ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡି.ଆର୍.ଡି.ଏ.ଅତିରିକ୍ତ ପ୍ରକଳ୍ପ ନିର୍ଦେଶକଙ୍କ ଡ଼ମୋଳ ପଂଚାୟତ ପରିଦର୍ଶନ 

ଢ଼େଙ୍କାନାଳ: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ଶ୍ରୀଯୁକ୍ତ ସାଫଲ୍ୟ ମଣ୍ଡିତ ପ୍ରଧାନ ଓ ପରଜଙ୍ଗ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିନୋଦ ବିହାରୀ ବେହେରା ମହୋଦୟ ଆଜି ଡମୋଳ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ପଂଚାୟତ ର ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ବୁଲି ବୁଲି ସମୀକ୍ଷା କରି ଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଂଚ ସୁନିଲ କୁମାର ଧଳ ସହଯୋଗ କରିଥିଲେ। ପଂଚାୟତ ରେ ହୋଇଥିବା ବର୍ଜ୍ୟବସ୍ତୁ ପୃଥକୀ କରଣ କାର୍ଯ୍ଯ ଟିକୁ ଦେଖି ପ୍ରଶଂସା କରିଥିଲେ ତତ୍ ସହିତ ଏହାର ସୁପରିଚାଳନା ନିମନ୍ତେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ଏଇପରି କାର୍ଯ୍ୟ ଧାରା ବଜାୟ ରଖିବାକୁ ଓ ଆଦର୍ଶ ପଂଚାୟତ ରୂପେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ମାଆ

Sunil Chandra Nayak

ବିପଦ ସଙ୍କୁଳ ଅବସ୍ଥାରେ ଜୀବନ୍ତ ଲୁହା ବିଦ୍ୟୁତ୍ ଖୁଣ୍ଟ ,ବିଦ୍ୟୁତ୍ ବିଭାଗର ପଡୁନାହିଁ ଦୃଷ୍ଟି

ବୀଣାପାଣି କନ୍ଦପାନ ଭଇଁରିଗୁଡା ପଞ୍ଚାୟତ ସରପଞ୍ଚ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!