ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଏମ ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ ଲିମିଟେଡ,ବାଦାମ ପାହାଡ଼ ତରଫରୁ ରାଇରଙ୍ଗପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନଙ୍କୁ ୧୩୦୦ ଟିଫିନ୍ ବକ୍ସ ଓ ପାଣି ବୋତଲ ସହାୟତା 

ଜିଏମ ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ ଲିମିଟେଡ,ବାଦାମ ପାହାଡ଼ ତରଫରୁ ରାଇରଙ୍ଗପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନଙ୍କୁ ୧୩୦୦ ଟିଫିନ୍ ବକ୍ସ ଓ ପାଣି ବୋତଲ ସହାୟତା 

ମୟୂରଭଞ୍ଜ -୧୦/୦୪  // ରାଇରଙ୍ଗପୁର ଗଢ ଗ୍ରାମର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମୟୂରଭଞ୍ଜ ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ।ଏହା ମୟୂରଭଞ୍ଜ ଜିଲ୍ଲାର ଵାମନଘାଟୀ ଉପଖଣ୍ଡର ସମସ୍ତ ସରକାରୀ ବିଦ୍ୟାଳୟକୁ ୧୦ ମ ପରୀକ୍ଷା ବୋର୍ଡରେ ଦିର୍ଘ ୧୫ ବର୍ଷ ଧରି ପଛରେ ପକାଇ ଆଗକୁ ବଢି ଚାଲିଛି ।ଏହି ବିଦ୍ୟାଳୟରେ ୧୩୦୦ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ସେମାନଙ୍କୁ ଅଧିକ ପାଠ ନିବେଶ ପାଇଁ ଉତ୍ସାହିତ କରାଇବା ପାଇଁ ଓଡ଼ିଶାର ତଥା ମୟୂରଭଞ୍ଜ ଜିଲ୍ଲାର ବାଦାମାପାହାଡ ଅଂଚଳର ଜିଏମ ଆଇରନ ସନ୍ସ ପ୍ରାଇଭେଟ୍ ଲିମିଟେଡ ତରଫରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ଆବଶ୍ୟକୀୟ ଉପକରଣ ବଣ୍ଟନ କରାଯାଇଛି । ସୂଚନାଯୋଗ୍ୟ ଏହି କମ୍ପାନୀ ର ଡାଇରେକ୍ଟର ସେବା ନିବୃତ ଆଇପିଏସ୍ କାମ୍ଯା ମିଶ୍ରା,ସୁନିତା ମିଶ୍ରା, ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ନଗର ବିଜେପି ସଭାପତି ସୁରଥ ପଟ୍ଟନାୟକ, ସମାଜସେବୀ ସୁରେନ୍ଦ୍ର ଚୋବେ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ ।କଠିନ ପରିଶ୍ରମ, ଶୃଙ୍ଖଳା, ଗୁରୁଭକ୍ତି,ଅଭ୍ୟାସ , ଜିଜ୍ଞାସା ବଳରେ ଜୀବନରେ ଶୀର୍ଷ ସ୍ଥାନରେ ପହଞ୍ଚିବା ସହ ଏକ ସଫଳ ମିଷ ହୋଇ ପାରିବ ବୋଲି ଉତ୍ସାହିତ କରିଥିଲେ ।ପରେ ୧୩୦୦ ଛାତ୍ରଛାତ୍ରୀମାନଙ୍କୁ ଟିଫିନ୍ ବକ୍ସ ଏବଂ ପାଣି ବୋତଲ ବଣ୍ଟନ କରିଥିଲେ ।ତଦସହ ଅଁଳାଡୁବାସ୍ଥ ପୁରାତନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଏକ ଶୌଚାଳୟ ନିର୍ମାଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଛାତ୍ରଛାତ୍ରୀମାନେ ଟିଫିନ୍ ବକ୍ସ,ପାଣି ବୋତଲ ପାଇଁ ବହୁ ଆନନ୍ଦିତ ହୋଇ ଘରକୁ ଫେରିଥିଲେ । ସୂଚନାଯୋଗ୍ୟ ରାଇରଙ୍ଗପୁର ମାଟିର ସୁଯୋଗ୍ୟ କନ୍ୟା କାମ୍ଯା ମିଶ୍ର ମାତ୍ର ୨୨ ବର୍ଷ ବୟସରେ ଆଇପିଏସ୍ ହୋଇ ଅଂଚଳର ଗୌରବାନ୍ବିତ କରିଥିଲେ ।ସେ ବିହାର କେଡରରେ ଆପିଏସ ଭାବେ ଦକ୍ଷ ପୋଲିସ ପ୍ରଶାସିକା ଭାବରେ ନିଷ୍ଠାର ଦାୟିତ୍ଵ ତୁଲାଇ ପ୍ରଶଂସା ଅର୍ଜନ କରିଥିଲେ ।। ସେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଓ ମାଟିର ବିକାଶ ପାଇଁ ଲୋଭନୀୟ ଆଇପିଏସ୍ ଚାକିରୀ ଛାଡ଼ି ସମାଜ ସେବାରେ ନିଜକୁ ନିୟୋଜିତ କରିବା ସହ ନିଜ ପିତା ରାଜୁ ମିଶ୍ରାଙ୍କ ଖଣି ବ୍ୟବସାୟ ଦାୟିତ୍ଵ ନେବାପାଇଁ ଆଗକୁ ଆସିଛନ୍ତି । ତାଙ୍କ ସ୍ଵାମୀ ମଧ୍ୟ ଵିହାର କେଡରର ଆଇପିଏସ୍ ଅଫିସର । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ପରିବହନ ବିଭାଗ ତରଫରୁ ଗାଡି ତଲାସୀ ଓ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ଅକ୍ଷୟ ତୃତୀୟା ଅବସରରେ ଚାଷୀ ମାନଙ୍କୁ ସି ଏମ କିଷ।ନ ଅନ୍ତର୍ଗତ ସହାୟତା ରାଶି ପ୍ରଦାନ

masiha

ଜିଲ୍ଲା ରେଡ଼କ୍ରସ ସଂସ୍ଥାର ସାଧାରଣ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!