ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପିର ସ୍ୱାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗଦେଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ 

ବିଜେପିର ସ୍ୱାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗଦେଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ 

ବସ୍ତା,16/04 : ନିର୍ବାଚନ ପୁର୍ବରୁ ପ୍ରତ୍ୟେକ ରାଜନୈତିକ ଦଳ ମିଶ୍ରଣ ପର୍ବ କରି ସେମାନଙ୍କ ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି, ମଙ୍ଗଳବାର ରାତି ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳିର ବୋଳଙ୍ଗ ଗ୍ରାମ ସ୍ଥିତ ହନୁମାନ ମନ୍ଦିର ସାମ୍ନାରେ ବିଜେପିର ଏକ ସ୍ୱାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ,ଏହି ମିଶ୍ରଣ ପର୍ବରେ ବିଜେଡିର 180 ରୁ ଉର୍ଧ୍ଵ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦାନ କରିଛନ୍ତି,ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ l ବିଜେଡି ର ପୂର୍ବତନ ଜିଲ୍ଲା ପରିଷଦ ଅନୁପମା ସାହୁଙ୍କ ସହିତ ବହୁ କର୍ମୀ ଓ ପରିବାର ସାଂସଦ ଙ୍କ ପାଖରୁ ଟୋପି ଓ ଉତ୍ତରୀ ପିନ୍ଧି ମିଶିଥିଲେ l ଏହି ଅବସରରେ ବିଜେପି ନେତା ରବିନ୍ଦ୍ର ନାଥ ଅଣ୍ଡିଆ,ମହେଶ୍ୱର ଜେନା,ବିକାଶ ଗିରି,ଅଜୟ ସାହୁ, ଶ୍ୟାମ ପ୍ରସାଦ ବେହେରା,ସଞ୍ଜିବ ପାଢି,ରବିନ୍ଦ୍ର ଜୈନଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ,।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପ୍ରସଙ୍ଗ ବଲାଙ୍ଗିରରେ ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ବିଜେଡିର ରଣ ହୁଙ୍କାର

Sunil Chandra Nayak

ବିଭିନ୍ନ ଦାବି ନେଇ ସି ପି ଆଇ ଏମ୍ ର ବିକ୍ଷୋଭ, ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ

masiha

ବାଲିଗୁଡାରେ ନିର୍ବାଚନକୁ ନେଇ ଚଳଚଞ୍ଚଳ :ବିଭିନ୍ନ ଦଳର ଅସନ୍ତୋଷ କର୍ମୀ ଓ ନେତାଙ୍କ ଉପରେ ସମସ୍ତଙ୍କ ନଜର 

masiha

Leave a Comment

error: Content is protected !!