ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ 

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ 

ଡାବୁଗାଁ, ୧୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଜୟନ୍ତୀନଗର ସ୍ଥିତ ହନୁମାନ ମନ୍ଦିର ଠାରେ ଶ୍ରୀ ହନୁମାନ ଜୟନ୍ତୀ ସୋମବାର ପାଳିତ ହୋଇଯାଇଛି | ଏଥିରେ ସକାଳୁ ଭକ୍ତ ମାନଙ୍କ ଦ୍ଵାରା ଏକ କଳସୀ ଶୋଭାଯାତ୍ରାରେ ମା ଠାକୁରାଣୀ ମନ୍ଦିରରୁ ପାଣି ଅଣାଯାଇଥିଲା | ଏହା ପରେ ଠାକୁରଙ୍କ ରୀତିନୀତି ଅନୁସାରେ ଶ୍ରୀ ହନୁମାନଙ୍କୁ ପୂଜାଅର୍ଚ୍ଚନା କରାଯାଇଥିଲା | ଏଥିରେ କର୍ତ୍ତା ଭାବେ ଅନିଲ କୁମାର ବେହେରା ଓ ଅନିତା ବେହେରା, ହରେକୃଷ୍ଣ ନାୟକ ଓ ରଶ୍ମିତା ନାୟକ, ଦେବରାଜ ପାତ୍ର, ବିପ୍ଳବ ଜେନା, ପୂପୂନ ପଣ୍ଡା ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ | ମୁଖ୍ୟ ପୂଜକ ଭାବେ ଚୈତନ୍ୟ ଦାଶ ଙ୍କ ସମେତ ସହଯୋଗୀ ପୂଜକ ବ୍ରଜ କିଶୋର ଦାଶ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ବେଣୁଧର ମିଶ୍ର ଓ ପ୍ରଶାନ୍ତ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ | ମନ୍ଦିର କମିଟି ତରଫରୁ ଭକ୍ତ ଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରଯାଇଥିଲା | ଏଥିରେ ଗ୍ରାମ ଓ ବିଭିନ୍ନ ଗ୍ରାମରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହେଲା କୋକସରା ଠାରୁ ଡୋକରୀଚଞ୍ଚରା ମଧୁ ମାଧବ ତୀର୍ଥ

Sunil Chandra Nayak

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭମାଟି ଅନୁକୂଳ

Sunil Chandra Nayak

ମନ ମୋହୁଛି ବିଶ୍ୱନାଥପୁର ଗଣେଶ ପୂଜା 

masiha

Leave a Comment

error: Content is protected !!