ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀରାମ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ପ୍ରତିଷ୍ଠା ଦିବସ 

ଶ୍ରୀରାମ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ପ୍ରତିଷ୍ଠା ଦିବସ 

କଟକ : ୪୨ ମୌଜାର ଶ୍ରୀରାମ ଗ୍ରାମରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଅବିନାଶ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ମୁଖ୍ୟ ବକ୍ତା ଭାବେ ପ୍ରଧ୍ୟାପକ ଡ.ଏସକେ କଲିମୁଲ୍ଲା,ସମ୍ମାନିତ ଅତିଥି ଭାବେ ବିଇଓ ଅନନ୍ତ ଚରଣ ଦେହୁରି, ବେଣ୍ଟକାର ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷକ କଳ୍ପତରୁ ପାଗଲ,ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା,ଶିକ୍ଷାବିତ୍ ସ୍ଵାଧୀନ ଶେଖର ଷଡ଼ଙ୍ଗୀ ଓ ସରପଞ୍ଚ ରବି ନାରାୟଣ ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ବିଦ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇ ଯାଇଥିବା ୨୨ ଟି ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ପତିତପାବନ ମହାପାତ୍ର, ଅଜିତ ନାଟିଆ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମାନ୍ୟବର ରାଷ୍ଟ୍ରପତିଙ୍କୁ ବ୍ରହ୍ମପୁର ରେଳଷ୍ଟେସନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ମିନାକ୍ଷୀନଗରରେ ଛୋଟଛୁଆଙ୍କୁ ଚକଲେଟ ବାଣ୍ଟିଲେ ମାନ୍ୟବର ରାଷ୍ଟ୍ରପତି 

Sunil Chandra Nayak

ମହାନ ଲୋକନାଟ୍ୟ ଦଣ୍ଡ ସମାଜ ର ଜିଲ୍ଲା ଜାଗରଣ ମଞ୍ଚ ପକ୍ଷରୁ ଚିନ୍ତନ ବୈଠକ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ NILP ଅନ୍ତର୍ଗତ ପ୍ରଥମ FLNAT ପରୀକ୍ଷା ସଫଳତାର ସହ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!