ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ପାଳିତ 

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ପାଳିତ 

ଭବାନୀପାଟଣା: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସ୍ଥାନୀୟ ହସ୍ପିଟାଲ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବିଜେଡି ନେତୃମଣ୍ଡଳୀ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ। ଓଡ଼ିଆ ଜାତି ପାଇଁ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ଏହି ଅବସରରେ ଭବାନୀପାଟଣା ସହରର ରାମସାଗର ବନ୍ଧ ଠାରେ ତିଳ ତର୍ପଣ ଅର୍ପଣ ଓ ରେଡକ୍ରସ ଅନ୍ଧ, ମୁକ, ବଧିର ବିଦ୍ୟାଳୟରେ ଫଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ଦୁଷ୍ମନ୍ତ ନାଏକ, ପୋରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମିଶ୍ର, ଜାକୀର ହୁସେନ, ପ୍ରଦୀପ ମୁଣ୍ଡ, ସାରଦା ପ୍ରସନ୍ନ ସ୍ବାଇଁ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ମହିଳା ସଭାନେତ୍ରୀ ଲଳିତା ନାଏକ, ଟାଉନ ସଭାପତି ଧବଳେଶ୍ଵର ମହାପାତ୍ର, ପୂର୍ବତନ ଉପ ନଗରପାଳ ସବିତା ପ୍ରଧାନ, ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଯୁବ ନେତା ମନିନ୍ଦ୍ର ମହାନ୍ତି, ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ଆୟୁବଅଲ୍ଲି ଖାନ୍, ରବି ପଟ୍ଟନାୟକ, ଦିନେଶ ବଗର୍ତ୍ତି, କ୍ଷୀରସିନ୍ଧୁ ନାଏକ, ଶିବା ସାହୁ, ଅମିତ ଯାଦବ ତଥା ଭବାନୀପାଟଣା ପୋୖରପାଳିକାର ସମସ୍ତ ବିଜେଡି କାଉନସିଲର ପ୍ରମୁଖ ଯୋଗଦେଇଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ବିଜେପି ଛାଡ଼ିଲେ ବିଜେପି ଓଵିସି ମୋର୍ଚ୍ଚା ଜିଲ୍ଲା ସଭାପତି

masiha

ବିଶୋଇରେ ବିଜେଡିର ସାରସକଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ସମାବେଶ

Sunil Chandra Nayak

ରାଜନଗର ବିଜେଡିର ପଞ୍ଚାୟତ ସ୍ତରୀୟ ସମନ୍ବୟ କର୍ମୀ ସମ୍ମିଳନୀରେ‌ ଡବଲ ଶଙ୍ଖର ସମର୍ଥନ ସାଉଟିଲେ ଧୃବ

masiha

Leave a Comment

error: Content is protected !!