ବହୁ ଚର୍ଚ୍ଚିତ ଵହଳଦା ଷ୍ଟେଟ ବ୍ୟାଙ୍କରଜ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଘଟଣାର ପର୍ଦ୍ଧାଫାଶ କଲା ମୟୂରଭଞ୍ଜ ପୋଲିସ; ବିହାର ରାଜ୍ୟର ୨ ଦୁର୍ଦାନ୍ତ ଡକାୟତଙ୍କୁ ବାନ୍ଧିଲା ପୋଲିସ ; ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି; ସଫଳତା ପଛରେ ଚଷମା ଓ ଛୁରୀ
ମୟୂରଭଞ୍ଜ -୨୨/୦୪ // ମୟୂରଭଞ୍ଜ ଜିଲ୍ଲାର ଵହଳଦା ବ୍ଳକର ଵହଳଦା ମୁଖ୍ୟ ବଜାରରେ ୨୦ ଫେବୃଆରୀ୨୦୨୫ ତାରିଖ ଦିନ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଦିନ ୧୦ .୧୫ଟା ବେଳେ ୫ ଜଣ ହେଲମେଟ ଓ ମାସ୍କ ପିନ୍ଧା ଅଜ୍ଞାତ ବ୍ୟକ୍ତି ପିସ୍ତଲ ଓ ଛୁରା ଧରି ବ୍ୟାଙ୍କ ଭିତରେ ପଶି ପି ମେନେଜର ଓ ୨ ଜଣ କର୍ମଚାରୀଙ୍କୁ ମାଡ ମାରିବା ସହ ୧୮ ଜଣ ଗ୍ରାହକଙ୍କୁ ଷ୍ଟ୍ରଙ୍ଗ ରୁମରେ ପୁରାଇଥିଲେ । ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା,ସିସି କେମେରାର ଡିଭିଆର ଲୁଟ୍ କରିବା ଏବଂ ସାଇନ୍ କୁ ଖରାପ କରିଦେଇ ମୁଖ୍ୟ ଗ୍ରୀଲ ରେ ତାଲା ମାରି ମଟରସାଇକେଲ ଯୋଗେ ଝାଡ଼ଖଣ୍ଡ ଆଡ଼କୁ ପଳାଇଥିଲେ ।ଦୁବୃର୍ତ୍ତ ମାନେ ଦୃତଗତିରେ ଖସି ପଳାଉଥିବା ବେଳେ ତିରିଂ ଥାନା ଅନ୍ତର୍ଗତ ଵଡ ନାରାୟଣିପୁର ହମ୍ପସ ରେ ଗୋଟେ ଛୁରୀ ଏବଂ ଚଷମା ଖସି ପଡ଼ିଯିବା ଦୁବୃର୍ତ୍ତ ଖସି ପଡିଥିଲା ଓ ତରବରରେ ଲୋକଙ୍କୁ ଦେଖି ଭୟଭୀତ ହୋଇ ପୁଣି ମଟର ସାଇକେଲରେ ଝାଡ଼ଖଣ୍ଡ ରାଜ୍ୟ ଆଡ଼କୁ ପଳାଇ ଯାଇଥିଲା ।ସିମାନ୍ତ ଝାଡ଼ଖଣ୍ଡ ମାତ୍ର ୧୩ କିମି ଦୂର ।ଘଟଣାକୁ ନେଇ ମୟୁରଭଞ୍ଜ ପୋଲିସର ନିଦ ହଜି ଯାଇଥିଲା ।ପୋଲିସ ଘଟଣାକୁ ନେଇ ଏକ ମାମଲା କେଶ ନମ୍ବର ୨୮/୨୫ ରୁଜୁ କରି ତଦନ୍ତ ଜାରି ରଖିଥିଲା ।ଏହା ପୂର୍ବରୁ ୨୭/୧୨/୨୦୨୩ ରେ ସକାଳ ୧୦ ଟା ସମୟରେ ବାରିପଦାର ମାନାପୁରୁମ ଅଫିସରେ ପଶି ପିସ୍ତଲ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରାଉଥିବା ବେଳେ ସାଇରନର ବାଜିବାରୁ ଖସି ପଳାଇଥିଲେ ।ଏହାକୁ ନେଇ ବାରିପଦା ଥାନାରେଏକ ମାମଲା କେଶ ନମ୍ବର ୭୯୭/୨୩ ରୁଜୁ ହୋଇଥିଲା । ଘଟଣାକୁ ନେଇ ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲୀ ସହଜରେ ହଜମ କରି ନ ଥିଲେ । ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ । ଏହାକୁ ନେଇ ତାଙ୍କ ନିର୍ଦ୍ଦେଶରେ ୩ ଟି ତଦନ୍ତ ଦଳ ଗଠନ କରି ଜୋରଦାର ଘଟଣାକୁ ଛାନଭିନ୍ କରିଥିଲେ ।ପଡୋଶୀ ଝାଡଖଣ୍ଡ ରାଜ୍ୟ ଜାମସେଦପୁର ଥାନା ଅଂଚଳରେ ସିସିଟିଭି ଯାଞ୍ଚ କରିବା ସହ ଜେଲରେ କଏଦୀ ମାନଙ୍କ ଉପରେ ତିକ୍ଷଣ ନଜର କରିଥିଲେ ।ମାନାପୁରମ ସିସି କେମେରାରେ ଥିବା ଦୁଇ ଜଣଙ୍କ ଫଟୋ ଜେଲରେ ଅପରାଧି ଙ୍କ ରେକର୍ଡ ରେ ଫଟୋ ସାମଞ୍ଜସ୍ୟ ଥିବାରୁ ପୋଲିସକୁ ଅଧିକ ଖୁରାକ୍ ମିଳିଥିଲା । ସେହି ଦୁଇଟି ଫଟୋକୁ ବଡନାରାୟଣିପୁର ଗ୍ରାମବାସିଙ୍କୁ ପୋଲିସ ଦେଖାଇବାରେ ସେମାନେ ମଟର ସାଇକେଲରୁ ଖସି ପଡ଼ିଥିବା ବ୍ୟକ୍ତିଙ୍କୁ ଚିହ୍ନି ପାରିଥିଲେ । ଛୁରୀ ଆଉ ଚୁମାକୁ ଲୋକ ମଧ୍ୟ ଦେଖିଥିଲେ ଯାହାକି ତଦନ୍ତ ପ୍ରକ୍ରିୟାର ସହଯୋଗ ପାଇଁ ବଳିଷ୍ଠ ପ୍ରମାଣ ଦେଇଥିଲା ।ପୋଲିସକୁ ଆଉ ଏକ କଦମ ଆଗେଇବା ପାଇଁ ଖୁରାକ୍ ମିଳିଗଲା ।ପୋଲିସ ଜାମସେଦପୁର ଜେଲରୁ ଜେଲରେ ବାହାରିଥିବା ଦୁଇ ଜଣଙ୍କ ଫଟୋରୁ ତାଙ୍କ ଠିକଣାରୁ ଜାଣିବାକୁ ପାଇଲା ଯେ ସେମାନେ ବିହାର ରାଜ୍ୟର ପାଟନା ଅଂଚଳର ସହିଦପୁର ଥାନା ଅନ୍ତର୍ଗତ,ଆତନାମ ଗ୍ରାମର ପପୁ ଓରଫ୍ ରାଜୀବ ରଞ୍ଜନ ଯାଦବ (୫୨) ଏବଂ ବିହାର ରାଜ୍ୟର ଜାହାନାବାଦ ଜିଲ୍ଲାର ଘାସି ଥାନା ଅନ୍ତର୍ଗତ ସାହୋବିନ୍ଦା ଗ୍ରାମର ସନ୍ତୋଷ ଓରଫ ପ୍ରମୋଦ ଵିନ୍ଦ (୩୩) ବୋଲି ସୁରାକ ପାଇଥଲା । ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ଵତନ୍ତ୍ର ଟାସ୍କ ଫୋର୍ସ ଟିମ୍ ରେ ରାଇରଙ୍ଗପୁର ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଯେନା,ଏସଡିପିଓ ଗୋକୁଳାନନ୍ଦ ସାହୁ ,ଵହଳଦା ଥାନାଧିକାରୀ ଭାସ୍କର ପ୍ରଧାନ,ବାରିପଦା ଟାଉନଥାନା ଏସ ଆଇ ରାକେଶ ସୂତାର, ବାରିପଦାର ସାଇବର ଏକ୍ସପାର୍ଟ ଭକ୍ତ ବତ୍ସଳ ବେହେରା ପ୍ରମୁଖ ଏକ ସ୍ଵତନ୍ତ୍ର ଟାସ୍କ ଫୋର୍ସ ଟିମ୍ ସୁଦୂର ବିହାର ର ପାଟନା ଅଂଚଳକୁ ଯାଇ ବିହାର ପୋଲିସ ସହାୟତାରେଏକ ଭଡାଘରେ ରହୁଥିବା ଆସାମୀ ଦୁଇ ଜଣଙ୍କୁ ଅତର୍କିତ ଭାବେ ମାଡିଵସିଥିଲେ । ସେଠାରୁ ସେମାନଙ୍କୁ ଆଣି ବାରିପଦା ନେଇ ଯାଇଥିଲେ । ପୋଲିସ ତଦନ୍ତ ରିପୋର୍ଟ ରୁ ସେମାନଙ୍କ ପ୍ରାକ୍ ଇତିହାସ ଜାଣିବାକୁ ପାଇଥିଲେ ଯେ ଦୂର୍ଦାନ୍ତ ରାଜୁ ର ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଅଂଚଳରେ ୧୩ ରୁ ଉର୍ଦ୍ଧ୍ବ ମାମଲା ରହିଥିବାବେଳେ ସନ୍ତୋଷର ୨ ରୁ ଉର୍ଦ୍ଧ୍ବ ମାମଲା ରହିଥିବା ବାରିପଦାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଅରୁଣ ବଣ୍ଟୁପାଲ୍ଲୀ ଘଟଣାର ପର୍ଦ୍ଧାଫାଶ କରିବା ସହ ଆସାମୀ ୨ ଜଣଙ୍କୁ କୋର୍ଟ ଚାଲାଣ କରିଥିଲେ ।ତଦସହ ଘଟଣାର ଅନ୍ୟ ୩ ଜଣ ଫେରାର ଆସାମୀକୁ ଧରିବା ପାଇଁ ମୟୂରଭଞ୍ଜ ପୋଲିସ ଜାଲ ବିଛାଇଛି । ପୋଲିସ ୨ ଜଣଙ୍କୁ କୋର୍ଟ ଚାଲାଣ କରିବା ସହ ସେମାନଙ୍କ ପାଖରୁ୧୬ ଲକ୍ଷ ଟଙ୍କା ଜବତ କରିଛି।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

