ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଶ୍ମୀର ପହଲଗ୍ରାମ ପର୍ଯ୍ୟଟକଙ୍କୁ ସିଡ୍ଯୁଲ କାଷ୍ଟ ଫେଡେରେସନ ଓ ବଣିକ ସଂଘର ଶ୍ରଦ୍ଧାଞ୍ଜଳି 

କାଶ୍ମୀର ପହଲଗ୍ରାମ ପର୍ଯ୍ୟଟକଙ୍କୁ ସିଡ୍ଯୁଲ କାଷ୍ଟ ଫେଡେରେସନ ଓ ବଣିକ ସଂଘର ଶ୍ରଦ୍ଧାଞ୍ଜଳି 

ପହଲଗ୍ରାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ବର୍ବରୋଚିତ ଆକ୍ରମଣ ଘଟଣାକୁ ଧର୍ମଗଡ଼ରେ ବିଭିନ୍ନ ସଂଗଠନ ତରଫରୁ ନିନ୍ଦା ହେବା ସହ ମୃତକଙ୍କ ଉଦ୍ଦେଶ୍ୟରେ କ୍ଯାଣ୍ଡେଲ ଶୋଭାଯାତ୍ରା ହୋଇଥିଲା। ସିଡ୍ଯୁଲ କାଷ୍ଟ ଫେଡେରେସନ ଓ ବ୍ୟବସାୟୀ ସଂଘ ତରଫରୁ କ୍ଯାଣ୍ଡେଲ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା।ଫେଡେରେସନ ସଭାପତି ବିରଞ୍ଚିନାରାୟଣ ଜାଲଙ୍କ ଅଧ୍ୟକ୍ଷତାରେ ସଂଗଠନର ସଭ୍ୟମାନେ ଉପଜିଲ୍ଲାପାଳଙ୍କ ଅଫିସରୁ କ୍ଯାଣ୍ଡେଲ ମାର୍ଚ୍ଚ କରି ଚାରିଛକ ଠାରେ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ସଂପାଦକ ପ୍ରଭାକର ଜାଲ, ଦିଗାମ୍ବର ଦୂରିଆ, ଜୟଦ୍ରଥ ମହାନନ୍ଦ,ଡାକେଶ୍ଵର ଲହଜଲ,ଢଗ ନାଏକ, ରାଜେନ୍ଦ୍ର ଦୂରିଆ,ପ୍ରେମ ଜଗତ , ଲକ୍ଷ ଜ୍ୟୋତି ଜାଲ, ସୁଧୀର ଗୋପାଳ,ମହେଶ ସୁନାନୀ ପ୍ରମୁଖ ସାମିଲ ହୋଇଥିଲେ। ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ତିନିଛକରୁ କ୍ଯାଣ୍ଡେଲ ମାର୍ଚ୍ଚ ଆୟୋଜିତ କରି ଚାରିଛକ ଠାରେ ନିରବ ପ୍ରାର୍ଥନା କରି ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାର୍ଯ୍ୟକ୍ରମରେ ସଂପାଦକ ଅରୁଣ ତାୟଲ, ସରୋଜ ସାହୁ, ଅତୁଲ୍ୟ ମେହେର, ହରେଶ ଅଗ୍ରୱାଲ, ବିକାଶ ମେହେର ସମେତ ଏନ ଏ ସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, କାଉନସିଲର ପ୍ରବୀଣ ପଣ୍ଡା,ହୃଷିକେଶ ମିଶ୍ର,ଅପ୍ରେଶ ସ୍ଵାଇଁ, ଜଗବନ୍ଧୁ ମିଶ୍ର, ଶିକ୍ଷାବିତ୍ ଜୟନ୍ତ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଥମ ବାର୍ଷିକ ମହୋତ୍ସବ 

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

Sunil Chandra Nayak

Proud of Cuttack Sadar Rabindranath pati passed away.

Sunil Chandra Nayak

Leave a Comment

error: Content is protected !!