ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା 

ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା 

ବନ୍ଧୁଗାଁ ତା, ୧୦/୪/୨୫,ଆଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ଠାରେ ନବମ ଶ୍ରେଣୀର ଛାତ୍ରଓ ଛାତ୍ରୀଙ୍କ ପାଇଁ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷା ସକାଳ ୮:୩୦ ୧୨ ଟା ପର୍ଯ୍ୟନ୍ତ ହୋଇଥିଲା I ଏଥିରେ ପାଞ୍ଚଟି ବିଦ୍ୟାଳୟ ର ଛାତ୍ରଓ ଛାତ୍ରୀ ୧୧୭ ଜଣ ପଞ୍ଜି କରଣ ହୋଇଥିବା ବେଳେ ୯୮ ଜଣ ଛାତ୍ରଓଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିଥିବା ବେଳେ ୧୯ ଜଣ ଅନୁପସ୍ଥିତ ଥିଲେ I ପରୀକ୍ଷା ସୁପରୀଟିଡେଣ୍ଟ ଶ୍ରୀମତି ରଶ୍ମିତା ସେଟି ଓ ଉପ ସୁପରୀଟିଡେଣ୍ଟ ଭାବରେ ଦୁର୍ଗା ପ୍ରସାଦ ଚୌଧରି, ଏବଂ ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ପରୀକ୍ଷା ପରିଚାଳନା ଦାୟୀତ୍ୱରେ ରହିଥିଲେ, କୋରାପୁଟ ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷା ଶ୍ରୀମତି ଅର୍ପିତା ପ୍ରଧାନ ପରୀକ୍ଷା କେନ୍ଦ୍ରରେ ପହଁଞ୍ଚି ପରିଦର୍ଶନ କରିଥିଲେ I ଆଜିର ପରୀକ୍ଷାକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବନ୍ଧୁଗାଁ ଥାନା ଷ୍ଟାଫ ଉପସ୍ଥିତ ରହିଥିଲେ I

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ମିଳିତ ଶିକ୍ଷକ ସଂଘର ବୈଠକ 

Sunil Chandra Nayak

ଅମଲା ସଙ୍ଘର ଡାକରାରେ ସାମିଲ ହୋଇ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ କୋକସରା ବ୍ଲକ ଅମଲା କର୍ମଚାରୀ

“ଶିଶୁ ବିବାହ ନୁହେଁ, ଶିକ୍ଷା ହିଁ ଭବିଷ୍ୟତ” ସମ୍ବନ୍ଧିତ କୁ ନେଇ ସାଇକେଲ୍ ରାଲି କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!