ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳଡିହା ଗ୍ରାମବାସୀଙ୍କ ଜଳ ଯନ୍ତ୍ରଣା! ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ତାଳଡିହା ଗ୍ରାମବାସୀଙ୍କ ଜଳ ଯନ୍ତ୍ରଣା! ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

 ମୟୂରଭଞ୍ଜ – ୪/୦୫ ( ମସିହା)ଦିନକୁ ଦିନ ଚାଲିଛି ଗ୍ରୀଷ୍ମ ତାପର ପ୍ରକୋପ ।୪୪ / ୪୫ ଡିଗ୍ରୀ ତାପମାତ୍ରାରେ ସିଝୁଛି ଓଡ଼ିଶା । ଗାଁ ଗଣ୍ଡାର ନଦୀ,ନାଳ ,ପୋଖରୀ କୂଅ ଶୁଖିଗଲାଣି ତ ଜଳ ସ୍ତର ଆସିଗଲାଣି ।ଖରା ଯେତେ ବଢୁଛି ପିଇବା ପାଣି ସମସ୍ୟା ସେତେ ଉତ୍କଠ ଦେଖାଦେଇଛି ଛି । ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ କରୁଛନ୍ତି ହେଲେ କୌଣସି ନା କୌଣସି କାରଣରୁ ମନ୍ଥର ଗତିରେ ନିର୍ମାଣ ଚାଲୁଥିବା ପ୍ରକଳ୍ପ ଯୋଗୁଁ ପ୍ରକଳ୍ପରେ ପାଣି ଉପଲବ୍ଧ ହୋଇ ପାରୁନାହିଁ । କେଉଁଠି ବିଦ୍ୟୁତ ସଂଯୋଗ ନାହି ତ କେଉଁଠି ପାଇପ ବିଛା ସରିନାହିଁ ତ କେଉଁଠି ଓଭର ହେବ ଟ୍ଯାଙ୍କ ନିର୍ମାଣ ସରିନାହିଁ । ଯାହାଫଳରେ ଲୋକେ ପିଇବା ପାଣିରୁ ବଂଞ୍ଚିତ ହେଉଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ଵଣକାଟି ପଞ୍ଚାୟତର ୧୦୦୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଥିବା ତାଳଢିଆ ଗ୍ରାମରେ ଜଳ ସଂକଟ ଦେଖାଦେଇଛି । ସେମାନଙ୍କ କହିବା ଅନୁସାରେ ୫ ଟି ନଳକୂପରୁ ଗୋଟିଏ କାର୍ଯ୍ୟକ୍ଷମ ଅଛି ସେଥିରୁ ମଧ୍ୟ ନାଲିଆ ପାଣି ବାହାରୁଛି। ପୋଖରୀ,ନାଳ ଶୁଖିଗଲାଣି । ଗୃହପାଳିତ ଗୋରୁଗାଈ, ଛେଳି,ବୁଢ଼ାବୁଢ଼ୀ, ମହିଳା ମାନେ ଶୌଚ ପାଇଁ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରପଞ୍ଚ କୁ କହିଲେ ସେ ଅସହାୟ । ସରକାରଙ୍କ ବହୁଧା ଯୋଜନା ଠାରୁ ଆରମ୍ଭ କରି ପ୍ରତ୍ୟେକ ଘରେ ଓ୍ବାଟର ଅନ୍ୟ ଟ୍ଯାପ ଯୋଜନା ଲୋକଙ୍କ କାମରେ ଲାଗୁନାହିଁ ।ବାଧ୍ୟ ହୋଇ ଆଜି ତାଳଢିହା ଗ୍ରାମବାସୀ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପାଣି ସମସ୍ୟା ସମାଧାନ ପାଇଁ ଲିଖିତ ଗୁହାରି ଜଣାଇଛନ୍ତି ।ଆଗାମି ଦିନରେ ପାନୀୟ ଜଳ ସମସ୍ୟା ସମାଧାନ ନ ହେଲେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ବର୍ଜନ କରିବେ ଵୋଲି’ ପାଣି ନାହିଁ ତ ଭୋଟ ନାହିଁ ” କରିବେ ବୋଲି ଜଣାଇଛନ୍ତି। ଗ୍ରାମବାସୀମାନେ ହେଲେ ଓ୍ବାର୍ଡ ମେମ୍ବର ସଲାରାମ ସୋରେନ,ମଦନ ମୁର୍ମୁ,କାପୁରା ହାଁସଦା,ପିତାମ୍ବର ସୋରେନ,ମନା ମୁର୍ମୁ ଏବଂ ଅନ୍ୟମାନେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ଲାଗି ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ସହାୟତା

Sunil Chandra Nayak

ଅଖିଳ ଭାରତୀୟ ଗୋଣ୍ଡେୱାନ ଗୋଣ୍ଡ୍ ମହାସଭା ର ବନମହୋତ୍ସବ ଅନୁଷ୍ଠିତ 

masiha

ବଢୁଛି ବାଘ ଭୟ ନାମରେ କୁକୁଆ ଭୟ ଆତଙ୍କିତ ଲୋକ

Sunil Chandra Nayak

Leave a Comment

error: Content is protected !!