ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵର୍ଗତ ରାମଚନ୍ଦ୍ର ମହାନ୍ତିଙ୍କ ସୃଜନ କୃତି ‘ରଚନା ସମଗ୍ର’ ଉନ୍ମୋଚିତ 

ସ୍ଵର୍ଗତ ରାମଚନ୍ଦ୍ର ମହାନ୍ତିଙ୍କ ସୃଜନ କୃତି ‘ରଚନା ସମଗ୍ର’ ଉନ୍ମୋଚିତ 

କଟକ : ମଣିଷ ଜୀବନକାଳରେ ଅନେକ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇ ପାରିଥାଏ । ଏହି ପଦ ପଦବୀରେ ରହି ଯଶ ଓ ଖ୍ୟାତି ଅର୍ଜ୍ଜନ କରିବା ବଡ କଥା ନୁହେଁ । ପଦବୀରେ ନ ଥାଇ କାଳଜୟୀ ମଣିଷ ହୋଇପାରିଲେ ଜୀବନ ହୋଇ ଯାଏ ସାର୍ଥକ । ସେହିଭଳି ଜଣେ ବ୍ୟକ୍ତିତ୍ବ ଥିଲେ ସ୍ଵର୍ଗତ ରାମଚନ୍ଦ୍ର ମହାନ୍ତି । ଦୁଃଖ,କଷ୍ଟ, ଅଭାବ,ଅନାଟନ ମଧ୍ୟରେ ବେଶୀ ପାଠ ପଢ଼ି ନ ପାରିଥିଲେ ବି ସେ ଥିଲେ ଜ୍ଞାନର ଅଧିକାରୀ ।ପାରିବାରିକ ଜଞ୍ଜାଳ ଭିତରେ ରହି ଉଚ୍ଚ ଅଟ୍ଟାଳିକା ତୋଳିବାକୁ ସକ୍ଷମ ହୋଇ ନ ଥିଲେ ବି ପରିବାର ପାଇଁ ଯେଉଁ ଅମୂଲ୍ୟ ସମ୍ପଦ ଛାଡ଼ିଦେଇ ଯାଇଛନ୍ତି ତାହା ତାଙ୍କ ପୀଢ଼ି ପୀଢ଼ି ପରିବାରର ଅସରନ୍ତି ଭଣ୍ଡାର । ପରିଣତ ବୟସରେ ତାଙ୍କ ଦ୍ୱାରା ରଚିତ ମାତ୍ର ୧୨ ଖଣ୍ଡ ପୁସ୍ତକ ଲେଖି ସେ ସମାଜକୁ ଯେଉଁ ବାର୍ତ୍ତା ଦେଇ ଯାଇଛନ୍ତି ତାହା ଅବର୍ଣ୍ଣନୀୟ । ପୂଜା ରୀତି ନୀତିର ଉର୍ଦ୍ଧରେ ରହି ଅଗାଧ ଇଶ୍ଵର ବିଶ୍ୱାସୀ ସ୍ଵର୍ଗତ ମହାନ୍ତିଙ୍କ ‘ସ୍ୱର୍ଗକୁ ଚିଠି’ ପୁସ୍ତକ ମାନବବାଦର ଏକ ଅନବଦ୍ୟ ସୃଷ୍ଟି ବୋଲି ତାଙ୍କ ଦ୍ୱାରା ରଚିତ ‘ରଚନା ସମଗ୍ର’ ୧୨ ଟି ପୁସ୍ତକ ଏକତ୍ର ବନ୍ଧେଇକୁ ଲୋକାର୍ପଣ କରିବା ଅବସରରେ ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଗୌରହରି ଦାସ କହିଛନ୍ତି । ନା ଥିଲା ସାହିତ୍ୟ ସଭା, ନା ଥିଲା ସାହିତ୍ୟିକ ମାନଙ୍କର ଆସର । ସମ୍ପୂର୍ଣ୍ଣ ନିରାଡମ୍ବର ପାରିବାରିକ ପରିବେଶ ମଧ୍ୟରେ ଏହି ପୁସ୍ତକ ରାଜଧାନୀରେ ଉନ୍ମୋଚନ ହୋଇଥଲା । ସ୍ଵର୍ଗତ ମହାନ୍ତିଙ୍କ କନିଷ୍ଠ ପୁତ୍ର ଇଞ୍ଜିନିୟର ରାଜେଶ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ । ଏଥିରେ ମୂଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କୃତ କବି ପିତାମ୍ବର ତରାଇ ଯୋଗ ଦେଇ ସ୍ଵର୍ଗତ ସାରସ୍ଵତ ସାଧକ ରାମଚନ୍ଦ୍ର ମହାନ୍ତିଙ୍କ ସ୍ମୃତି ଚାରଣ ସହ ତାଙ୍କ ଦ୍ୱାରା ସୃଷ୍ଟି ବିଭିନ୍ନ ପୁସ୍ତକର ବିଶ୍ଳେଷଣ ପରିବାର ସମ୍ମୁଖରେ ଅବତାରଣା କରିଥିଲେ । ବରେଣ୍ୟ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲାପାଳ ତଥା ସ୍ତମ୍ଭକାର ସରୋଜକାନ୍ତ ଚୌଧୁରୀ ଏଥିରେ ଯୋଗଦେଇ ସ୍ଵର୍ଗତ ମହାନ୍ତିଙ୍କ ସହ ଯୋଡ଼ି ହୋଇ ନିଜକୁ ତାଂକର ଜଣେ ସତୀର୍ଥ ବୋଲି ଗର୍ବ କରନ୍ତି ବୋଲି କହିଥିଲେ । ସଭା ମୂଖ୍ୟ ଭାବେ ପ୍ରାକ୍ତନ ପ୍ରଧାନ ମୂଖ୍ୟ ବନ୍ୟ ସଂରକ୍ଷକ ସୁରେଶ ଚନ୍ଦ୍ର ମହାନ୍ତି ନିଜର ବକ୍ତବ୍ୟରେ ଦାରୁଣର କଷାଘାତ କେବେବି ବାପା (ସ୍ଵର୍ଗତ ମହାନ୍ତି) ଙ୍କୁ ବିଚଳିତ କରି ପାରିନ ଥିଲା ବୋଲି ଭାବବିହ୍ଵଳ ବକ୍ତବ୍ୟ ପରିବେଶକୁ ଗମ୍ଭୀର କରି ଦେଇଥିଲା । ସୁଜାତା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ସ୍ଵର୍ଗତ ମହାନ୍ତିଙ୍କର କେତେଖଣ୍ଡ ବହିକୁ ପ୍ରକାଶ କରିଥିବା ଜଲ୍ଲି ପବ୍ଲିକେଶନର ସତ୍ୱାଧିକାରିଣୀ ଚାରୁଲତା ଚୌଧୁରୀ ଏଥିରେ ଯୋଗ ଦେଇ କବିତା (ସ୍ୱର୍ଗତ ମହାନ୍ତିଙ୍କ ରଚିତ) ଆବୃତ୍ତି କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟର ବିଶିଷ୍ଟ ସାମ୍ୱାଦିକ ପ୍ରଫୁଲ୍ଲ ମହାନ୍ତି,ଅତୁଲ ଦାସ,ପ୍ରିତିଶ ଚୌଧୁରୀ,ମୋନାଲିସା ମହାନ୍ତି,ସାର୍ଥକ ମହାନ୍ତି,ସିତେଶ ମାହାନ୍ତି,ସୁକେଶ ଚନ୍ଦ୍ର ମହାନ୍ତି,ରାଜଶ୍ରୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।ଶେଷରେ ନରେଶ ଚନ୍ଦ୍ର କାନୁନଗୋ ଧନ୍ୟବାଦ୍ ଅର୍ପଣ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟ ରେ ସମ୍ବର୍ଦ୍ଧିତ ହେଲେ କୃତି ଛାତ୍ର

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି

masiha

ଖଡ଼ିଆଲ ମହୋତ୍ସବ ତୃତୀୟ ସନ୍ଧ୍ୟା

Sunil Chandra Nayak

Leave a Comment

error: Content is protected !!