୍ଷ ପାର୍ସନ ସୁଶ୍ରୀ ଏପ୍ସିତା ପରିଡା ପି ପି ଟି ଉପସ୍ଥାପନ ପୂର୍ବକ ଇ ୱେଷ୍ଟ ର ସଂଜ୍ଞା, ପ୍ରକାର ଭେଦ, ବ୍ୟବହାର, ସମସ୍ୟା, ଅଚଳ ଉପକରଣ ର ପରିଚାଳନା ପ୍ରଭୃତି ସମ୍ପର୍କ ରେ ବିଷଦ ଭାବେ ବୁଝାଇଥିଲେ କ୍ଷ ହାଇସ୍କୁଲ ର ଶିକ୍ଷକବୃନ୍ଦ ଓ ଅନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଏହି କର୍ମଶାଳାରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଫୁଲବାଣୀ ପବ୍ଲିକ ସ୍କୁଲ ରେ ବାର୍ଷିକ ଉତ୍ସବ ୨୦୨୩ ଅନୁଷ୍ଠିତ

Sunil Chandra Nayak

ପୋଡାଅସ୍ତିଆ ଗ୍ରାମରେବର୍ଷ ବର୍ଷ ଧରି ପିଇବା ପାଣି ସମସ୍ୟା କୁ ନେଇ ଗ୍ରାମବାସୀଙ୍କ ରାସ୍ତାରୋକ

Sunil Chandra Nayak

-କଳାହାଣ୍ଡି ଉତ୍ସବ ସାରା ଦେଶରେ ସର୍ବୋତ୍ତମ ମହୋତ୍ସବର ମାନ୍ୟତା ପାଇବ

masiha

Leave a Comment

error: Content is protected !!