ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ବିଜେଡି ତରଫରୁ ବିଜୁବାବୁଙ୍କ ତିରୋଧାନ ଦିଵସ ପାଳିତ 

ରାଇରଙ୍ଗପୁରରେ ବିଜେଡି ତରଫରୁ ବିଜୁବାବୁଙ୍କ ତିରୋଧାନ ଦିଵସ ପାଳିତ 

ମୟୂରଭଞ୍ଜ-୧୬/୦୪ // ଓଡ଼ିଶାର ଜନନାୟକ,ମହାନ ସ୍ବାଧୀନତା ସଂଗ୍ରାମୀ,ପ୍ରବାଦ ପୁରୁଷ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ତିରୋଧାନ ଦିବସ ।ସେହି ମହାନ‌ ନାୟକଙ୍କୁ ଆଜି ରାଇରଙ୍ଗପୁର ଠାରେ ବିଜେଡ଼ି ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।ପ୍ରାରମ୍ଭରେ ଦଳୀୟ କର୍ମୀ ବୃନ୍ଦ ବିଜୁପଟନାୟକଙ୍କ ଛକରେ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଦଳୀୟ କର୍ମୀ ବିଜୁ ପଟ୍ଟନାୟକ ଅମର ରହେ,ବିଜେଡି ଜିନ୍ଦାବାଦ ନାରା ଦେଇଥିଲେ ।ପରେ ବିଜୁପଟନାୟକଙ୍କ ସ୍ମୃତି ଚାରଣ କରିଥିଲେ ।ନବ ଓଡ଼ିଶାର ନିର୍ମାତା ବିଜୁପଟନାୟକଙ୍କ ଅବଦାନକୁ କେହି ଅସ୍ଵିକାର କରି ପାରିଵେ ନାହିଁ ।ଓଡ଼ିଶାରେ ଜଳସେଚନ, ପଞ୍ଚାୟତ ରାଜ ବ୍ୟବସ୍ଥା, ମହିଳାଙ୍କ ପାଇଁ ସଂରକ୍ଷିତ,ଶିଳ୍ପ ବିକାଶ, ଶିକ୍ଷା ବିକାଶ ରେ ତାଙ୍କର ଭୂମିକା ଅନନ୍ୟ ବୋଲି ନେତୃବୃନ୍ଦ କହିଥିଲେ ।ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ବର୍ଷିୟାନ ବିଜେଡି ନେତା ସ୍ବରୂପ ବେହେରା,ବରିଷ୍ଠ ବିଜେଡ଼ି ନେତା ଆଡଭୋକେଟ ପଙ୍କଜ ଦାସ,ଯୁବବିଜେଡି ନେତା ବିଶ୍ଵଜିତ ପଣ୍ଡା( ଟନି),ଅରୁଣ ମହାନ୍ତି,ପ୍ରାକ୍ତନ କାଉନସିଲର ମନୀନ୍ଦ୍ର ନାଗ, ସଂଖ୍ୟା ଲଘୁ ନେତା ସାଜିଦ ହୁସେନ,ବଣ୍ଟି ଅଗ୍ରୱାଲ, ରଞ୍ଜନ ମହାନ୍ତ,ଦୁଲାରାମ ମୁର୍ମୁ,ସାହିଲ,ଉଦିତ ରଞ୍ଜନ ଦାସ,ଶ୍ରୀତମ ମହାନ୍ତି,ଭୋଲା ବାରିକ,ଆଝାର,ଗୁନୁ ବୈଠା,ବାବୁଲୁ ମହାନ୍ତ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଜୁ ଜୟନ୍ତୀ ପାଳନ ଓ ସାଇକଲ ରାଲି

Sunil Chandra Nayak

୧୧ ଦଫା ଦାବିକୁ ନେଇ ଲୋୱର୍ ପିଏମଜିରେ ରାଜ୍ୟ ଯୋଗଣ ସହାୟକ ସଂଘ କୁ ପହଞ୍ଚିଲେ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି 

Sunil Chandra Nayak

ଲାଞ୍ଜିଗଡରୁ ପ୍ରଦୀପ, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର, ଜୁନାଗଡ଼ରୁ ଦିବ୍ୟଶଙ୍କର,ଭବାନୀପାଟଣାରୁ ଲଳିତା ବିଜେଡି ପ୍ରାର୍ଥୀ

masiha

Leave a Comment

error: Content is protected !!