ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ କାର୍ଯ୍ୟକ୍ରମ 

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ କାର୍ଯ୍ୟକ୍ରମ 

ଡାବୁଗାଁ, ୨୩/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଜିଲା ମତ୍ସ୍ୟ ବିଭାଗ ତରଫରୁ ବୈଜ୍ଞାନିକ ପ୍ରଣାଳୀରେ ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅତିଥି ମାନେ ଶ୍ରୀ ଜଗନ୍ନାଥ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ଵଳନ କରିବା ପରେ ଡାବୁଗାଁ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ କୃତ୍ତିକା ବେହେରା ଅତିଥି ପରିଚୟ ଦେବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଯୋଗ ଦେଇ ମାଛ ଚାଷ କରି ମହିଳା ମାନେ କିପରି ଉନ୍ନତି କରିବେ ସେ ନେଇ ଉଦବୋଧନ ଦେଇଥିଲେ | ସମ୍ମାନୀତ ଅତିଥି ଭାବେ ଜିଲା ମତ୍ସ୍ୟ ଅଧିକାରୀ ବିଷ୍ଣୁ ଚରଣ କିଶାନ ଯୋଗ ଦେଇ ବୈଜ୍ଞାନିକ ପ୍ରଣାଳୀରେ କିପରି ମାଛ ଚାଷ କରାଯିବ, ମାଛ କୁ କିପରି ଖାଦ୍ୟ ଦିଆଯିବ, ସକାଳେ କି ସନ୍ଧ୍ୟାରେ ଦିଆଯିବା ଦରକାର, ପୋଖରୀ ପରିଚାଳନା, ପାଣିର ପରିଚାଳନା, ପାଣିର ପି.ଏଚ ପରୀକ୍ଷା କିପରି କରାଯିବ, ପାଣିରେ ଜୈବିକ ଖାଦ୍ୟ ଅଛି କି ନାହିଁ ତାହା କିପରି ଭାବେ ଜାଣିବା, ପୋଖରୀରେ କେତେ ମାଛ ଛାଡିବା ଏବଂ କେଉଁ କେଉଁ ପ୍ରକାର ମାଛ ଚାଷ କରାଯିବ ଓ ମିଶ୍ରିତ ମାଛ ଛାଡିବା ଦରକାର ବୋଲି କହିଥିଲେ | ଡାବୁଗାଁ ବ୍ଲକ ବିଡିଓ ଶରତ ମାଝି ଯୋଗ ଦେଇ ସ୍ଵୟଂ ସହାୟକ ଗୋଷ୍ଠୀ ସାଭ୍ୟା ମାନେ କିପରି ମାଛ ଚାଷ କରି ଉନ୍ନତି କରିବେ ସେ ଉପରେ କହିଥିଲେ | ଏଥିରେ ନବରଙ୍ଗପୁର ଜିଲା ମତ୍ସ୍ୟ ଅଧିକାରୀ ଙ୍କ କାର୍ଯ୍ୟ|ଳୟର ସହକାରୀ ମତ୍ସ୍ୟ ଅଧିକାରୀ ବିଶ୍ଵଜିତ ସରକାର, ଡାବୁଗାଁ ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ମିସନଶକ୍ତି ବିପିଏ ନବୀନ ଭତ୍ରା, ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରୁ ମୋଟ ୧୫ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୩୦ ଜଣ ସାଭ୍ୟା ମାନେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ଡାବୁଗାଁ ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭୁବନ ପୋଲିସ ର ସାମ୍ବାଦିକ ଙ୍କୁ ଆକ୍ରୋଶ ମୂଳକ ଗିରଫ ଦାବୀ ନେଇ ରାଜ୍ୟ ସାମ୍ୱାଦିକ ସଂଘର ପ୍ରତିବାଦ

Sunil Chandra Nayak

ବିଜେପି ରାଜ୍ୟ ସଭାପତିଙ୍କୁ ବହୁଜନ ସଂଗ୍ରାମ ସମିତି ର ଦାବିପତ୍ର 

Sunil Chandra Nayak

ନର୍ଲା ବିଦ୍ୟୁତ୍ ବିଭାଗ ତରଫରୁ ତିନି ଜଣ ବିଦ୍ୟୁତ୍ ଉପୋଭୋକ୍ତା ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!