ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡାରେ ସିପିଆଇ( ଏମ୍) ତରଫରୁ ସମ୍ବିଧାନ ପ୍ରଣେତା ଡଃ ବାବା ସାହେଵ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ମହାସମାରୋହରେ ପାଳିତ 

କୋଇଡାରେ ସିପିଆଇ( ଏମ୍) ତରଫରୁ ସମ୍ବିଧାନ ପ୍ରଣେତା ଡଃ ବାବା ସାହେଵ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ମହାସମାରୋହରେ ପାଳିତ 

କୋଇଡା-   ସମ୍ବିଧାନ ପ୍ରଣେତା,ମହାନ ବିଦ୍ୱାନ,ଦଳିତ ମାନଙ୍କ ମସିହା,ଭାରତର ସୁଯୋଗ୍ୟ ସନ୍ତାନ ଡଃ ବାବା ସାହେବ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ କୋଇଡା ସିଂକୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଶିଷ୍ଟ ବାମପନ୍ଥୀ ନେତା ପ୍ରଭାତ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଉପସ୍ଥିତ ଦଳୀୟ କର୍ମୀ, ବୁଦ୍ଧିଜୀବୀ, ଶିକ୍ଷାବିତ, ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ, ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଡଃ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତି ପ୍ରାକ୍ତନ ବଣେଇ କଂଗ୍ରେସ ବିଧାୟକ ଜନାର୍ଦ୍ଦନ ଦେହୂରୀ,ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିପିଏମ ସଂପାଦକ ପ୍ରମୋଦ ସାମଲ,କୋଇଡା ଥାନାଧିକାରୀ ମନୋରଞ୍ଜନ କୁମ୍ଭାର, କୋଇଡା ଡିଗ୍ରୀ କଲେଜ ଇତିହାସ ବିଭାଗ ଅଧ୍ୟାପକ ପ୍ରଦୀପ ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟା ସୁଶିଳା ମୁଣ୍ଡା, ଅଧିବକ୍ତା ବାଦଲ ବାରିକ,କୋଇଡା ବ୍ଳକ ଅଧ୍ୟକ୍ଷ ସୁରେଶ ନାଏକ,,ଜନ ଡୁଙ୍ଗ ଡୁଙ୍ଗ,ହଳଧର ଦେହୂରୀ,ପ୍ରଭାତ ପାତ୍ର,ଶିକ୍ଷା ସରୋଜ ନାଥ,,ଶିକ୍ଷକ ମହମ୍ମଦ ଇରାନ, ଅବସରପ୍ରାପ୍ତ ଶିକ୍ଷକ କାଲାଚାନ୍ଦ ପତି,ଶ୍ରୀମତୀ ମନସ୍ଵିନୀ ନାଥ,,ଲକ୍ଷ୍ମଣ ମହାକୁଡ ପ୍ରମୁଖ ଯୋଗ ଦେଇ ଡଃ ଆମ୍ଵେଦକାରଙ୍କ ଅମ୍ଳାନ ପ୍ରତିଭାଙ୍କ ଜୀଵନଚର୍ଯ୍ଯା ଉପରେ ଆଲୋକପାତ କରି ତାଙ୍କରି ମାର୍ଗ ଦର୍ଶନରେ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ ।ଭାରତକୁ ଶୁସାନ ଦେବାପାଇଁ ଜାତୀଆଣ ପ୍ରଥା ଉଛେଦ, ସମସ୍ତଙ୍କୁ ସାମ୍ବିଧାନିକ ମୌଳିକ ଅଧିକାର,ଧର୍ମ ନିରପେକ୍ଷ ସମାଜବାଦ ରାଷ୍ଟ୍ର ନିର୍ମାଣ ପାଇଁ ତାଙ୍କର ଅବଦାନ ଭାରତ ଇତିହାସରେ ସ୍ବର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ ବୋଲି ବକ୍ତବ୍ୟରେ ମଞ୍ଚାସୀଧ ଅତିଥିବୃନ୍ଦ କହିଥିଲେ ।ଭାରତୀୟ ଆକାଶରେ ସେ ହେଉଛନ୍ତି ଧ୍ରୁବତାରା ‌। ତାଙ୍କର ତ୍ଯାଗପୂତ ବଳିଷ୍ଠ ଉଦ୍ୟମ ଯୋଗୁଁ ଭାରତ ସାରା ବିଶ୍ବରେ ଏକ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ହିସାବରେ ମାନ୍ୟତା ପାଇଛି ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବାଲେଶ୍ୱର ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

ରଥଯାତ୍ରା ପଥ ମହୋତ୍ସବ ଉଦଯାପିତ 

Sunil Chandra Nayak

ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!