ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୈନିକ ଗଢ଼ିବାରେ ପ୍ରତିବଦ୍ଧ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ

ସୈନିକ ଗଢ଼ିବାରେ ପ୍ରତିବଦ୍ଧ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ

ଖଇରା,୨୩/୪/୨୫ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ତିଆରି ହୋଇଛି ସୈନିକ ତିଆରି କାରଖାନା । ଗତ ୨୦୨୧ ମସିହା ଜାନୁଆରି ୨୬ ତାରିଖରେ ମୂଳଦୁଆ ପଡ଼ିଥିବା ଏହି ଏକାଡେମୀରେ ଏବେ ୪ ଜଣ ଛାତ୍ର ଭାରତୀୟ ସ୍ଥଳସେନାରେ ଯୋଗଦେଲେଣି । ଏହି ଅବସରରେ ଏକାଡେମୀ ତରଫରୁ ଖଇରା କଲେଜ ନିକଟ ସାଇ ଆଇଟିଆଇ ସ୍ଥିତ କ୍ଲାସ ରୁମ୍ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କରାଯାଇଥିଲା । ଏହି ସଭାରେ ଖଇରା ତହସିଲଦାର ଅମିତ ରଞ୍ଜନ ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଖଇରା ଆଇଆଇସି ସଚିନ୍ଦ୍ର ମହାଳିକ ଓ ଯୋଗଗୁରୁ ମୁକ୍ତିକାନ୍ତ ପାଣିଗ୍ରାହୀ ମଧ୍ୟ ଯୋଗ ଦେଇଥିଲେ । ଉଭୟ ଅଧିକାରୀ ସେନା ପାଇଁ ଯୋଗ୍ୟ ହୋଇଥିବା ଛାତ୍ର ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କଠିନ ପରିଶ୍ରମ କରି ଆଗାମୀ ଦିନରେ ଦେଶ ସୁରକ୍ଷାରେ ଭାଗିଦାରୀ ହେବାପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ । ଯୋଗଗୁରୁ ଶ୍ରୀ ପାଣିଗ୍ରାହୀ ସଭାରେ ସଭାପତିତ୍ବ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏକାଡେମୀର ସାଧାରଣ ଜ୍ଞାନ ଶିକ୍ଷକ ଦେବକୀ ନନ୍ଦନ ସାମଲ ଏକାଡେମୀ ବିଷୟରେ ସମସ୍ତଙ୍କୁ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଜ୍ୟୋତି ଆଦିତ୍ୟ ରାୟ, ଗୌତମ ସାହୁ, ଅଶୋକ କୁମାର ମାଝୀ ଓ ଶ୍ରୀକାନ୍ତ କୁମାର ବେହେରାଙ୍କ ସମେତ ୪ ବର୍ଷରେ ୪୦ ଜଣ ପିଲା ଏକାଡେମୀରୁ ବିଭିନ୍ନ ସରକାରୀ ଚାକିରୀରେ ନିଯୁକ୍ତି ପାଇଥିବା ଶୁଣି ଅତିଥି ମାନେ ଖୁସି ଅନୁଭବ କରିଥିଲେ । ଏକାଡେମୀର ଉସ୍ତାଦ, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ସଭାକୁ ପରିଚାଳନା କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିପଦର ବନ୍ଧୁ ସାଜିଛି ରଙ୍ଗବିହୀନ ହମ୍ପସ୍

masiha

ତୁଳସୀଡୁଙ୍ଗରି ଠାରେ ପଞ୍ଚମ ତମ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି 

Sunil Chandra Nayak

ଗର୍ଭଣା ସଙ୍କରାନ୍ତି ଓ ଶ୍ରାଦ୍ଧ ପାଇଁ ସବୁ ପରିବା ଦର ୮0 ରୁ ୧00 ମଧ୍ୟବିତ୍ତ ଓ ଗରିବ ଙ୍କ ଉପରେ ମହଙ୍ଗା ମାଡ଼

Sunil Chandra Nayak

Leave a Comment

error: Content is protected !!