ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ତାଈକୋଣ୍ଡ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଛଅ ଗୋଟି ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା ପାଇଁ ଗୈାରବ ଆଣିଲେ ପ୍ରତିଯୋଗୀ

ତାଈକୋଣ୍ଡ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଛଅ ଗୋଟି ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା ପାଇଁ ଗୈାରବ ଆଣିଲେ ପ୍ରତିଯୋଗୀ

ନବରଙ୍ଗପୁର:(୨୧|୪)(ରବି ନାରାୟଣ ମହାନ୍ତି)ଖେଳର ଭିତ୍ତି ଭୁମି ନଥିବା ଜିଲ୍ଲାରେ ଖେଳାଳି ମାନେ ଅଳ୍ପ ପ୍ରଶିକ୍ଷଣ ପାଇ ନିଜ ପ୍ରୟାସ ରେ ରାଜ୍ୟ, ଭାରତୀୟ, ଅନ୍ତଃରାଷ୍ଟ୍ରୀୟ ଖେଳୁଛନ୍ତି, ପିଲାମାନଙ୍କର କଠିନ ପରିଶ୍ରମ କରି ଯେଉଁ ଖେଳ ପ୍ରଦର୍ଶନ କରିଥାନ୍ତି ସେଥିରେ ସେମାନେ ପଦକ ହାସଲ କରିଛନ୍ତି ।ରାଜ୍ୟ ସ୍ତରୀୟ ତାଈକୋଣ୍ଡ ପ୍ରତିଯୋଗିତା ୧୮.୪.୨୫ ଠାରୁ ୨୧.୪.୨୫ କଟକ ଜିଲ୍ଲା ବାରବାଟି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଈଛି। ଏହି ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାର ଖେଳାଳି ମାନେ ( ଅଣ୍ଡର-୧୪, ଅଣ୍ଡର-୧୭, ଅଣ୍ଡର -୧୯) ଭିନ୍ନ ଭିନ୍ନ ବର୍ଗ ରେ ଭାଗ ନେଇଥିଲେ। ନବରଙ୍ଗ ସପୋର୍ଟ ଏକାଡେମି ଦ୍ଵାରା ତାଈକଣ୍ଡ ପ୍ରଶିକ୍ଷିତ ହୋଇ ଖେଳିବାକୁ ଯାଇଥିଲେ ସେମାନେ ହେଲେ ଡିମ୍ପଲ ପାତ୍ର -ସ୍ୱର୍ଣ୍ଣ ପଦକ, ହିମାଂଶୁ ପଟ୍ଟନାୟକ ରୌପ୍ୟ ପଦକ, ଉତ୍ତମ ପ୍ରଶାନ୍ତ ବେହେରା, ଆଖିଲେଶ ପଟ୍ଟନାୟକ, ତେଜେଶ୍ୱନୀ ପୁଜାରୀ , ଶୈଳେଶ ପଟ୍ଟନାୟକ ମାନଙ୍କୁ, କଂସ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଶହ ଶହ ଖେଳାଳି ମାନଙ୍କ ମଧ୍ୟରୁ ବହୁତ ସୁନ୍ଦର ଭାବରେ ଖେଳ ପ୍ରଦର୍ଶନ କରିଥିଲେ। ନବରଙ୍ଗପୁର ଜିଲ୍ଲାକୁ ମେଡାଲ ଦେଇ ଜିଲ୍ଲା ର ଗୈାରବ ବଡ଼ାଇଛନ୍ତି। ଜିଲ୍ଳାବାସୀ ଏମାନଙ୍କ କୃତିତ୍ୱ ଦେଖି ବହୁତ ଖୁସି ଅନୁଭବ କରିଛନ୍ତି। ନବରଙ୍ଗ ସ୍ପୋର୍ଟସ ଏକାଡେମୀ ର ସମ୍ପାଦକ ଓ କୋଚ୍ ହରିଶ୍ ବେହେରା ଦ୍ୱାରା ପ୍ରଶିକ୍ଷଣ ପାଈ ଖେଳିବାକୁ ଯାଇଥିଲେ। ଯଦି ଜିଲ୍ଲା ପ୍ରଶାସନ ପିଲାମାନଙ୍କ କିଛି ସହଯୋଗ କରିଥାନ୍ତା ତେବେ ଅଧିକ ପଦକ ହାସଲ କରିବାର ସୁଯୋଗ ପାଇଥାନ୍ତେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ଷ୍ଟାଡିୟମରେ ବ୍ଳକ ସ୍ତରୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁଦର୍ଶପୁର ପଞ୍ଚାୟତ ଟିମ୍ ଚମ୍ପିୟାନ

Sunil Chandra Nayak

ନବରଙ୍ଗପୁର ଜ଼ିଲ୍ଲା ରେ କ୍ରୀଡା ଭିତିଭୂମି ର ବିକାଶ ପାଇଁ ଜ଼ିଲ୍ଲାପାଳ ଙ୍କ ତତ୍ପରତା

ମା ବସ୍ତରେନ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଜାପିତ

Sunil Chandra Nayak

Leave a Comment

error: Content is protected !!