ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସମନ୍ଵିତ ଆଦିବାସୀ ଉନ୍ନୟନ ପକ୍ଷରୁ ୬୪ ଜଣ ଜନଜାତି ଚାଷୀଙ୍କ ଯଶିପୁର କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ର ପରିଦର୍ଶନ 

ରାଇରଙ୍ଗପୁର ସମନ୍ଵିତ ଆଦିବାସୀ ଉନ୍ନୟନ ପକ୍ଷରୁ ୬୪ ଜଣ ଜନଜାତି ଚାଷୀଙ୍କ ଯଶିପୁର କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ର ପରିଦର୍ଶନ 

 ମୟୂରଭଞ୍ଜ -୧୦/୦୪ // ଭାରତ ଏକ କୃଷି ପ୍ରଧାନ ଦେଶ ।କୃଷକମାନେ ହେଉଛନ୍ତି ଭାରତର ଅନ୍ନଦାତା ।କୃଷକର ଉନ୍ନତିରେ ଦେଶର ଉନ୍ନତି । ଆଧୁନିକ ଯୁଗରେ ପୁରାତନ ପ୍ରଣାଳୀରେ ଚାଷ କଲେ କୃଷକ ପରିଶ୍ରମ ତୁଳନାରେ ମୂଲ ଓ ଅମଳ ପାଇବ ନାହିଁ । ତେଣୁ ଆଧୁନିକ ବୈଜ୍ଞାନିକ, ଦକ୍ଷତା,ଓ ପ୍ରଶିକ୍ଷଣ, ଆବଶ୍ୟକ ଜ୍ଞାନ ଓ ଜିଜ୍ଞାସା କୁ ନେଇ ଆଗେଇଲେ ଚାଷୀର ଉନ୍ନତି ହେବ । ରାଇରଙ୍ଗପୁର ଆଇଟିଡିଏ ତରଫରୁ ଜନଜାତି ଚାଷୀଙ୍କ ପାଇଁ ବହୁବିଧ ଯୋଜନା କରାଯାଇଛି । ସେମାନଙ୍କୁ ଆବଶ୍ୟକୀୟ ଜ୍ଞାନ,କୃଷି ପ୍ରତି ଆଗ୍ରହ,କୃଷକକୁ ସରକାରଙ୍କ ସମସ୍ତ ଯୋଜନା,ତଦସହ ବିଭିନ୍ନ ଚାଷ ସମ୍ବନ୍ଧୀୟ ଜ୍ଞାନ,ତଦସହ ସରକାରଙ୍କ ଆର୍ଥିକ ସହାୟତା,ଋଣ , ଯନ୍ତ୍ରପାତି ଯୋଗାଇ ଦିଆଯାଉଛି । ରାଇରଙ୍ଗପୁର ଆଇଟିଡିଏ ତରଫରୁ ଚାଷୀମାନଙ୍କୁ ଅଧିକ ଉତ୍ସାହିତ ପାଇଁ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଯୋଗ ରଞ୍ଜନ ନାୟକଙ୍କ ନେତୃତ୍ବରେ ୫୪ ଜଣ ଜନଜାତି ଜୀବିକା ସାଥୀ ଏବଂ ୧୦ ଜଣ ପ୍ରମୁଖ ଚାଷୀଙ୍କୁ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଜ୍ଞାନେନ୍ଦ୍ର ସାମଲ,ପ୍ରକଳ୍ପ ପରିଚାଳିକା ସ୍ଵର୍ଣପ୍ରଭା ରଥ, ବିଷୟବସ୍ତୁ ବିଶେଷଜ୍ଞ ରବୀନ୍ଦ୍ର ନାଥ ଗିରି ଏବଂ ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ଏବଂ ଆଇଟିଡିଏ ଅଧିନସ୍ଥ ୭ ଟି ବ୍ଳକ ବିଶୋଇ, କୁସୁମି,ବିଜାତଳା, ରାଇରଙ୍ଗପୁର,ବହଳଦା ,ଯାମଦା ଏବଂ ତିରିଂ ଵ୍ଳକର‌ ଜୀବିକା ବିଶେଷଜ୍ଞ ମାନେ ଯଶିପୁରସ୍ଥ କୃଷି ବିଜ୍ଞାନ କେନ୍ଦ୍ର କୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ସେଠାରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଯୋଗ ରଞ୍ଜନ ନାୟକ ଯଶିପୁର ର ସାଇଣ୍ଟିଫିକ ମୁଖ୍ୟଙ୍କ ସହ ଆଲୋଚନା କରି ଚାଷୀମାନେ କିଭଳି ଆବଶ୍ୟକୀୟ ଜ୍ଞାନ ଆହରଣ କରି ଆଗକୁ ବଢି ପାରିବେ ଆଲୋଚନା କରିଥିଲେ । ସେଠାରେ ସେମାନେ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ ।ଵିଶେଷତଃ ଜୈବିକ ପ୍ରଣାଳୀରେ ଚାଷ,ଛତୁ ଚାଷ,ମାଛ ଚାଷ,କୁକୁଡ଼ା ଚାଷ,ମକା ଚାଷ,ମାଣ୍ଡିଆ ଚାଷ, ଅମୃତଭଣ୍ଡା ଚାଷ,ପୋଟଳ ଚାଷ,କଦଳୀ ଚାଷ,ନଡ଼ିଆ ଫାର୍ମ,ଲେମ୍ବୁ ଚାଷ, ଫୁଲ ଚାଷ,ଲଙ୍କା ଚାଷ,ସାରୁ ଚାଷ,ଓଲ ଚାଷ, ଖମ୍ବଆଳୁ ଚାଷ,ହଳଦୀ ଚାଷ,କୁକୁଡ଼ା ଚାଷ ଫାର୍ମ ଗୁଡ଼ିକ ବୁଲି ଦେଖିବା ସହ‌ ଜ୍ଞାନ ଅର୍ଜନ କରିବା ସହ ଖୁସି ମନରେ ଘରକୁ ଫେରିଥିଲେ । ଆଗକୁ ସେମାନେ କ୍ଷେତ୍ର ପରିଦର୍ଶନରେ ଅର୍ଜନ କରିଥିବା ଜ୍ଞାନ କୁ ପାଥେୟ କରି ଆଗକୁ ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବା ସହ ଆର୍ଥିକ ସ୍ବାବଲମ୍ବୀ ଶୀତଳ ହେବେ ବୋଲି କହିଥିଲେ ।ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଯୋଗ ରଞ୍ଜନ ନାୟକଙ୍କ ଚାଷୀଙ୍କ ବିକାଶ ପାଇଁ ନେଉଥିବା ପଦକ୍ଷେପକୁ ଖୁବ୍ ଚାଷୀମାନେ ପ୍ରଶଂସା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ବିଶ୍ୱ ନୃତତ୍ତ୍ବ ଦିବସ ପାଳିତ

masiha

ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

Leave a Comment

error: Content is protected !!