ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇପିଏଫ ପେନସନର୍ସ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ , ୨୯ ତାରିଖରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯିବ

ଇପିଏଫ ପେନସନର୍ସ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ,

୨୯ ତାରିଖରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯିବ

 କଟକ : ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କଟକ ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଇଂ.ବିଜୟ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ କଟକ,ଖୋର୍ଦ୍ଧା, ଜଗତସିଂହପୁର,କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଓ ପୁରୀ ପ୍ରଭୁତି ଜିଲ୍ଲା ମାନଙ୍କରୁ ରାଜ୍ୟ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ।ସର୍ବନିମ୍ନ ପେନସନ ୯୦୦୦ଟଙ୍କାକୁ ବୃଦ୍ଧିସହ ମହଙ୍ଗା ଭତ୍ତା ପ୍ରଦାନ ଘୋଷଣା ନ କରିବା ଦ୍ୱାରା ଓଡିଶା ସହ ସାରା ଦେଶର ୮୦ ଲକ୍ଷରୁ ଉର୍ଦ୍ଧ ଇପିଏଫ ପେନସନ ଧାରୀ ବରିଷ୍ଠ ନାଗରିକ ମାନଙ୍କ ପ୍ରତି କେନ୍ଦ୍ରସରକାରଙ୍କ କ୍ରମାଗତ ଅବିଚାର ଓ ଅବହେଳା ବାବଦରେ ଉପସ୍ଥିତ କର୍ମକର୍ତ୍ତା ମାନେ ବକ୍ତବ୍ୟ ରଖିଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଆଧାରରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ କର୍ତ୍ତୃପକ୍ଷ ବର୍ଦ୍ଧିତ ପେନସନ ପ୍ରଦାନରେ ଅହେତୁକ ବିଳମ୍ବ କରୁଥିବାରୁ ଘୋର ନିନ୍ଦା ପ୍ରକାଶ କରିଥିଲେ । କେନ୍ଦ୍ର ସରକାରଙ୍କ ଏତାଦୃଶ ବୈମାତୃକ ମନୋଭାବ ପାଇଁ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ ଚଳିତ ମାସ ୨୯ ତାରିଖରେ ଓଡିଶାର ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବାକୁ ସ୍ଥିର କରାଗଲା।କେନ୍ଦ୍ର ସରକାରଙ୍କ ଇପିଏଫ ପେନସନର୍ସଙ୍କ ପ୍ରତି ଏତାଦୃଶ ମନୋଭାବ ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବାକୁ ସ୍ଥିର କରାଗଲା।ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ୨୪ – ୨୫ ବର୍ଷର ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ।ଉକ୍ତ ବୈଠକରେ ମୁଖ୍ୟଉପଦେଷ୍ଟା ରଞ୍ଜନ କୁମାର ଖୁଣ୍ଟିଆଙ୍କ ସମେତ ପ୍ରଫୁଲ୍ଲ କୁମାର ଦାସ,ଅଗାଧୁ ପ୍ରଧାନ,ପ୍ରକାଶ କୁମାର ପଟ୍ଟନାୟକ,ଅନାଦି ବେହେରା, ମାୟାଧର ନାୟକ,କୃଷ୍ଣଚନ୍ଦ୍ର ମହାନ୍ତି,ବିକ୍ରମ ଛୋଟରାୟ ସରୋଜକାନ୍ତ ମଲ୍ଲିକ,ବସନ୍ତ ଦାସ, ଗୀତାଞ୍ଜଳି ପାତ୍ର,ଉର୍ବଶୀ ମିଶ୍ର, କୈଳାଶ ଚନ୍ଦ୍ର ସାହୁ,ଧୀରେନ୍ଦ୍ର ପ୍ରତାପ,ଅଲେଖ ରାଉତ,ବିଜୟ ନାୟକ,ଦେବେନ୍ଦ୍ର କୁମାର ସାହୁ, ରଘୁନାଥ ବରାଳ,ଅକ୍ଷୟ କୁମାର ରାଉତ ପ୍ରମୁଖ ୩୦ଜଣ ସଭ୍ୟ/ସଭ୍ୟା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ବୁଲେଇ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭାରତରତ୍ନ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ 

masiha

ଜାନୁଆରୀ ୧୧ରୁ ଜିଲ୍ଲା ସ୍ତରୀୟ ପ୍ରଜ୍ଞା ମେମୋରିଆଲ ଫୂଟବଲ ପ୍ରତିଯୋଗିତା

Sunil Chandra Nayak

ଆଉ ନାହାଁନ୍ତି ବରିଷ୍ଠ ସମାଜସେବୀ ରବିନ୍ଦ୍ରନାଥ ପତି,ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ 

Sunil Chandra Nayak

Leave a Comment

error: Content is protected !!