ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସର୍ଵ ଭାରତୀୟ କରାଟେ ଚମ୍ପିୟାନସିପ୍ ରେ ନବରଙ୍ଗପୁର ଜିଲ୍ଲାର ସଫଳତା

ନବରଙ୍ଗପୁର–(ମସିହା)କେରଳ ର କନ୍ନୁର ସହର ର ମୁଣ୍ଡାୟଡ୍ ଇନ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ୩୪ ତମ ସର୍ବ ଭାରତୀୟ ଆମନ୍ତ୍ରଣୀୟ କରାଟେ ଓ କବୁଡୋ ପ୍ରତିଯୋଗିତା ୨୦୨୨ ରେ ଅଂଶ ଗ୍ରହଣ କରି ଓଡ଼ିଶା ୟୁଚିରୀୟୋ କରାଟେ ଦଳ ମଇ ମାସ ୨୦ ତାରିଖରୁ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ମୁଖ୍ୟ ସେନସେଇ ଶରତ କୁମାର ରାଉତ ଙ୍କ ତତ୍ତ୍ୱାବଧାନ ରେ ୟୁଚିରୀୟୋ କରାଟେ ଓ କବୁଡୋ ର ବିଭିନ୍ନ ଈଭେନ୍ଟ ରେ ଏଗାର ଜଣିଆ ଦଳ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ନବରଙ୍ଗପୁର ର ଆନ୍ତର୍ଜାତୀୟ କରାଟେ କ୍ରୀଡାବିତ୍ ଓ ପଦକ ବିଜେତା ସନ୍ଦୀପ କୁମାର ରାଉତ ବୟସ ୧୨ କବୁଡୋ ର ବ୍ଲାକ ବେଲ୍ଟ ବର୍ଗରେ ସାଇ ଓ ଵୋ କାତା ଈଭେନ୍ଟ ରେ ଭାଗ ନେଇ ୨ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୧୫ ବର୍ଷ ବର୍ଗରେ ସଂଗୀତା ରାଉତ ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧୧ ବର୍ଷ ବୟସ ବର୍ଗରେ ଆଦର୍ଶ କୁମାର ବେହେରା ଗୋଟିଏ ସ୍ୱର୍ଣ୍ଣ ଓ ବ୍ୟକ୍ତିଗତ କବୁଡୋ କାତା ଈଭେନ୍ଟ ରେ ଗୋଟିଏ ସ୍ୱର୍ଣ୍ଣ , ବ୍ୟକ୍ତିଗତ କୁମିଟି ଈଭେନ୍ଟ ରେ ଗୋଟିଏ ରୌପ୍ୟ ଏବଂ ଦଳଗତ କାଟାରେ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ୧୩ ବର୍ଷ ବୟସ ବର୍ଗରେ ପି.ସୋହାନ କୁମାର ବ୍ୟକ୍ତିଗତ କାତା ଈଭେନ୍ଟ ରେ ଗୋଟିଏ ସ୍ୱର୍ଣ୍ଣ ଓ ବ୍ୟକ୍ତିଗତ କବୁଡୋ କାତା ଈଭେନ୍ଟ ରେ ଗୋଟିଏ ରୌପ୍ୟ ପଦକ ହାସଲ କରିଥିବା ବେଳେ ୧୩ ବୟସ ବର୍ଗରେ ମାଈନୋ ମାରନ୍ଡ ବ୍ୟକ୍ତିଗତ କାତା ଈଭେନ୍ଟ ରେ ଗୋଟିଏ ସ୍ୱର୍ଣ୍ଣ, ବ୍ୟକ୍ତିଗତ କବୁଡୋ କାତା ଈଭେନ୍ଟ ରେ ଗୋଟିଏ ସ୍ୱର୍ଣ୍ଣ ଓ ଦଳଗତ କୁମିଟି ଈଭେନ୍ଟ ରେ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୮ ବର୍ଷ ବୟସ ବର୍ଗରେ ଆଶୁତୋଷ କୁମାର ବେହେରା ବ୍ୟକ୍ତିଗତ କାତା ଈଭେନ୍ଟ ରେ ଗୋଟିଏ ସ୍ୱର୍ଣ୍ଣ ଓ ବ୍ୟକ୍ତିଗତ କବୁଡୋ କାତା ଈଭେନ୍ଟ ରେ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଉକ୍ର ଟୁର୍ଣାମେଣ୍ଟରେ ଓଡ଼ିଶା ଦଳର ଟିମ୍ ମ୍ୟାନେଜର ଭାବେ ନିବେଦିତା ପଟ୍ଟନାୟକ ଅଂଶ ଗ୍ରହଣ କରିଥିବା ବେଳେ ଫିଜିଓ ଥେରେଫିଷ୍ଟ ଭାବେ ସୁରଭୀ ଜାନୀ ଓ ପି କଳ୍ପନା , କାଉନସିଲର ଭାବେ ହିରାମଣୀ ମାରାଣ୍ଡି ଓ ଦଳ ର ସଂଯୋଜକ ଭାବରେ ରାମରାୟ ମାରାଣ୍ଡି ଓ ଅଶୋକ କୁମାର ବେହେରା ଦାୟିତ୍ଵ ତୁଲାଇ ଥିଲେ। ୫୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ବିଭିନ୍ନ ରାଜ୍ୟରୁ ଆସି ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ନବରଙ୍ଗପୁର ଏସିଆନ କରାଟେ ଅନୁଷ୍ଠାନ ର ଖେଳାଳି ମାନେ ୧୦ ଗୋଟି ସ୍ଵର୍ଣ,୪ ଗୋଟି ରୋପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା କୁ ଗୌରବ ଆଣିପାରିଛନ୍ତି।ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସହସମ୍ପଦକ ତଥା ଏସିଆନ କରାଟେ ବିଦ୍ୟାଳୟର ଉପଦେଷ୍ଟା ମନୋଜ କୁମାର ପଟ୍ଟନାୟକ ସମେତ ଜିଲ୍ଲାର କ୍ରୀଡ଼ାବିତ ମାନେ ଖୁସି ପ୍ରକଟ କରି ଶୁଭେଚ୍ଛା ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମା ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କ୍ଵାଟରରେ ମହିଚଲା 

Sunil Chandra Nayak

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମ ରକ୍ଷା କୌଶଳ ତାଲିମ ଉଦଘାଟିତ

Sunil Chandra Nayak

ମାଁ ଦୁଲାର ଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

Leave a Comment

error: Content is protected !!