ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା ପକ୍ଷରୁ ଜଳଛତ୍ର
କଟକ : ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ, ଓଡ଼ିଶା (ବିସିଟି) ପକ୍ଷରୁ ଏବଂ କ୍ରିଷ୍ଣା ଗ୍ରାଫିକ୍ସ ସହଯୋଗୀତାରେ ଓଡ଼ିଆ ନବବର୍ଷ ଓ ମହା ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ବରୀ ମାଉଣ୍ଟ ଠାରେ ଜଳଛତ୍ର ବ୍ୟବସ୍ଥା କରାଯାଇଛି । ଟ୍ରଷ୍ଟ ଅଧ୍ୟକ୍ଷ ବିଶିଷ୍ଟ ସମାଜସେବୀ ଇଂ.ବିମଳ ଚନ୍ଦ୍ର ଦାସଙ୍କ ଅନୁମୋଦନ କ୍ରମେ ସଦସ୍ୟ ଯୁବ ସମାଜସେବୀ ଉଦୟ ରଞ୍ଜନ ଦାସ,ଗୁଣମଣି ବେହେରା,ଜବାହାରଲାଲ୍ ମହାନ୍ତି,ମଳୟ କୁମାର ସାହୁ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏହି ମହାନ୍ ସେବା କାର୍ଯ୍ୟକୁ ସଫଳ କରିଛନ୍ତି । ଟ୍ରଷ୍ଟ ପକ୍ଷରୁ ପବିତ୍ର ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରା ଯାଇଛି ।
ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍

