ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଜ ସହଧର୍ମିଣୀ ଙ୍କୁ ହତ୍ୟା କରି ଖଟ ବାକ୍ସରେ ରଖି ଦେଇ ସ୍ଵାମୀ ଫେରାର।

ନିଜ ସହଧର୍ମିଣୀ ଙ୍କୁ ହତ୍ୟା କରି ଖଟ ବାକ୍ସରେ ରଖି ଦେଇ ସ୍ଵାମୀ ଫେରାର।

ନବରଙ୍ଗପୁର:(୨୧|୪)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ରେ ଏକ ହୃଦୟ ବିଦାରକ ଘଟଣା, ନିଜ ସହଧର୍ମିଣୀ କୁ ହତ୍ୟା କରି ଖଟ ରେ ଥିବା ବାକ୍ସ ରେ ଲୁଚାଇ ଘରକୁ ତାଲା ଦେଇ ସ୍ଵାମୀ ହୋଇ ଥିଲା ଫେରାର l ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନରେ ଥିବା ହଳଦୀ ଗ୍ରାମରେ l ମୃତ ମହିଳା ଜଣକ ନାମ ହେଲା ଅନିତା ସୋରି,ହତ୍ୟାକାରୀ ସ୍ଵାମୀ ହେଲା ଦୁଷ୍ମନ୍ତ ନାୟକ l ଅଭିଯୋଗ ଅନୁସାରେ ଗତ ତିନି ବର୍ଷ ପୂର୍ବେ ହଳଦୀ ଗ୍ରାମର ଦୁଷ୍ମନ୍ତ ନାୟକ ସୀମାନ୍ତ ଛତ୍ତିଶଗଡ଼ ରାଜ୍ୟ ଭତ୍ରl ବାହାଲ ଗ୍ରାମର ଅନିତା ସୋରି ଙ୍କୁ ବିବାହ କରିଥିଲେ l ତାଙ୍କର ବିବାହ ର ସନ୍ତକ ଏକ ପୁଅ ରହିଛି l ଗତ କିଛି ଦିନ ପୂର୍ବେ ଭତ୍ରl ବାହାଲ ରେ ଥିବା ନିଜ ବାପା ଘରକୁ ଅନିତା ସୋରି ଯାଇଥିଲେ l ଅଳ୍ପ କିଛି ଦିନ ବାପା ଘରେ ରହିବା ପରେ ଗତ ଚାରିଦିନ ପୂର୍ବେ ସ୍ଵାମୀ ଦୁଷ୍ମନ୍ତ ନିଜ ସ୍ତ୍ରୀ ଅନିତା ଙ୍କୁ ଆଣିଥିଲେ l ଗତ ତିନି ଦିନ ପୂର୍ବେ ଉଭୟ ସ୍ଵାମୀ ସ୍ତ୍ରୀ ନିଖୋଜ ଥିବା ଦୁଷ୍ମନ୍ତ ଙ୍କ ପରିବାର ମୃତ ମହିଳାଙ୍କ ପରିବାରକୁ ଖବର ଦେଇଥିଲେ l ନିଜ ଝିଅ କୁ ବହୁ ସ୍ଥାନରେ ଖୋଜା ଖୋଜି କରିଥିଲେ ହେଁ ତାର ଖବର ମିଳି ନ ଥିଲା l ଘର ତାଲା ପଡିଥିବା ଦେଖି ପରିବାର ଲୋକେ ସନ୍ଦେହ କରି ଚନ୍ଦାହାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି ଚନ୍ଦାହାଣ୍ଡି ପୋଲିସ ପହଞ୍ଚି ଘର ତାଲା ଭାଙ୍ଗି ମହିଳା ଙ୍କ ଶବ ଦେଖିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରି ଶବ ଉଦ୍ଧାର କରାଯିବା ବୋଲି କହିଛନ୍ତି ଥାନା ଅଧିକାରୀ l ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ସ୍ତ୍ରୀ କୁ ସ୍ଵାମୀ ହତ୍ୟା କରିଛି ଜଣା ପଡି ନାହି l କିନ୍ତୁ ଦୁଷ୍ମନ୍ତ ଙ୍କ ମସ୍ତିସ୍କ ଦୋଷ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି l ଅପରପକ୍ଷେ ଘରରୁ ଶବର ପଚା ଦୁର୍ଗନ୍ଧ ବାହାରୁ ଥିବାରୁ ଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଆସିଲେ ଶବ ବାହାର କରାଯିବ l ପୋଲିସ ସ୍ଵାମୀ ଦୁଷ୍ମନ୍ତ ଙ୍କ ବାପା ମା ଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ 

କାମାକ୍ଷାନଗର ବାସୀ ହୋଇଯାଏ ସାବଧାନ, ମାତିଛନ୍ତି ବାଇକ୍ ଚୋର 

masiha

ଅବକାରୀ ବିଭାଗ ପକ୍ଷରୁ କପ ସିରଫ ଜବତ

Sunil Chandra Nayak

Leave a Comment

error: Content is protected !!