ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସମ୍ପନ୍ନ ହେଲା ଚୈତ୍ର ମହୋତ୍ସବ ଝାମୁଯାତ୍ରା 

ସମ୍ପନ୍ନ ହେଲା ଚୈତ୍ର ମହୋତ୍ସବ ଝାମୁଯାତ୍ରା 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ମାଁ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଚାଲିଥିବା ଚୈତ୍ର ମହୋତ୍ସବ ର ସପ୍ତମ ଦିବସରେ ଝାମୁଯାତ୍ରା ଶୁକ୍ରବାର ସମାପ୍ତ ହୋଇଯାଇଛି। ମାଁ ତାରିଣୀ ଅଷ୍ଟ ଚଣ୍ଡୀ ଙ୍କ ମନ୍ଦିର ସମ୍ମୁଖ ପଡ଼ିଆରେ ୯ ଫୁଟର ଦୁଇଟି ନିଆଁ ଖନ୍ଦା କରାଯାଇ ନିଆଁରେ ଭର୍ତ୍ତି କରାଯାଇ ଷୋଳସହସ୍ର ପୂଜାର୍ଚ୍ଚନା କରିବା ପରେ ଘଣ୍ଟ ଶଙ୍ଖ ନିଶାନ ଓ ଢୋଲ ବାଦ୍ୟରେ ପ୍ରଙ୍କପିତ ହୋଇଉଠିଥିଲା ଏହି ଶକ୍ତି ପୀଠରେ ମାନସିକ ଧାରି ଭକ୍ତ ଏବଂ ବରୁଆ ଦେହରେ ଦେବୀ ସବାର ହୋଇ ପରେ ମ.ରାମପୁର ରାଜପରିବାର ନିଲ ମାଧବ ସିଂଦେଓ ଙ୍କ ପ୍ରେରିତ ପାଟସିନ୍ଦୂର ପ୍ରଥମେ ତାରିଣୀ ଅଷ୍ଟ ଚଣ୍ଡୀ ଙ୍କୁ ସମର୍ପଣ କରାଯାଇ ପରେ ଦେବୀ ନିଆଁରେ ଚାଲିଥିଲେ ଦୀର୍ଘ ୧୪ ବର୍ଷ ହେଲା ଏହି ପୀଠରେ ପ୍ରସିଦ୍ଧ ଝାମୁଯାତ୍ରାରେ ପ୍ରାୟ ହଜାର ହଜାର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ସାମିଲ ହୋଇ ଥିଲେ।ଅନେକ ମାନସିକ ଧାରି ବ୍ରତ ରଖିଥିବା ବେଳେ ତାରିଣୀ ଅଷ୍ଟ ଚଣ୍ଡୀ ପୀଠସ୍ଥଳରେ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ଗହଳି ଲାଗିରହିଥାଏ। ଏହି ପିଠରେ ସାତଦିନ ବ୍ୟାପୀ ଚୈତ୍ର ମହୋତ୍ସବ ଝାମୁଯାତ୍ରା ,ଛତର ଯାତ୍ରା ପଣା ସଂକ୍ରାନ୍ତି ସହ ଷୋହଳ ପହର ନାମ ଯଜ୍ଞ ପାଇଁ କଳସ ଯାତ୍ରା ଲୋକଙ୍କ ଆକର୍ଷଣୀୟ ପାଇଁ ଛୋଟିଆ ମିନା ବଜାର ଆୟୋଜନ ହୋଇଥିଲା। ଶୁକ୍ରବାର ମାଁ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠ ଖନ୍ଦା ଶାନ୍ତି କରାଯାଇ ପୂର୍ଣ୍ଣାହୁତି ହୋଇଛି। ଏହି ଝାମୁଯାତ୍ରା ରେ ସ୍ଥାନିୟ ନର୍ଲା ବିଧାୟୀକା ମନୋରମା ମହାନ୍ତି ସାମିଲ ହୋଇ ନିଆଁରେ ଚାଲିଥିଲେ। ଚତୁର୍ଥ ଦିନରେ କଳାହାଣ୍ଡି ସାଂସଦ ମାଲବିକା ଦେବୀ ମଧ୍ୟ ସାମିଲ ହୋଇ ଅଷ୍ଟ ଚଣ୍ଡୀ ଙ୍କୁ ଦର୍ଶନ କରି ପାଟବସ୍ତ୍ର ସିଙ୍ଗାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଭାପତି କୈଳାସ କୁମୁରା ସଂପାଦକ ସୁଶାନ୍ତ ମଲ୍ଲିକ, ତଥା ଦେହୁଁରି ସେବାୟତ ସୁମନ୍ତ ଭୋଇ, କଫୁଳ ରଣା, ରାଧେଶ୍ୟାମ ପଟ୍ଟନାୟକ, ତପନ ରଣା, ନିଲକମଳ ପୁଟେଲ, କୁଞ୍ଜ ରଣା, ରଂଜନ ରଣା ପ୍ରସନ୍ନ ରଣା ମହେନ୍ଦ୍ର ପ୍ରଧାନୀ ସେଷଦେବ ରଣା, ଲମ୍ବଧର ରଣା, ବୃହସ୍ପତି ରଣା, ହୃଦାନନ୍ଦ ମଲ୍ଲିକ, ମହିମା ରଣା, ବିକାଶ ରଣା, ବିଷ୍ଣୁ ରଣା, ହରି ବାରିକ, ମାର୍କଣ୍ଡ ପ୍ରଧାନୀ, ମଥୁରାମ ରଣା, ଫୋଟୋ ରଣା, ଗ୍ରାମ କମିଟି ସଭାପତି ନନ୍ଦକିଶୋର ରଣାଙ୍କ ସମେତ ବଲାଙ୍ଗୀର କଳାହାଣ୍ଡି ଜିଲ୍ଲା ବିଭିନ୍ନ ଅଂଚଳରୁ ବାର ଦେହେଲିଆ, ଭକ୍ତ ସେବାୟତ ବୁଦ୍ଧିଜୀବିମାନେ ଉପସ୍ଥିତ ରହି ଝାମୁଯାତ୍ରା ସମାପନ ଶୁକ୍ରବାର ପୂର୍ଣ୍ଣାହୁତି ହୋଇଛି।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜୁନାଗଡ ସତସଙ୍ଗ କେନ୍ଦ୍ର ରେ ଠାକୁର ଅନୁକୂଳଚନ୍ଦ୍ର ଙ୍କ ଜନ୍ମ ମହୋତ୍ସବ ଓ ପ୍ରତିଷ୍ଠା ଉତ୍ସବ ପାଳିତ

Sunil Chandra Nayak

CHAITRA PARVA FESTIVAL TO BE HELD IN SAIPRIYA NAGAR

masiha

କୁଟେନ ଗାଁରେ ମହାଭାରତ ମହା ପରାୟଣ 

masiha

Leave a Comment

error: Content is protected !!