ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାପ୍ରଭୁ ରାମ ଲଲା ଙ୍କ ମନ୍ଦିର ପ୍ରତିଷ୍ଠା କୁ ନେଇ ଧର୍ମଗଡ ସହର ଉତ୍ସବ ମୁଖର

ମହାପ୍ରଭୁ ରାମ ଲଲା ଙ୍କ ମନ୍ଦିର ପ୍ରତିଷ୍ଠା କୁ ନେଇ ଧର୍ମଗଡ ସହର ଉତ୍ସବ ମୁଖର

ଦିନକ ପାଇଁ ବନ୍ଦ ହେଲା ଆମିଷ ବଜାର ଓ ଫାଷ୍ଟ ଫୁଡ଼

ଆଜି ମହାପ୍ରଭୁ ରାମ ଲଲା ଙ୍କ ମନ୍ଦିର ପ୍ରତିଷ୍ଠା କୁ ନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳ ଉତ୍ସଵ ମୁଖର ହୋଇ ଯାଇଛି। ଆଜିର ଦିନ କୁ ଅଧିକ ଭକ୍ତି ମୟ କରିବା ପାଇଁ ସହର ବାସି ମାନେ ବିଶାଳ ଶୋଭା ଯାତ୍ରା କରିବା ସହିତ ରାମ ଚରିତ ମାନସ ,ହନୁମାନ ଚାଲିଶା ଓ ଦୀପ ପ୍ରଜ୍ୱଳନ ସହିତ ସହର ବାସି ଙ୍କୁ ମାଗଣା ଅର୍ଣ୍ଣ ବଣ୍ଟନ କରାଯାଇ ଥିଲା।

ଆଜି ସହର ରେ ଆମିଷ ବଜାର ବନ୍ଦ ସହିତ ଫାଷ୍ଟ ଫୁଡ଼ ମଧ୍ୟ ବନ୍ଦ କରିବା ପାଇଁ ଧର୍ମଗଡ ନଗର ପାଳ ଅଶୋକ କୁମାର ମହାନ୍ତି ଅନୁରୋଧ କରିଥିଲେ ଓ ଆଜି ଦିନକ ପାଇଁ ଧର୍ମଗଡ ସହରରେ ଆମିଷ ବଜାର ଓ ଫାଷ୍ଟ ଫୁଡ଼ ମଧ୍ୟ ବନ୍ଦ ରହିଥିଲା।ଏହି ଅବସରରେ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

ଆଜିର କାର୍ଯ୍ୟକ୍ରମରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ କମିଟି ଧର୍ମଗଡ, ମାରୱାଡି ମହିଳା ସମିତି, ରାମ ଚରିତ ମାନସ କମିଟି ବସ୍ତିପଡା, ଲକ୍ଷ୍ମୀ ପୂଜା କମିଟି ବସ୍ତିପଡା,ରାମ ନବମୀ ପାଳନ ସମିତି ଧର୍ମଗଡ, ଦୁର୍ଗା ପୂଜା କମିଟି ବସ୍ତିପଡା,ଗାୟତ୍ରୀ ପରିବାର ଧର୍ମଗଡ, ଙ୍କ ସମେତ ବିଭିନ୍ନ ଅଞ୍ଚଳ ର ଶ୍ରଦ୍ଧାଳୁ ସାମିଲ ହୋଇ ଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦ୍ଵିତୀୟ କୈଳାସ କପିଳାସରେ ପ୍ରଶାସନ ବେହାଲ

Sunil Chandra Nayak

ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ହିନ୍ଦୀ ପକ୍ଷର ଉଦ୍ ଯାପନ ଦିବସ ସମାରୋହ -୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!