ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଆଜିଠାରୁ ୧୮ ରୁ ୫୯ ବର୍ଷୀୟଙ୍କ ପାଇଁ ମାଗଣା ବୁଷ୍ଟର୍ ଡୋଜ

ଏହି ଅଭିଯାନ ୧୫ ଜୁଲାଇ ଠାରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୭୫ ଦିନ ଧରି ଜାରି ରହିବ ….

ରାଜ୍ୟରେ ଆଜିଠୁ ମାଗଣାରେ ୧୮ ରୁ ୫୯ ବର୍ଷର ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ୭୫ ଦିନ ପର୍ଯ୍ୟନ୍ତ ଟିକାକରଣ ମାଗଣାରେ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ଅନ୍‌ଲାଇନ ଓ ଅଫଲାଇନି ମାଧ୍ୟମ ରେ ଟକା କେନ୍ଦ୍ରରେ ଯାଇ ବୁଷ୍ଟର ଡୋଜ୍‌ ନେଇପାରିବେ ଲୋକେ।ଆଜାଦୀ କା ଅମୃତ ମହୋତ୍ସବ ସମାରୋହ ପାଳନର ଅଂଶବିଶେଷ ସ୍ୱରୂପ ଏହି ସ୍ୱତନ୍ତ୍ର କୋଭିଡ ଟିକାକରଣ ଅଭିଯାନକୁ ‘ମିଶନ୍‌ ମୋଡ’ରେ କାର୍ଯ୍ୟକାରୀ କରାଯିବ ।ସବୁ ଯୋଗ୍ୟ ନାଗରିକମାନଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ୍‌ ଟିକା ଯୋଗାଇ ଦେବାର ଲକ୍ଷ୍ୟ ନେଇ ଏହି ବିଶେଷ ଅଭିଯାନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସଚିବ ଏବଂ ଏନ୍‌ଏଚ୍‌ଏମ୍‌ ଏମ୍‌ଡିମାନଙ୍କୁ ନେଇ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅଧ୍ୟକ୍ଷତା କରିଥିଲେ । ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦେବା ଏବଂ ସେମାନଙ୍କୁ ବୁଷ୍ଟର ଡୋଜ୍‌ ଟିକାକରଣ ଅଭିଯାନରେ ସାମିଲ କରିବା ଲାଗି ଏକ ବ୍ୟାପକ ଏବଂ ମହତ୍ବାକାଂକ୍ଷୀ ପୂର୍ଣ୍ଣ କୋଭିଡ ୧୯ ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିବେଦନ କରାଯାଇଛି। ଏହି ଅଭିଯାନ ୧୫ ଜୁଲାଇ ଠାରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୭୫ ଦିନ ଧରି ଜାରି ରହିବ । ୧୮ ବର୍ଷରୁ ଅଧିକ ସବୁ ବ୍ୟକ୍ତି ଯେଉଁମାନେ ଦ୍ବିତୀୟ ଡୋଜ୍‌ ଟିକା ନେବାର ୬ ମାସ (୨୬ ସପ୍ତାହ) ପୂରଣ କରିସାରିଛନ୍ତି ସେମାନେ ବୁଷ୍ଟର ଡୋଜ୍‌ ନେବା ଲାଗି ଯୋଗ୍ୟ ହୋଇପାରିବେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଭଲ ଖବର – ଆଜି ଠୁଁ କଲମପୁର ଗୋଷ୍ଟି ସ୍ୱସ୍ଥ୍ୟ କେନ୍ଦ୍ରରେ ମିଳିବ ଜଳାତଙ୍କ ଟୀକା

Sunil Chandra Nayak

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଡାକ୍ତର ଖାନରେ ଡାଇଲିସିସ ରେ ଘୋ୍ର ଅବ୍ୟବସ୍ଥା । କିମିସ ମେଡ଼ିକାଲ ର ନେଗୀଟିଭ ରିପୋର୍ଟ ଫୁଲବାଣୀ ରେ ପଜିଟିଭ । ରୋଗୀ ଖର୍ଚ୍ଚାନ୍ତ ରେ ପଢୁଛି

Sunil Chandra Nayak

ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର

Sunil Chandra Nayak

Leave a Comment

error: Content is protected !!