ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଭୋଜିଭାତ ଖାଇ ୫୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ୭୦ ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ

ନୂଆପଡା : ଭୋଜିଭାତ ଖାଇ ୫୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ୭୦ ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ । ନିକଟସ୍ଥ ବୋଡେନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ୫୦ ରୁ ଅଧିକ ଅସୁସ୍ଥଙ୍କୁ ଭର୍ତ୍ତିକରି ଚିକିତ୍ସା କରାଯାଉଥିବା ବେଳେ କିଛି ଅସୁସ୍ଥଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଲିଟିସର୍ଗି ଗ୍ରାମର ଘଟଣା । ଆଜି ଗ୍ରାମର ପରମେଶ୍ବର ବାଗଙ୍କ ଝିଅର କୁଆଁରୀ ବ୍ରତରେ ମଧ୍ୟାହ୍ନରେ ଭୋଜିଭାତ ହୋଇଥିଲା । ଯାହାକୁ ଖାଇବା ପରେ ଧିରେ ଧିରେ ଶିଶୁମାନଙ୍କର ପ୍ରଥମେ ଝାଡାବାନ୍ତି ଆରମ୍ଭ ହୋଇଥିଲା । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ନିକଟସ୍ଥ ବୋଡେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଧିରେ ଧିରେ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁଙ୍କ ସହ ଅନ୍ୟ ମାନଙ୍କୁ ମିଶାଇ ଅସୁସ୍ଥଙ୍କ ସଂଖ୍ୟା ୫୦ରୁ ଉର୍ଦ୍ଧ୍ୱ ହୋଇଥିନା ବେଳେ ଏବେ ବି ଲିଟିସର୍ଗି ଗ୍ରାମର ବିଦ୍ୟାଳୟରେ ୧୦ରୁ ଉର୍ଦ୍ଧ୍ୱ ଅସୁସ୍ଥ ହସ୍ପିଟାଲ ଯିବାପାଇଁ ଆମ୍ବୁଲାନ୍ସକୁ ଜଗି ବସିଛନ୍ତି । ସେପଟେ ଆଖପାଖ ଗ୍ରାମର ଅନେକ ଲୋକ ମଧ୍ୟ ଅସୁସ୍ଥ ହୋଇଥିବା ସୂଚନା ରହିଛି । ଗାଁ କୁ ଏକ ଡାକ୍ତରି ଦଳ ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଞ୍ଚଳିକ ବସ୍ତରିଣି ମହାବିଦ୍ୟାଳୟ ସାନଚେରଗାଁ ରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଡେଙ୍ଗୁ ସଚେତନ ଶିବିର

Sunil Chandra Nayak

ବେଦାନ୍ତ ଲିମିଟେଡ୍ ତରଫରୁ ପୋଖରୀବନ୍ଧଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!