ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନମୌଦା – ରାଖାସାହି ଗ୍ରାମର ଗୁହାଳ ଘରେ ଚଡ଼କ ମାଡ଼ରେ ଚାଷୀ ସମେତ ବାଛୁରୀ ମୃତ

ସାନମୌଦା – ରାଖାସାହି ଗ୍ରାମର ଗୁହାଳ ଘରେ ଚଡ଼କ ମାଡ଼ରେ ଚାଷୀ ସମେତ ବାଛୁରୀ ମୃତ

 ମୟୂରଭଞ୍ଜ – ୧୮/୦୪ // କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସାନମୌଦା ଗ୍ରାମ ରାଖାସାହିରେ ଜନୈକ ଗୁହାଳ ଘରେ ଚଡ଼କ ପଡ଼ିବା ଫଳରେ ଚାଷୀ ସମେତ ଵାଛୁରୀ ମୃତ ହୋଇଥିବା ଅଭାବନୀୟ ଦୁଃଖଦ ଘଟଣା ଘଟି ଯାଇଛି । ସୂଚନାଯୋଗ୍ୟ ଆଜି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଆକାଶରେ କଳାହାଣ୍ଡିଆ ମେଘ ସମେତ ଘନ ଘନ ବିଜୁଳି ଘଡଘଡି ମାରୁଥିଲା ।ସାନମଉଦା ଗ୍ରାମର ସତ୍ଯ ଗିରି (୫୮) ବର୍ଷା ଯୋଗୁଁ ଗୁହାଳ ଘରେ ଗୋରୁ ଗାଈମାନଙ୍କୁ ବାନ୍ଧୁ ଥିବା ସମୟରେ ହଠାତ୍ ଚଡ଼କ ପଡ଼ିଥିଲା ।ସତେ ଯେମିତି ଆକାଶରୁ ଖସିଲା ଯମ ।ଘଟଣାସ୍ଥଳରେ ଚାଷୀ ସତ୍ୟ ଗିରି ଓ ବାଛୁରୀ ସେଠାରେ ଟଳି ପଡ଼ିଥିଲେ ।ସତ୍ୟ ଗିରିଙ୍କୁ ଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣା ଯାଇଥିବାବେଳେ ବାଛୁରୀ ମୃତ ନେଇ ପଶୁ ଡାକ୍ତରଙ୍କୁ ଜଣା ଯାଇଛି ।ଗୋରୁମହିଷାଣୀ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶନିବାର ଦିନ ମୃତକଙ୍କ ଶଵ ବ୍ୟବଛେଦ କରାଯିବ ।ସତ୍ୟ ଗିରି ପରିବାରକୁ ସରକାରୀ ଗାଇଡ଼ ଲାଇନ ଅନୁସାରେ ଆର୍ଥିକ ସହାୟତା ଦେବା ସହ ବାଛୁରୀ ମୃତ କ୍ଷୟକ୍ଷତି ବାବଦକୁ ଖର୍ଚ ମଧ୍ୟ ପିଡିତ ପରିବାରଙ୍କୁ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ 

masiha

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଚତୁର୍ଥ ବାର୍ଷିକୋତ୍ସବ 

masiha

ଗୁପ୍ତଚର ପାରା ଉଦ୍ଧାର ଫାଣ୍ଡିକୁ ହସ୍ତାନ୍ତର

Sunil Chandra Nayak

Leave a Comment

error: Content is protected !!