ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଜ୍ଞାନପୀଠ ପୁରସ୍କୃତ ବ୍ଯକ୍ତି ଓ ସମୟ ଭିତ୍ତିକ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ସନ୍ଧ୍ୟାରାଣୀ

ପ୍ରକାଶ ପାଇଲା ଜ୍ଞାନପୀଠ ପୁରସ୍କୃତ ବ୍ଯକ୍ତି ଓ ସମୟ ଭିତ୍ତିକ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ସନ୍ଧ୍ୟାରାଣୀ

ଖଇରା,୧୧/୪/୨୫- ପ୍ରତ୍ୟେକ ରବିବାର କିଛି ଜାଣିବା ଓ ଜଣାଇବା କାର୍ଯ୍ୟକ୍ରମ ” ମୋ ଅନୁଷ୍ଠାନ ” ହ୍ଵାଟ୍ସଆପ୍ ଗୃପ୍ ରେ ହୋଇଥାଏ । ଅନୁଷ୍ଠାନର ମୂଳ ଲକ୍ଷ୍ୟ କିଛି ନୂଆ ନୂଆ ବିଷୟରେ ଜାଣିବା ଓ ଅନ୍ୟ ମାନଙ୍କୁ ଜଣାଇବା । କବିତା, ଗଳ୍ପ, ପ୍ରବନ୍ଧ, ଜଣାଅଜଣା, ମେଧାଅନ୍ବେଷଣ, ପ୍ରଶ୍ନୋତ୍ତର ଓ ହଜିଯାଉଥିବା ଅତୀତର ଘଟଣବଳୀକୁ ମନେପକେଇବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଯୋଗୀ ମାନଙ୍କ ନିକଟତ୍ତର ହୋଇଥାଏ ଅନୁଷ୍ଠାନ । ବାଲେଶ୍ବର ଜିଲ୍ଲା ଖଇରା ଠାରେ ୨୦୧୯ ମସିହାରେ ଗଢ଼ି ଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ସମସ୍ତଙ୍କ ଭଲପାଇବାକୁ ପାଥେୟ କରି ଆଗେଇ ଚାଲିଛି । ସମଗ୍ର ସାହିତ୍ୟ ସମାଜରେ ଏହାର ସୁନାମ ରହିଛି । ଏଠି କୌଣସି ପ୍ରକାର ପାତରଅନ୍ତର କାର୍ଯ୍ୟ କେଵେଵି ହୋଇନାହିଁ କି ହେବାର ସମ୍ଭାବନା ମଧ୍ୟ ନାହିଁ । ସମସ୍ତଙ୍କ ସାହିତ୍ୟ ସୃଷ୍ଟିକୁ ସମ୍ମାନ ଦିଆଯାଏ । ପ୍ରତ୍ୟେକ ରବିବାର ପରି ଗତ ତା ୦୬/୪/୨୫ ରିଖ ରବିବାର ଥିଲା ଜ୍ଞାନପୀଠ ପୁରସ୍କୃତ ଓ ସମୟ ଭିତ୍ତିକ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ । ଏଥିରେ ବିଭିନ୍ନ ସ୍ଥାନରୁ ମୋଟ ୧୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଯେହେତୁ ଓଡ଼ିଆ ସାହିତ୍ୟ ଅନୁଷ୍ଠାନ ତେଣୁ ଏଠି ଓଡିଆ ଭାଷାକୁ ଗୁରୁତ୍ୱ ଦିଆଯାଉଛି କିନ୍ତୁ ଇଂରାଜୀକୁ ନୁହେଁ । ପ୍ରଶ୍ନକର୍ତ୍ତୀ ଅପରାଜିତା ରଥ ସମସ୍ତଙ୍କ ଉତ୍ତର ଗୁଡିକୁ ସମୀକ୍ଷା କରିଥିଲେ ଏବଂ ତାଙ୍କୁ ସହଯୋଗ କରିଥିଲେ ତାଙ୍କ କୁନି ଝିଅ ସାଇ ସମୀକ୍ଷା ରଥ, ଭଦ୍ରକ । ତାଙ୍କ ସମୀକ୍ଷାରୁ ସନ୍ଧ୍ୟାରାଣୀ ବେହେରାଙ୍କୁ ପ୍ରଥମ ସ୍ଥାନ ମିଳିଛି । ଅନ୍ୟ ମାନେ ପ୍ରଥମ ସ୍ଥାନ ପାଇଁ ଚୟନ ହୋଇଥିଲେ ମଧ୍ୟ ନାମ ଘୋଷଣା ହୋଇପାରିଲା ନାହିଁ କାରଣ ଓଡ଼ିଆରେ ଦିଆ ଯାଇଥିବା ପ୍ରଶ୍ନର ଉତ୍ତର ଇଂରାଜୀରେ ଥିଲା । ତେଣୁ ସମ୍ପୂର୍ଣ୍ଣ ରୂପେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଇଥିବା ସନ୍ଧ୍ୟାରାଣୀଙ୍କୁ ପ୍ରଥମ ସ୍ଥାନ ପ୍ରଦାନ କରାଗଲା । ଭବିଷ୍ୟତରେ ଯଦି କେହି ଅନୁଷ୍ଠାନର କୌଣସି କାର୍ଯ୍ୟକ୍ରମରେ ଭାଗନେବାକୁ ଇଚ୍ଛା ପ୍ରକାଶ କରନ୍ତି, ତେବେ ସମ୍ପୂର୍ଣ୍ଣ ରୂପେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବାକୁ ପ୍ରତିଥର ପରି ଏଥର ମଧ୍ୟ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ପୁରସ୍କାର ସ୍ବରୂପ ସନ୍ଧ୍ୟାରାଣୀ ବେହେରାଙ୍କୁ ଅନୁଷ୍ଠାନ ତରଫରୁ ଗୀତା ବହି ପ୍ରଦାନ କରାଯିବ ।

         ଏଥିରେ (୧) ସନ୍ଧ୍ୟାରାଣୀ ବେହେରା, ବାରିପଦା, ମୟୂରଭଞ୍ଜ-୯ (୨) ଇତିଶ୍ରୀ ମେହେର, ସିନାପାଲି, ନୂଆପଡା-୭ (୩) ଦୀପି ବାରିକ୍, ଅନୁଗୋଳ-୫ (୪) ଟି ଏସ ତମନ୍ନା, ଭାଲିଆଡିହା, ମୟୂରଭଞ୍ଜ-୭ (୫) ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା, ବରପଦା, ଭଦ୍ରକ-୮ (୬) ସୁଲୋଚନା ବଳ, କେଶପୁର, ସୋର, ବାଲେଶ୍ବର-୯ (୭) ଅନୁପମା ବିଶ୍ବାଳ, ସମ୍ବଲପୁର-୯ (୮) ସୁନିତା ଦାଶ, ଭୁବନେଶ୍ୱର, ଖୋର୍ଦ୍ଧା-୬ (୯) ବିଶ୍ବକଲ୍ଯାଣ ବେହେରା, ଖୋର୍ଦ୍ଧା-୯ (୧୦) ରଶ୍ମିତା ପ୍ରମାଣିକ, ସୋର, ବାଲେଶ୍ବର-୪ (୧୧) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର-୭ (୧୨) ରଶ୍ମିତା ନାୟକ, ଜଗତସିଂହପୁର-୮ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦାଦନ ଶ୍ରମିକ ଙ୍କ ମୃତ୍ୟୁ

masiha

ବିଲରେ ଟଳି ପଡିଲେ ଚାଷୀ

Sunil Chandra Nayak

କେନ୍ଦ୍ର ସରକାର ଙ୍କ ଚାଉଳ ମାରଣ ନୀତି ବିରୁଦ୍ଧ ରେ ବିଜେଡ଼ି ର ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!