ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ରେ ଆୟୁଷ୍ମାନ କାର୍ଡ ଲାଗୁ 

ବିଜାତଳା ରେ ଆୟୁଷ୍ମାନ କାର୍ଡ ଲାଗୁ 

  ମୟୂରଭଞ୍ଜ -୧୧/୦୪ // ଓଡିଶା ପାଇଁ ବହୁତ ଖୁସିର ଦିନ l ସାରା ରାଜ୍ୟରେ ଲାଗୁ ହେଲା କେନ୍ଦ୍ର ସରକାର ଙ୍କ ଆୟୁଷ୍ମାନ କାର୍ଡ ଯୋଜନା l ପୂର୍ଵରୁ ପରିବାରକୁ ଗୋଟିଏ କାର୍ଡ ମିଳୁଥିବା ବେଳେ ପ୍ରତ୍ୟେକ ହିତାଧିକାରୀ ଙ୍କୁ ମିଳିବ ଆୟୁଷ୍ମାନ କାର୍ଡ l ରାଜ୍ୟ ବାହାରେ ରହୁଥିଲେ ଵି ଚିକିତ୍ସା ରେ ଆଉ ଅସୁବିଧା ର ସମ୍ମୁଖୀନ ହେବେ ନାହିଁ l ବିଜାତଳା ବ୍ଲକ ର ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ, ବିଜାତଳା ପଂଚାୟତ ସମିତି ପ୍ରାଙ୍ଗଣରେ, ବଡାମତଳିଆ ଉଚ୍ଚ ବିଦ୍ୟାଳୟରେ ଓ ସରଗଡା PHC ରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଅଭାସୀ ମାଧ୍ୟମରେ ଆୟୁଷ୍ମାନ କାର୍ଡ ଲାଗୁ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବିଜାତଳା ବି. ଡି. ଓ ବଂଶୀଧର ଖୋସଲା ଙ୍କ ନେତୃତ୍ୱରେ ସମ୍ମାନିତ ଅତିଥି ବ୍ଲକ ଅଧକ୍ଷା ରାଣୀ ମୁର୍ମୁ ଙ୍କ ସମେତ ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସାଧିକାରୀ ଡାକ୍ତର ଗୋବିନ୍ଦ ଚନ୍ଦ୍ର ସୋରେନ, ଲୁହlସିଳା ପ୍ରାଥମିକ ଚିକିତ୍ସାଧିକାରୀ ଡାକ୍ତର ସୁନିତା ହାଁସଦା, ଆୟୁଷ୍ମାନ ଡାକ୍ତର ପଙ୍କଜ ଗିରି,ନିରୁପମା ଗିରି,ଚଢ଼େଇପାହାଡି PHC ଡାକ୍ତର ଶଙ୍କର ସୋରେନ, ବି ଜେ ପି ଜିଲ୍ଲା ସାଧାରଣ ସମ୍ପାଦକ ସୋରଜ ମହାନ୍ତ ତଥା ବ୍ଲକର ନିର୍ବାଚିତ ପ୍ରତିନିଧି ଓ ବ୍ଲକ ର ସମସ୍ତ କର୍ମଚାରୀ .ଉପସ୍ଥିତ ରହିଥିଲେ l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାସ୍ତା ନିର୍ମାଣରେ ଠିକାଦାରଙ୍କ ମନମାନୀ ,କାମ ବନ୍ଦ କରାଇଦେଲେ ଗାଁ ଲୋକେ 

Sunil Chandra Nayak

ଛେଣ୍ଡିଆ ପଞ୍ଚାୟତ ରେ ଗ୍ରାମସଭା ଅନୁଷ୍ଠିତ 

masiha

ଜବରଦଖଲରେ ଥିବା ସରକାରୀ ସମ୍ପତ୍ତି ଉଦ୍ଧାର କେବେ ? ମୋହନ ସରକାରଙ୍କ ନିର୍ଦ୍ଦେଶ ଖଇରାରେ କାର୍ଯ୍ୟକାରୀ ହେବ ତ ?

masiha

Leave a Comment

error: Content is protected !!