ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ରାବଣାଗୁଡା ଓ ମେଦନା ଠାରେ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

ଡାବୁଗାଁ ବ୍ଲକ ରାବଣାଗୁଡା ଓ ମେଦନା ଠାରେ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ 

ଡାବୁଗାଁ, ୧୧/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ରାବଣାଗୁଡା ଓ ମେଦନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ଶୁକ୍ରବାର ଅପରାହ୍ନରେ ଶୁଭାରମ୍ଭ ହୋଇ ଯାଇଛି । ପ୍ରଥମ ଦିନରେ ମେଦନାରେ ୨୫ ଜଣ ଓ ରାବଣାଗୁଡା ରେ ୨୫ ଜଣ ଙ୍କୁ କାର୍ଡ ବଣ୍ଟନ କରଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ସାଂସଦ ଙ୍କ ପ୍ରତିନିଧି ଭାବେ ଜେ. ରାଜଶେଖର ରାଓ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରା, ରାମାରାଓ ଚୌଧୁରୀ, ବରିଷ୍ଠ ବିଜେପି ନେତା ଜି କିରଣ କୁମାର, ବରିଷ୍ଠ ବିଜେଡି ନେତା ବଦ୍ରୀ ନାରାୟଣ ସିଂ, ପ୍ରତାପ ଚନ୍ଦ୍ର ପଣ୍ଡା, ନିଧି ମାଝୀ, ଲକ୍ଷ୍ମୀ ବିଷୟୀ , ଜାଦବ ବିଷୟୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ର ମଧ୍ୟ ଶୁଭାରମ୍ଭ ହୋଇଛି। ଠିକ ସମୟରେ ଏଲ ଇ ଡି ମାଧ୍ୟମରେ ରାଜ୍ୟ ରୁ ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମ କୁ ବ୍ଲକ୍ ର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ବରିଷ୍ଠ ନାଗରିକ, ସାମାଜିକ କାର୍ଯ୍ୟକର୍ତ୍ତା, ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ଓ ବିଭିନ୍ନ ଆନୁସଙ୍ଗିକ କ୍ଷେତ୍ର ରୁ ଉପସ୍ଥିତ ଥିବା ବ୍ୟକ୍ତିମାନେ ଶେଷ ପର୍ଯ୍ୟନ୍ତ ଦେଖିଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା , ଓଡ଼ିଶାର ମୂଖ୍ୟ ମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝି ଓ ବିଜେପି ର ବରିଷ୍ଠ ନେତା ଓ ମନ୍ତ୍ରୀ ମାନଙ୍କ ଅଭିଭାଷଣ କୁ ଜନ ସାଧାରଣ ଏଲ ଇ ଡି ଜରୀଆରେ ଶୁଣି ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ । ଡାବୁଗାଁ ବିଡ଼ିଓ ଶରତ ମାଝୀ, ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶୁଭାଶିଷ ସାହୁ ସମସ୍ତ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିବା ରେ ସହଯୋଗ କରିଥିଲେ ।

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଶିକ୍ଷକଙ୍କ ଠାରୁ ୯0 ହଜାର ଟଙ୍କା ଲୋଟି ନେଲେ ସାଇବର ଠକ

Sunil Chandra Nayak

ବଳଦ ଧକ୍କା ରେ ଓଟୋ ରିକ୍ସା ଓଲଟି ଓଟୋ ରେ ଯାଉଥିବା ୫ କୋମଳ ମୋତି ଛାତ୍ର ଆହତ

Sunil Chandra Nayak

ଫାର୍ମାସିଷ୍ଟ ସଙ୍ଘ ର 5 ଦଫା ଦାବୀ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!