ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆବାସ ଯୋଜନା ସାତ ସପନ, ପଲିଥିନ କୁଡ଼ିଆରେ ଦିନ କାଟୁଛନ୍ତି ବେଣୁଧର

କୋକସରା,୨୭/୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ଭିର୍କାପଡା ର ବେଣୁଧର ଦାସ। ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଘର ଖଣ୍ଡେ ତାଙ୍କୁ ମିଳି ପାରିନାହିଁ। ଫଳରେ ଦୀର୍ଘ ୩ ବର୍ଷ ହେବ ଭଙ୍ଗା ଦଦରା ଘରେ ପଲିଥିନ ଘୋଡାଇ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରି ଆସୁଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବିଭିନ୍ନ ସମୟରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ଗୁହାରି କରିଛନ୍ତି। ହେଲେ ତାଙ୍କ ପ୍ରତି କାହାରି ଦୃଷ୍ଟି ପଡିନାହିଁ। କେତେ ବେଳେ ଯେ’ ଏହି ଚାଲ ଛପର ପଲିଥିନ କୁଡ଼ିଆ ଭୁଷୁଡି ପଡିବ ତା’ର ମଧ୍ୟ ଠିକ ଠିକଣା ନାହିଁ। ଏମିତି ରେ ଭଗବାନ ଭରସାରେ ବାପ ପୁଅ ଦୁହେଁ ଏହି ଛପର ଘରେ ଦିନ କାଟୁଛନ୍ତି। ପ୍ରତିଦିନ କୁଲି ମଜୁରି କରି ବେଣୁଧର ପରିବାର ପ୍ରତିପୋଷଣ କରୁଥିବା ବେଳେ ପକ୍କା ଘର ଖଣ୍ଡିଏ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଫଳରେ ଭାଗ୍ୟକୁ ଆଦରି ଚୁପ ରହିଥିବା ବେଣୁଧର କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି। ଅନ୍ୟପଟେ ବେଣୁଧର ଙ୍କୁ ଆବାସ ଯୋଜନାରେ ସାମିଲ କରି ପକ୍କାଘର ଖଣ୍ଡିଏ ଯୋଗେଇଦେବା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଏନେଇ ଲଡୁଗାଁ ସରପଞ୍ଚ ନକୁଳ ନାଏକ ଙ୍କ ପ୍ରତିକ୍ରିୟା ନେବାରୁ ଆଗକୁ ଆବାସ ଯୋଜନାରେ ସେ ଯଦି ଘର ପାଇବାକୁ ଯୋଗ୍ୟ ଥିବେ ତାହେଲେ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଳି କହିଛନ୍ତି। ମ ନି ସ 

Related posts

ରାଉରକେଲା – କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଆସନ୍ତା ୧୨ରେ

Sunil Chandra Nayak

ଚୋରି ସାମଗ୍ରୀ ଉଦ୍ଧାର ଜଣେ କୋର୍ଟ ଚାଲାଣ

Sunil Chandra Nayak

ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟ୍ରେନ ଭିତରେ ଚାଳିଛି ଶିକ୍ଷାଦାନ

Sunil Chandra Nayak

Leave a Comment

error: Content is protected !!