ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସରେ  ଓଡ଼ିଶା ମହିଳା ଆଇନଜୀବୀ ସଙ୍ଘ ପକ୍ଷରୁ ବରପୁତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି

ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସରେ 
ଓଡ଼ିଶା ମହିଳା ଆଇନଜୀବୀ ସଙ୍ଘ ପକ୍ଷରୁ ବରପୁତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି

ମୟୂରଭଞ୍ଜ -୨୨/୦୪, ବରପୁତ୍ର ଙ୍କ ପାଇଁ ଦିନ ଟିଏ l ବନ୍ଦେ ବରପୁତ୍ରମ କାର୍ଯ୍ୟକ୍ରମ ରେ ଓଡ଼ିଶା ମହିଳା ଆଇନଜୀବୀ ସଙ୍ଘ ଓ ବାରିପଦା ର ସମସ୍ତ ମହିଳା ଆଇନଜୀବୀ ଙ୍କ ମିଳିତ ଆନୁକୂଲ୍ୟରେ ସଂଘର କେନ୍ଦ୍ରୀୟ ଉପ ସଭାପତି ବରିଷ୍ଠ ଆଇନ ଜୀବି ସୁଜାତା ମିଶ୍ର ଙ୍କ ନେତୃତ୍ୱ ରେ ଏପ୍ରିଲ୍ ୨୧ରେ ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ ହୋଇଛି l ବାରିପଦା କୋର୍ଟ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସଫେଇ କରିବା ସହିତ ଷ୍ଟାଡିଅମ ଗୋଲେଇ ନିକଟସ୍ଥ ମଧୂସୁଦନ ଙ୍କ ପ୍ରତିମୂର୍ତ୍ତି କୁ ଧୋଇ ଭଲ ଭାବେ ସଫେଇ କରି ପୁଷ୍ପ ମାଲ୍ୟାର୍ପଣ ସହ ବର ପୁତ୍ର ମାନଙ୍କ କୃତୀ ଓ କୀର୍ତ୍ତି କୁ ସ୍ମୃତି ଚାରଣ କରା ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜୋନାଲ ଉପ ସଭାପତି ଚିନ୍ମୟୀ ବେହେରା, କାର୍ଯ୍ୟକାରିଣୀ ସଦସ୍ୟ ମଧୁସ୍ମିତା ନାୟକଙ୍କ ସମେତ ଆଇନ ଜୀବି କାବେରୀ ମିଶ୍ର, ପାର୍ବତୀ ବାରିକ୍, ଲିପିକା ପୁହାଣ, ପ୍ରଣତି ମୁର୍ମୁ, ସୋନାଲ ମିଶ୍ର,ସ୍ବରଲିପି ଦାସ୍ ପଟ୍ଟନାୟକ, ସସ୍ମିତା ଘୋଷାଲ୍, ମୋୖସୁମୀ ମଲ୍ଲିକ , ବୈଜୟନ୍ତୀ ବାସ୍କେ, ଶ୍ରଦ୍ଧାଞ୍ଜଳୀ ପଣ୍ଡା, ଭାସ୍ବତୀ ପଣ୍ଡା, ଯଶଶ୍ରୀ ଅଧିକାରୀ, ମଧୁସ୍ମିତା ଆଞ୍ଚଲ ପରିଡା ଏବଂ ଲିପି ବେଶ୍ରା ପ୍ରମୁଖ ଉପସ୍ଥିତ ଥିଲେ l ବିଶ୍ୱ ପ୍ରତି ମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସର ଆବାହକ ସଞ୍ଜୟ କୁମାର ଚୌଧୁରୀ ଙ୍କ ଆହ୍ୱାନ କ୍ରମେ ଏହି ବିଶ୍ୱ ପ୍ରତିମୂର୍ତ୍ତି ଦିବସ ସବୁ ସ୍ଥାନରେ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଆଇନ ଜୀବିମାନେ ମହାରାଜା ପୂର୍ଣ୍ଣ ଚନ୍ଦ୍ର ଭଞ୍ଜ ଦେଓ ଙ୍କ ପ୍ରତିମୂର୍ତ୍ତି ସ୍ଥଳ ରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମଧ୍ୟ ଅଂଶ ଗ୍ରହଣ କରି ଏହି ଦିବସ ପାଳନର ତାତ୍ପର୍ଯ୍ୟ ଅନ୍ୟ ମାନଙ୍କୁ ବୁଝାଇ ଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନୂତନ ଆମ୍ବୁଲାନ୍ସ ଗାଡି ଉଦଘାଟିତ ଏବଂ ଜନ୍ମଶ୍ରୀ ମୋବାଇଲ ଆପ ଉତ୍ସର୍ଗୀକୃତ 

masiha

ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ

Sunil Chandra Nayak

ଧର୍ମଗଡ ଠାରେ ୭୭ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!