ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘର ଭୁଶୁଡି ଚାପି ହୋଇ ଜଣେ ମୃତ, ପୋଲିସର ତଦନ୍ତ ଜାରି

ଘର ଭୁଶୁଡି ଚାପି ହୋଇ ଜଣେ ମୃତ, ପୋଲିସର ତଦନ୍ତ ଜାରି

କୋକସରା,୧୬/୪ // ସୋମବାର ବିଳମ୍ବିତ ରାତିରେ ମାଟି କୁଡ଼ିଆ ଘରେ ଶୋଇଥିବା ସମୟରେ ଘର ଭୁଶୁଡି ପଡିବାରୁ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ସାଗରପଡା ଗ୍ରାମ ର ଘାସିରାମ ହଂସ (୪୨) ବୋଲି ଜଣାପଡିଛି। ତାଙ୍କ ନିଜସ୍ୱ ଗାଁ ପୋଡ଼ାଗୁଡା ହୋଇଥିବା ବେଳେ ସେ ସିଉନି ସାଗରପଡା ଗ୍ରାମରେ ନିଜ ମାମୁଁ ଘରେ ଏକ ଦୋକାନ ଦେଇ ନିଜର ପରିବାର ଚଳାଉ ଥିଲେ। ହେଲେ ଗତକାଲି ରାତିରେ ଖାଇପିଇ ଶୋଇଥିବା ସମୟରେ ଘର ଭୁଶୁଡି ଚାପି ହୋଇ ତାଙ୍କର ମୃତ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳୁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କୋକସରା ଡାକ୍ତର ଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଆମପାଣି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟ ପଟେ ଘରର ଏକ ମାତ୍ର ରୋଜଗାରିଆ ସ୍ବାମୀଙ୍କୁ ହରାଇ ସ୍ତ୍ରୀ ଓ ପରିବାର ଭାଙ୍ଗି ପଡିଛନ୍ତି। ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଭାବେ ରାମେଶ୍ୱର ପ୍ରଧାନଙ୍କ ଯୋଗଦାନ

Sunil Chandra Nayak

ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ର ଅନ୍ତର୍ଗତ ସଂକଳ୍ପ ସପ୍ତାହ

masiha

ସାମ୍ବାଦିକ ମାନଙ୍କୁ ଫୁଲଚାରା ବଣ୍ଟନ କଲେ ବ୍ଲକ ଅଧ୍ଯକ୍ଷା

masiha

Leave a Comment

error: Content is protected !!