ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଜିଲ୍ଲାରେ “ଲୋକକଳା ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼ ଜିଲ୍ଲାରେ “ଲୋକକଳା ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ୧୦/୦୪:୨୫ : ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଦଶମ ଦିବସ ରେ ଆଜି “ଲୋକକଳା ପାଇଁ ଦିନଟିଏ” ଭାବରେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବଡ଼ଗାଁ ବ୍ଲକ ସ୍ଥିତ ଏକମା ଗ୍ରାମ ପଞ୍ଚାୟତ ଠାରେ ଥିବା କଳାଗ୍ରାମ ଠାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହା ଛଡ଼ା ସମସ୍ତ ବ୍ଲକରେ ମଧ୍ୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ତତ୍ତ୍ଵାବଧାନରେ “ଲୋକକଳା ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

     ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଲୋକକଳା ଗୁଡ଼ିକର ସଂରକ୍ଷଣ, ପ୍ରଚାର ପ୍ରସାର ଉପରେ ଅତିଥି ମାନେ ନିଜ ବକ୍ତବ୍ୟ ରଖିଥିଲେ। ସେହିଭଳି କଳାକାର ମାନଙ୍କ ବିକାଶ ଦିଗରେ ବିଶେଷ ଧ୍ୟାନ ଦିଆଯିବା ନେଇ ଆଲୋଚନା କରାଯାଇଥିଲା । ଓଡ଼ିଶାର ଲୋକକଳା ଏବଂ ଲୋକସଂସ୍କୃତିକୁ ବଜାୟ ରଖିବା ପାଇଁ ଆଜିର ଦିନଟିକୁ ଲୋକକଳା ପାଇଁ ଦିନଟିଏ ଭାବରେ ପାଳନ କରାଯାଉଛି । ସମସ୍ତେ ଏକତ୍ରିତ ହୋଇ ଆମ ପରମ୍ପରା, ଆମ ସଂସ୍କୃତି ଓ ଆମ ଲୋକକଳା ପାଇଁ ଏହି ଦିନଟିକୁ ଉତ୍ସର୍ଗ କରିବା ଆବଶ୍ୟକ। ଏହି ଅବସରରେ କଳାକାରମାନେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ, ଗୀତ ଗାଇ ବିଭିନ୍ନ ଲୋକ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଜିଲ୍ଲାର ସମସ୍ତ ବରିଷ୍ଠ ଲୋକ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ରାଜ୍ୟ ସରକାରଙ୍କ ଏହି ଅଭିନବ ପଦକ୍ଷେପ କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ଲୋକକଳାର ପ୍ରଚାର ପ୍ରସାର ପାଇଁ ଅଧିକ ପ୍ରେରଣା ଯୋଗାଇଛି ବୋଲି ବରିଷ୍ଠ କଳାକାର ମାନେ ମତ ରଖିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଵିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା 

masiha

ସମ୍ବଲପୁର ରାଲି ଗଣ୍ଡଗୋଳ ଘଟଣା ପ୍ରତିବାଦକୁ ନେଇ ଦେବସେନା ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର 

Sunil Chandra Nayak

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଜୁନାଗଡ଼ ରେ ଅର୍ପଣ ରଥ ପରିକ୍ରମା ସମ୍ପନ୍ନ

masiha

Leave a Comment

error: Content is protected !!