ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ କଳାକାର ତାଲିମ କର୍ମଶାଳା ଅନୁଷ୍ଠିତ, ଯୋଗଦେଲେ ଲୋକ କଳାକାର

ବ୍ଲକ ସ୍ତରୀୟ କଳାକାର ତାଲିମ କର୍ମଶାଳା ଅନୁଷ୍ଠିତ, ଯୋଗଦେଲେ ଲୋକ କଳାକାର

କୋକସରା,୨୦/୧ // ରାଜ୍ୟ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ କଳା ଓ ସଂସ୍କୃତି ସଙ୍ଘର ଆୟୋଜନରେ ପ୍ରତି ବ୍ଲକରେ ଲୁକ୍କାୟିତ ଅବସ୍ଥାରେ ରହିଥିବା ଲୋକ କଳାକାରଙ୍କୁ ଚୟନ କରି ପରବର୍ତ୍ତୀ ସମୟରେ କଳାକାରଙ୍କ ଆତ୍ମ ନିର୍ଭରଶୀଳ, ସ୍ୱାବଲମୀ, ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନରେ ଲୋକକଳାର ପ୍ରୟୋଗକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୨ ଗୋଟି ପଞ୍ଚାୟତର ବ୍ଲକ କଳା ସଂସ୍କୃତି ସଂଘରେ ପଞ୍ଜୀକୃତ ହୋଇଥିବା କଳାକାର ମାନେ ଯୋଗ ଦେଇ ତାଲିମ ନେଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ପରିଚାଳନାରେ ବରିଷ୍ଠ ଘୁମୁରା କଳାକାର ମହେଶ୍ବର ସରାଫ ଓ ବ୍ଲକ କର୍ମଚାରୀ ମିହିର କୁମାର ବେହେରା କଳାକାର ଯୋଗ୍ୟତା ଚୟନ କରିଥିଲେ । ଏହି ତାଲିମ ଶିବିରରେ ବ୍ଲକର ୨୨ ପଞ୍ଚାୟତରୁ ଘୁମୁରା, ନାଟ, ସଂକୀର୍ତ୍ତନ, ବନାବାଡି, ବଜାସାଳ, ଘୁଡୁକା, ରାହସ, ପାଲା, ଦାଶକାଠିଆର ଲୋକ କଳାକାର ମାନେ ଆସି ଉପସ୍ଥିତ ଅଧିକାରୀଙ୍କ ନିକଟରେ ନିଜର କଳା ପ୍ରଦର୍ଶିତ କରିଥିଲେ।ତାଲିମ ଶିବିରରେ ଚୟନ କଳାକାର ଦଳ ଓଡ଼ିଶା ସରକାରଙ୍କ ୧୫ ଗୋଟି ଲୋକାଭିମୁଖୀ ଯୋଜନା ବିଷୟରେ ସମସ୍ତ ଗ୍ରାମ ପଞ୍ଚାୟତ ତଥା ଗ୍ରାମ ଗ୍ରାମ ବୁଲି ସମସ୍ତଙ୍କୁ ସଚେତନ ବାର୍ତ୍ତା ବାଣ୍ଟିବେ । ଗତ ୧୮ ଓ ୨୦ ତାରିଖ ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ୨୫୦ ରୁ ଉର୍ଦ୍ଧ୍ବ କଳାକାର ସାମିଲ ହୋଇଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଅରୂପା (ଭୁବନେଶ୍ଵର) ତରଫରୁ ବ୍ରହ୍ମପୁର ଠାରେ ବାଣିଜ୍ୟ ମେଳା-୨୦୨୫ ଉଦଘାଟିତ.

Sunil Chandra Nayak

ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷା ପାଣି, ଡ୍ରେନ ଜାମ ଯୋଗୁଁ ଜନଜୀବନ ପ୍ରଭାବିତ

ରାଇରଙ୍ଗପୁରରେ’ ବୟନିକା ‘ ର ୬୯ ତମ ପ୍ରତିଷ୍ଠା ଦିବସ ପାଳିତ 

masiha

Leave a Comment

error: Content is protected !!