ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ:ମେ ମାସ ୨୦ ତାରିଖରୁ ଜିଲ୍ଲାରେ ମଣ୍ଡିରୁ ଧାନ ସଂଗ୍ରହ ଆରମ୍ଭ 

ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ:ମେ ମାସ ୨୦ ତାରିଖରୁ ଜିଲ୍ଲାରେ ମଣ୍ଡିରୁ ଧାନ ସଂଗ୍ରହ ଆରମ୍ଭ 

ନବରଙ୍ଗପୁର:( ତା ୨୫.୦୪.୨୦୨୫)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାରେ ରବି ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହଣ କମିଟି ବୈଠକ ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ସି ଡି ଓ, ଜିଲ୍ଲା ପରିଷଦ ବିରଞ୍ଚିଁ ନାରାୟଣ ଦର ୱାନ, ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର ରାଜ୍ୟସଭା ସାଂସଦ ପ୍ରତିନିଧି ରବି ପଟ୍ଟନାୟକ,ବିଧାୟକ ନବରଙ୍ଗପୁର ପ୍ରତିନିଧି ଦେବଦାସ ମହାକୁଡ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ଥିଲେ।ଜିଲ୍ଲାପାଳଙ୍କ ଅଶୋକ ମେହେଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ମେ ମାସ ୨୦ ତାରିଖ ରୁ ୫ଟି ବ୍ଲକର ୭ଟିମଣ୍ଡି ରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା।ବୈଠକରେ ପ୍ରଥମେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ ମଲ୍ଲିକ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଜିଲ୍ଲାପାଳ ରବି ଧାନ ସଂଗ୍ରହ ସମୟରେ ଚାଷୀମାନଙ୍କ ପାଇଁ ଆବଶ୍ୟକୀୟ ସୁବିଧା ଓ ଉଚିତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ସି ଏସ ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ନବରଙ୍ଗପୁର ବିଧାୟକ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା ଯଥା ପିଇବା ପାଣି ବ୍ୟବସ୍ଥା, ପ୍ରତ୍ୟେକ ଦିନ ଖୋଲିବା,ବିଜୁଳି, ତାର୍ପୋଲିନ, ଆଶ୍ରୟ ସ୍ଥଳ, ଓଜନ ମେସିନ୍ ଓ ଅନ୍ୟାନ୍ୟ ପଦକ୍ଷେପ ଉପରେ ଗୁରୁତ୍ବ ଦେବାକୁ ଆର୍ ଏମ ସି ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ସି ଏସ ଓ ଙ୍କ ଦ୍ଵାରା ଗୃହରେ ପ୍ରଦତ୍ତ ସୁଚନା ଅନୁସାରେ ଗତ ଖରିଫ ୨୦୨୪-୨୫ରେ ଧାନ ସଂଗ୍ରହ ଲକ୍ଷ୍ୟ ୨୫,୭୮,୪୪୭.୭୬ କ୍ଵିଣ୍ଟାଲ ଥିବାବେଳେ ତାଙ୍କ ୨୪,୯୪,୬୪୭.୮୬ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଥଲା ଏବଂ ୪୦,୩୫୯ ଚାଷୀ ଧାନ ସଂଗ୍ରହଣ ରେ ଅନ୍ତର୍ଭୁକ୍ତ ହୋଇଥିଲେ ।୨୦୨୩-୨୪ ରବି ଋତୁରେ ଧାନ ସଂଗହ ୩୦,୯୨୫.୩୭ କ୍ଵିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ରୁ ୧୦,୯୪୨.୮୫ କ୍ଵିଣ୍ଟାଲ ଧାନ ସଂଗ୍ରହଣ ହୋଇଛି।ବର୍ତ୍ତମାନ ୨୦୨୪-୨୫ ରବି ପାଇଁ ୧୦୫୨ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ବୈଠକରେ ଚାଷୀ ପ୍ରତିନିଧି ଝାଡେଶ୍ୱର ଖାଡଙ୍ଗା ଏବଂ ଜଗଦୀଶ ଚନ୍ଦ୍ର ବିଷୋୟୀ,ମିଲର ସଭାପତି ପ୍ରଦୀପ ମିଶ୍ର ଏବଂ ସମ୍ପାଦକ ବିଶ୍ବମ୍ବର ଦାସ,ଡି ଏସ ଡ ବ୍ଲୁ ଓ, ଡି ଆଇ ପି ଆର୍ ଓ, ଏ ଆର୍ ସି ଏସଙ୍କ ସହ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ଜିଲ୍ଲା ସ୍ତରୀୟ ନିର୍ବାଚନ ପରିଚାଳନା ବୈଠକ ଅନୁଷ୍ଠିତ

masiha

ଗଠନ ହେଲା ଖଇରା ଲିଗାଲ ଫୋରମ

ଦାବି ମୁତାବକ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ପଦୋନ୍ନତି ସୀମାକୁ କମାଇ ଦେଇଥିବାରୁ  ଲକ୍ଷ୍ମୀପୁର ଶିକ୍ଷକ ସଂଗଠନ ତରଫରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଧନ୍ୟବାଦ ଜଣାଇଲେ

Sunil Chandra Nayak

Leave a Comment

error: Content is protected !!