ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବନ୍ଧୁଗାଁ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ , ୨- ବାଇକ ରେ ଲାଗିଲା ନିଆଁ, ଅଳ୍ପକେ ବଞ୍ଚି ଗଲେ ଦୁଇ ଜଣ ବାଇକ ଆରୋହି 

ବନ୍ଧୁଗାଁ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ 

ବନ୍ଧୁଗାଁ ତା ୨୨/୪/୨୫, (ସଞ୍ଜିବ କୁମାର ବାଙ୍ଗାରି )ବନ୍ଧୁଗାଁ ବ୍ଲକ କାର୍ଯ୍ୟାଳୟର ସଭା ଗୃହ ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଡ଼ିଓ ଶ୍ରୀମତୀ ମିନତୀ ଜଗଦେବ ଉପସ୍ଥିତ ରହି ଥିବା ବେଳେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା ସଭାପତିତ୍ବ କରିଥିଲେ।ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ବିଧାୟକ ପବିତ୍ର ସାଉନ୍ତା ଓ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପିଡିକା ଉପସ୍ଥିତ ରହି ଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ବନ୍ଧୁଗାଁ ବ୍ଲକରେ ପିଲାମାନେ ପାଠ ପଢା ପାଇଁ ଆଧାର ନ ଥିବାରୁ ପାଠ ପଢା ରୁ ବଞ୍ଚିତ ହେଉଛନ୍ତି ଏଥିପାଇଁ ବନ୍ଧୁଗାଁ, ଆଲମଣ୍ଡା,କମ୍ଭୁଗଣ୍ଡା ଓ କୁମ୍ଭାରିପୁଟ ଠାରେ ଆଧାର କେମ୍ପ କରିବା, ସାମାଜିକ ସୁରକ୍ଷା ଯୋଜନା ରେ ଗାଁ ଗୁଡ଼ିକରେ ବହୁ ବୟସ ର ବୁଢ଼ାବୁଢ଼ୀ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ବାହାରକୁ ଯିବା କଷ୍ଟ ଥିବାରୁ ଘରେ କିପରି ଭତ୍ତା ଦେଇ ହେବ ବେବସ୍ଥା କରିବା, ପିଇବା ପାଣି ହଷ୍ଟେଲ ଓ ଗାଁ ଗୁଡ଼ିକରେ ଠିକ ଭାବେ ଯୋଗାଇବା, ଦୂର ଗାଁ ପିଲାଙ୍କୁ ହଷ୍ଟେଲ ରହି ପାଠ ପଢ଼ିବା ସୁବିଧାରୁ ବଂଚିତ ହେଉଛନ୍ତି, ବସୁଧା ଯୋଜନା ଗୁଡିକ ଅଧା କାମ ହୋଇ ଅଟକି ରହିଛି ତାକୁ ତ୍ଵରାନିତ କରିବା, ବାଲି ଟ୍ରାକ୍ଟର ଗୁଡିକ ଅଟକାଇ ରଖିବାରୁ ବହୁ ବିକାଶ ମୂଳକ କାମ ହୋଇ ପାରୁ ନାହିଁ, ଏହି ସବୁ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ବିଧାୟକ ପଞ୍ଚାୟତ ସମିତି ବୈଠକ ହେଉଛି ମିନୀ ବିଧାନ ସଭା, ଏଠାରେ ସମସ୍ତ ବିଭାଗୀୟ ଅଧିକାରୀ ଆସିବା ପରେ ନିଜର ତଥ୍ୟ ଗୁଡିକ ପ୍ରସ୍ତୁତ କରି ଆଣି ଉପସ୍ଥାପନ କରିବା ପାଇଁ ଗତ ସମିତି ବୈଠକ ମଧ୍ୟ କୁହାଯାଇଥିଲା ଆଜି ର ବୈଠକରେ ମଧ୍ୟ ତଥ୍ୟ ନ ଥାଇ ଅଫିସର ମାନେ ଆସିଛନ୍ତି। ଅନେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି ନେତୃବୃନ୍ଦ ଙ୍କୁ ଗୁରୁତ୍ଵ ଦେବାକୁ ବ୍ଲକ ପ୍ରଶାସନ ଙ୍କୁ ପରାମର୍ଶ ଦେଇଥିଲେ। ବନ୍ଧୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନୂତନ ନିର୍ମାଣ ଗୃହ ତୁରନ୍ତ ହସ୍ତାନ୍ତର ଓ ଶୁଭାରମ୍ଭ କରିବା, ଅନେକ ସ୍କୁଲ ଗୁଡିକରେ ଶ୍ରେଣୀ ଗୃହ ଅଭାବ ପୁରଣ, ସ୍କୁଲ ଗୁଡିକରେ ପାଳି ଶିକ୍ଷକ ଶିକ୍ଷୟତ୍ରୀ ଛୁଟି ରେ ରହି ପାଠ ପଢା ରେ ବାଧା ହେଉଛି, ପିଲା ମାନେ ଅକ୍ଷର ନ ଜାଣିବା, ସଂଖ୍ୟା ନ ଜାଣିବା ସମସ୍ୟା ଦେଖାଯାଉଛି ଶିକ୍ଷା ବିଭାଗ ଗୁରୁତ୍ଵ ଦେବାକୁ କୁହାଗଲା। ଏହି ବୈଠକରେ ଜିଲ୍ଲାପରିଷଦ ସଦସ୍ୟ ମାଝୀ ହିମିରି କା, ବିଜେଡି ବ୍ଲକ ସଭାପତି ବାଲା ନାଗ, ସାଂସଦ ପ୍ରତିନିଧି ଲକ୍ଷ୍ମଣ ଖୋସଲା, ବିଧାୟକ ପ୍ରତିନିଧି ଡି ଏଙ୍କାଟି, ଓ ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ମେମ୍ବର ଉପସ୍ଥିତ ରହି ଥିଲେ।ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ , ଆଇସିଡ଼ିଏସ, କୃଷି, ପଶୁ ବିଭାଗ, ସାମାଜିକ ମଙ୍ଗଳ, ପାନୀୟ ଜଳ ଯୋଗାଣ ଓ ପରିମଳ, କ୍ଷୁଦ୍ର ଜଳ ସେଚନ, ଉଦ୍ୟାନ ବିଭାଗ,ବିଦ୍ୟୁତ ବିଭାଗ, ମୂର୍ତ୍ତିକା ସଂରକ୍ଷଣ , ବନ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ଅନ୍ୟାନ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ।

  ######################

ବାଇକ ରେ ଲାଗିଲା ନିଆଁ, ଅଳ୍ପକେ ବଞ୍ଚି ଗଲେ ଦୁଇ ଜଣ ବାଇକ ଆରୋହି 

ବନ୍ଧୁଗାଁ ତା ୨୨/୪/୨୫(ସଞ୍ଜିବ କୁମାର ବାଙ୍ଗାରୀ )ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ମୁଣ୍ଡିବାଲସା ଗାଁ ନିକଟସ୍ତ ମୁଖ୍ୟ ରାସ୍ତାରେ ଦୁଇ ବାଇକ ଆରୋହୀ ଆସୁଥିବା ବେଳେ ବାଇକରେ ନିଆଁ ଲାଗି ଯାଇଛି। ପ୍ରାପ୍ତ ସୂଚନା ଅନୁଯାଇ ଆଜି ମଧ୍ୟାହ୍ନ ସମୟରେ ଟିଭିଏସ ଆପଚି ଓଡ଼ି ୧୮ଡି ୨୭୨୯ ବାଇକ ଆରୋହୀ ନାରାୟଣପାଟଣା ରୁ କୁଟ୍ରାବେଡା ପଞ୍ଚାୟତ ଦେବଦଳା ଗାଁ କୁ ଆସୁଥିଲେ। ଗାଡ଼ି ଚାଲୁ ଥିବା ସମୟରେ ବାଇକର ପଛ ପଟେ ନିଆ ଲାଗି ଯାଇଥିଲା। ନିଆଁ ଲାଗିଥିବା ଦେଖିବା ପରେ ଦୁଇ ଜଣ ପ୍ରାଣ ବିକଳରେ ଏକ ଲଟାବୁଦା ଭିତରକୁ ବାଇକ ଛାଡ଼ି ଡେଇଁ ପଡି ଥିଲେ। ସେମାନଙ୍କୁ ସାମାନ୍ୟ ଆଘାତ ହୋଇ ଥିବାରୁ ମେଡିକାଲରେ ଚିକିତ୍ସିତ ହୋଇଥିବା ଜାଣିବାକୁ ମିଳିଛି। ଗାଡ଼ି ପୁଡ଼ିବା ବେଳକୁ ଦମକଳ ଗାଡ଼ି ପହଞ୍ଚି ଥିଲା ଏହି ସମୟ ମଧ୍ୟରେ ବାଇକ ସମ୍ପୂର୍ଣ ପୁଡ଼ି ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି।

Related posts

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ 

masiha

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ା ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳିତ

Sunil Chandra Nayak

ଔମୂଳ ଛକଠାରେ ଖୋଲିଲା ଜଳଛତ୍ର

masiha

Leave a Comment

error: Content is protected !!