ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତଦୋୟ ଗୃହ ବଣ୍ଟନ ଅନିୟମିତତାକୁ ନେଇ ବିଡ଼ିଓଙ୍କୁ ଦାବିପତ୍ର 

ଅନ୍ତଦୋୟ ଗୃହ ବଣ୍ଟନ ଅନିୟମିତତାକୁ ନେଇ ବିଡ଼ିଓଙ୍କୁ ଦାବିପତ୍ର 

ପୋଲସରା ୨୭/୦୪/୨୬ ରାଜ୍ୟ ଓ କେନ୍ଦ୍ର ସରକାର ବାସହୀନ ଲୋକଙ୍କ ପାଇଁ ଅନ୍ତଦୋୟ ଯୋଜନା ମାଧ୍ୟମରେ ପକ୍କାଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଥିବା ବେଳେ ପୋଲସରା ବ୍ଲକ ଅନ୍ତର୍ଗତ ବର୍ତ୍ତିନୀ ପଞ୍ଚାୟତର ଝିଟିକାବାଡି ଗ୍ରାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜି ଝିଟିକାବାଡି ଗ୍ରାମବାସୀ ବୃନ୍ଦ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଯାହାକି ଗ୍ରାମର ମନୁ ଦାସ ଓ ଜ୍ୟୋସ୍ନା ବାଢେଇ ଙ୍କ ପକ୍କାଘର ଥାଇ ମଧ୍ୟ ତାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଯାହାକୁ ନେଇ ଗ୍ରାମର ଉପେନ୍ଦ୍ର ବାଢେଇ,ସାରଙ୍ଗ ପାତ୍ର, ଓ୍ବାର୍ଡସଭ୍ଯ ଦାମୋଦର ନାହାକ, ବାବୁଲା ପାଢ଼ୀ, ଶଙ୍କର ପ୍ରଧାନ ସମେତ ବହୁ ଗ୍ରାମବାସୀ ଦାବିପତ୍ରରେ ହସ୍ତାକ୍ଷର କରି ପୋଲସରା ବିଡ଼ିଓ ସମେତ, ଗଞ୍ଜାମ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ଲୋକପାଳ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଦାବିପତ୍ର ପ୍ରେରଣ କରିଛନ୍ତି।

Related posts

ଡିଜିଟାଲ ମିଡ଼ିଆ ଜିଟିଭି ଭାରତ ଓଡ଼ିଆର ୭ମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ପରିତ୍ୟକ୍ତ କୂଅ ରୁ ଅକ୍ଷତ ଅବସ୍ଥାରେ ବ୍ୟକ୍ତି ଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ

masiha

ନିଜର ଜନ୍ମ ଦିନ କୁ ଏକ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ସନାତନ ଓଝା

masiha

Leave a Comment

error: Content is protected !!