ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ବିଷୁବ ମିଳନ ଆସନ୍ତା ୧୪ ରେ……

ଆଦର୍ଶ ପାଠାଗାରର ବିଷୁବ ମିଳନ ଆସନ୍ତା ୧୪ ରେ……

ରାଉରକେଲା: ସହରର ସର୍ବପୂରାତନ ଓଡ଼ିଆ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମହା ବିଷୁବ ମିଳନ ତଥା ପଣା ସଂକ୍ରାନ୍ତି ଆସନ୍ତା ୧୪ ତାରିଖ ଦିନ ସନ୍ଧ୍ୟା ବେଳେ ଭଞ୍ଜଭବନ ପରିସରରେ ଥିବା ଆଦର୍ଶ ସାହିତ୍ୟ ଘର ଠାରେ ପାଳନ କରାଯିବ ବୋଲି ପାଠାଗାରରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି। ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଙ୍କୁ ବିଷୁବ ସମ୍ମାନ ୨୦୨୫ ରେ ସମ୍ମାନିତ କରାଯିବ। ଏହା ସହ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଚନ୍ଦନ ସ୍ମୃତି ପୁରସ୍କାର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପଣା ବଣ୍ଟନ କରାଯିବା ସହ ଏକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପ୍ରସ୍ତୁତି ବୈଠକରେ ଶ୍ରୀ ଶତପଥୀ, ଶ୍ରୀ ଖୁଣ୍ଟିଆଙ୍କ ବ୍ୟତୀତ ସର୍ବଶ୍ରୀ ରାଧାକାନ୍ତ ମିଶ୍ର,ବିଜୟ କୁମାର ପାତ୍ର, ପଞ୍ଚାନନ ପାତ୍ର, ଜ୍ୟୋତିରଞ୍ଜନ ମହାପାତ୍ର, ଡ଼ା ବସନ୍ତ କୁମାର ଦାସ, କୁଞ୍ଜବିହାରୀ ରାଉତ, ପର୍ଶୁରାମ ପଟ୍ଟନାୟକ, ପ୍ରଦୀପ କୁମାର ପଟ୍ଟନାୟକ, ଦୀନବନ୍ଧୁ ରଥ,ଟୁକୁଲା ପାଢ଼ୀ, ଏମ୍ ପଣ୍ଡା, ଟି ମଧୁସୂଦନ ପ୍ରମୁଖ ଉପସ୍ଥିତ ରହି ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ସାହିତ୍ୟିକ, କବି ତଥା ଅନ୍ୟମାନେ ଯୋଗଦେବାପାଇଁ ପାଠାଗାର ତରଫରୁ ଅନୁରୋଧ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କୁ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଦ୍ୱାରା କାର୍ଡ ବଣ୍ଟନ

Sunil Chandra Nayak

ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସତସଙ୍ଗ ଦକ୍ଷିଣ ରାଉରକେଲାରେ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

Leave a Comment

error: Content is protected !!