ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନକଲି ବିଦେଶୀ ମଦ ସହିତ କାର ଜବତ, ୦୨ ଗିରଫ

ନକଲି ବିଦେଶୀ ମଦ ସହିତ କାର ଜବତ, ୦୨ ଗିରଫ 

 ମୟୂରଭଞ୍ଜ -୧୧/୦୪ // ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଜାମଦା ଥାନା ଅନ୍ତର୍ଗତ ତେନ୍ତଳା ଗ୍ରାମ ଗୋହିରା ପୋଲ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜାମଦା ରାସ୍ତାରୁ ତେନ୍ତଳା ଗ୍ରାମ ଆଡ଼କୁ ଆସୁଥିବା ଗୋଟିଏ *ମାରୁତି ସୁଜୁକି ସେଲେରିଓଙ୍କ କାର(ଓଡି-୧୧ଏଡି-୧୨୫୬)* ମଧ୍ୟରୁ ୫୧ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ବହଳଦା ଥାନା ଅନ୍ତର୍ଗତ ନହରଦା ଗ୍ରାମର ଉମେଶ ପାତ୍ର ଓ ପଶ୍ଚିମ ସିଙ୍ଗଭୁମ ଜିଲ୍ଲା ବଡ଼ଲାଗରା ଗ୍ରାମର କାର୍ତ୍ତିକ ଗୋପ ଙ୍କୁ ଗିରଫ କରାଯାଇଛି l ଜବତ ହୋଇଥିବା ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୦୮ ଲକ୍ଷ ୨୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ, ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଣଜିତ ସବର, ସହ ଉପ-ନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ବିପ୍ଳବ କୁମାର ମଲ୍ଲିକ, ଅରୁଣ କୁମାର ମୁଦୁଲି, ଦିଲ୍ଲୀପ ଜେନା, ତମନ ପରିଡ଼ା, ସଂଜୀବ ମହାପାତ୍ର, ରାଜେନ୍ଦ୍ର ସେନାପତି, ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ କେସ ନଂ: ୦୩/୨୦୨୫-୨୬ ମୂଳେ ମାମଲା ରୁଜ୍ଜୁ କରାଯାଇଛି l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଲୁଟ ଅଭିଯୋଗରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

masiha

ମାଣିକପୁର ପଞ୍ଚାୟତରେ କଳାକନା ବୁଲାଇଲେ ଦୁଵୃର୍ତ୍ତ

Sunil Chandra Nayak

ଏକାଧିକ ଦଫା ନେଇ ଉତ୍କଳ କାରଖାନା ସେକ୍ୟୁରୀଟି ଜିଏମ ଗିରଫ

Sunil Chandra Nayak

Leave a Comment

error: Content is protected !!