ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମାଞ୍ଚଳରେ ସ୍ୱଛତା ମିଶନ ଏବେ ଅବ୍ୟବସ୍ଥା ରେ ପରିଣତ, ରାସ୍ତାକଡ଼ ପାଲଟିଛି ମୁଜ୍ତାକାଶ ଶୌଚାଳୟ 

ଗ୍ରାମାଞ୍ଚଳରେ ସ୍ୱଛତା ମିଶନ ଏବେ ଅବ୍ୟବସ୍ଥା ରେ ପରିଣତ, ରାସ୍ତାକଡ଼ ପାଲଟିଛି ମୁଜ୍ତାକାଶ ଶୌଚାଳୟ 

କାମାକ୍ଷାନଗର ମନିସ )21/4/25 // କାମାକ୍ଷାନଗର ଅଞ୍ଚଳରେ ପରିବେଶ ସ୍ୱଛ ରଖିବାକୁ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଏବେ କିନ୍ତୁ ତାହା ଅବ୍ୟବସ୍ଥାରେ ପରିଣତ ହୋଇଥିବାର ଦେଖାଯାଉଛି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱଛତା ମିଶନ ରେ ବ୍ୟାପକ ଅର୍ଥ ବିନିଯୋଗ କରାଯାଇ ସ୍ୱଛତା ମିଶନରେ ପ୍ରତ୍ୟେକ ଘରେ ପାଇଖାନା ପାଇଁ ବ୍ୟବସ୍ଥା କରାଯାଇଥିବା, କେତେକ ଗ୍ରାମର ଘରେ ଘରେ ପାଇଖାନା ହୋଇଥିଲେ ମଧ୍ୟ ସେସବୁକୁ ପାଇଖାନା ଭାବେ ବ୍ୟବହାର ନ କରାଯାଇ କେତେକ ପାଇଖାନା ଗୁଡିକରେ କାଠ ଓ ପରିତ୍ୟକ୍ତ ଜିନିଷ ରଖୁଥିବା ବେଳେ ବାଇସିଙ୍ଗା ପଞ୍ଚାୟତ ର ମାଲପୁରା ଗ୍ରାମ ଦଳିତ ବସ୍ତିରେ ଚୋରା ଦେଶିମଦ ରଖାଯାଇ ବିକ୍ରୟ କରୁଥିବାର ଅଭିଯୋଗ ହେଉଛି l କାମାକ୍ଷାନଗର ଉପଖଣ୍ଡର – ଭୁବନ, କଙ୍କଡ଼ାହାଡ଼, ପରଜଙ୍ଗ ଓ କାମାକ୍ଷାନଗର ଆଦି ଚାରିଗୋଟି ବ୍ଲକର ବହୁ ଗ୍ରାମରେ ସଚେତନତା ଅଭାବରୁ ଘରେ ଥିବା ପାଇଖାନାକୁ ନଯାଇ ବାହାରେ ଖୋଲା ଆକାଶ ତଳେ ଶୌଚ ହେବାକୁ ପୁରୁଷ ଓ ମହିଳା ଯାଉଥିବାର ଦେଖାଯାଉଛି l ବାଲିଗୋରଡ଼ ପଞ୍ଚାୟତ କାମାକ୍ଷାନଗର ବ୍ଲକର ର ଖଟଖୁରା ଗ୍ରାମର ପୁରୁଣା ପାତ୍ରସାହିର ପ୍ରତ୍ୟେକ ଗୃହରେ ପାଇଖାନା ବ୍ୟବସ୍ଥା ହୋଇଥିବା ବେଳେ କିନ୍ତୁ ସଚେତନତା ଅଭାବରୁ ବସ୍ତିର ପୁରୁଷ ଓ ମହିଳା ଘରେ ଥିବା ପାଇଖାନାକୁ ନଯାଇ ଖୋଲା ସ୍ଥାନରେ ଶୌଚ ହେବାକୁ ଯାଇଥାନ୍ତି l ଯଦ୍ୱାରକି ରାସ୍ତାରେ ଯାତାୟାତ କରିବା ସମୟରେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି l ଗ୍ରାମ୍ୟ ପରିମଳ ବିଭାଗ ପକ୍ଷରୁ କୌଣସି ସଚେତନ ସୃଷ୍ଟି କରୁ ନଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇ ନାହିଁ l ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ ହେବା ସମୟରେ ବ୍ଲକ ପକ୍ଷରୁ ଅର୍ଥ ର ବ୍ୟବସ୍ଥା କରାଯାଇଥିବା ବେଳେ ଗୃହର ମୁରବି ପାଇଖାନା କରିବାକୁ ଅର୍ଥ ନେବାର ବ୍ୟବସ୍ଥା ହୋଇଥିଲା l କିନ୍ତୁ ବିଭାଗୀୟ ସ୍ତରରେ ସେସବୁକୁ ଗୁରୁତ୍ୱ ନଦେଇ ଗ୍ରାମାଞ୍ଚଳରେ କୁଜି ନେତାଙ୍କ ସହାୟତାରେ ନିମ୍ନ ମାନର ପାଇଖାନା ନିର୍ମାଣ ହୋଇଥିବାର ଜଣାଯାଇଛି l 

 କେତେକ ସ୍ଥାନରେ ପାଇଖାନା ନକରାଯାଇ ଫଲସ ବିଲ କରାଯାଇଛି l ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ପାଇଖାନା ର ଫଲସ ବିଲ କରିଥିବା ବେଳେ ପାଇଖାନା ଚୋରୀ ହୋଇଥିବାର ଚର୍ଚ୍ଚାର ବିଷୟ ହୋଇଛି l ଗ୍ରାମାଞ୍ଚଳରେ ସଠିକ ଭାବେ ପାଇଖାନା ନିର୍ମାଣ ନହୋଇଥିବା ବେଳେ ଏବେ ସେସବୁକୁ ତଦନ୍ତ ବିତ୍ତିରେ ପଦକ୍ଷେପ ଗ୍ରହଣ କରାଗଲେ ବହୁ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ଦାବି ହେଉଛି 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ଟ୍ରାକ୍ଟର ଧକ୍କାରେ ଦାଦା ମୃତ ପୁତୁରା ଗୁରୁତର ଆହତ

Sunil Chandra Nayak

ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ

ବୋରିଗାଁରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ

masiha

Leave a Comment

error: Content is protected !!