ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲେଡି ଲାୟନ୍ସ ର ଶିଶୁ ବ୍ୟବସାୟ ମହୋତ୍ସବ

ଲେଡି ଲାୟନ୍ସ ର ଶିଶୁ ବ୍ୟବସାୟ ମହୋତ୍ସବ 

ରାଉରକେଲା: ସାମାଜିକ ଅନୁଷ୍ଠାନ ଲେଡି ଲାୟନ୍ସ ତରଫରୁ ଏଫଇଟୁ ଠାରେ ଶିଶୁ ବ୍ୟବସାୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଲେଡି ଲାୟନ୍ସ ର ମୁଖ୍ୟ ବନ୍ଦିତା ମାହତୋ ଙ୍କ ଅଧ୍ୟକ୍ଷତା ଓ କବିତା ମାହତୋଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ହରିହର ରାଉତରାୟ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଦିଲିପ ଜେନା,କମଲ ଅଗ୍ରୱାଲ,ଦୀପକ ଦାସ,ରବି ରାୟ, ଲତିକା ପଟ୍ଟନାୟକ, ଜିତେନ୍ଦ୍ର ପ୍ରସାଦ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପ୍ରଶଂସା କରିବା ସହ ଏହା ଶିଶୁଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତି କୁ ବିକାଶ କରିବ ବୋଲି ମତ ରଖିଥିଲେ। ଏହି ମହୋତ୍ସବରେ ପ୍ରାୟ ୩୦ ରୁ ୩୫ ଷ୍ଟଲ ମାଧ୍ୟମରେ ପିଲାମାନେ ହାତ ତିଆରି ହସ୍ତଶିଳ୍ପ,ଚିତ୍ରକଳା,ମାଟି ମୂର୍ତ୍ତି, ସାଜସଜ୍ଜା ପାତ୍ର,ଘର ତିଆରି ଖାଦ୍ୟ ସାମଗ୍ରୀ ଏବଂ ବିଭିନ୍ନ ସୃଜନଶୀଳ ଉତ୍ପାଦ ପ୍ରଦର୍ଶନ ସହ ବିକ୍ରୟ କରିଥିଲେ। ଯାହାକୁ ନେଇ ଦର୍ଶକ ଓ ଶିଶୁ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହା ସହିତ ଶିଶୁ ମାନଙ୍କ ମଧ୍ୟରେ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ସ୍ନେହା ଗନ୍ତାଘରିଆ,ଧନମାୟା ବିଷ୍ଟ,ଅନୁପମା ଦାସ,ଭାରତୀ ତ୍ରିପାଠୀ,ଛବି ପାତ୍ର,ସୁଚିତ୍ରା ଦର୍ଜୀ,ଗ୍ରେସୀ ଡେଭିଡ, ଦୀପ୍ତି ସୁନ୍ଦରାୟ, ବିଜୟ ସୁନ୍ଦରାୟ, ବିଶ୍ବଜିତ ରାଉତ, ଲୀନା ରାଉତ,ଗୈ।ରୀ କୁମ୍ଭାର, ଲିପ୍ସା ରଞ୍ଜିତ ଓ ଅନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୁରୀରେ ‘ସାବୁତ ନିଯୋଗ ଇଷ୍ଟେଟ୍ ଚେସ୍ ବ୍ୟାଟଲ୍ ସିଜନ୍-୧’: ଶୁଭମ୍ ରଥ ଚାମ୍ପିୟନ୍

Sunil Chandra Nayak

ପ୍ଲାଷ୍ଟିକ ବ୍ୟବହାର କୁ ନେଇ ଯୁବକ ଙ୍କ ଅଭିନବ ସଚେତନତା

masiha

ଉତ୍କଳ ଆଲୁମିନା ପକ୍ଷରୁ ୭୭ତମ ସ୍ଵାଧୀନତା ଦିବସ ପାଳିତ  

Sunil Chandra Nayak

Leave a Comment

error: Content is protected !!