ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରିୟ ୧୯ବର୍ଷ ଏବଂ ୧୬ ବର୍ଷରୁ କମ ଟର୍ଣ୍ଣାମେଣ୍ଟ ପାଇଁ ଜିଲ୍ଲା କ୍ରିକେଟ ଟିମ୍ ଦଳ ଚୟନ 

ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରିୟ ୧୯ବର୍ଷ ଏବଂ ୧୬ ବର୍ଷରୁ କମ ଟର୍ଣ୍ଣାମେଣ୍ଟ ପାଇଁ ଜିଲ୍ଲା କ୍ରିକେଟ ଟିମ୍ ଦଳ ଚୟନ 

ନବରଙ୍ଗପୁର (୨୭|୪)(ରବି ନାରାୟଣ ମହାନ୍ତି) (ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ ଠାରେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରିୟ ୧୯ବର୍ଷ ଏବଂ ୧୬ ବର୍ଷରୁ କମ ଟର୍ଣ୍ଣାମେଣ୍ଟ ପାଇଁ ଜିଲ୍ଲା କ୍ରିକେଟ ଟିମ୍ ଦଳ ଚୟନ ଶେଷ ହୋଇଛି। ଗତ ୧୫ତାରିଖରୁ ଆରମ୍ଭ ହୋଇଥିବା ଲିଗ୍ ଟୁର୍ଣ୍ଣାମେଣ୍ଟରେ ମୋଟ ୫ଗୋଟି କ୍ଲବ ଅଂଶ ଗ୍ରହଣ କରିଥିଲେ। ଅନ୍ତିମ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ସଭାପତି ଦେବାସିଷ ପଟ୍ଟନାୟକ, ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଏମ. ବାଲ କ୍ରିଷ୍ଣା ରାଓ,ଜିଲ୍ଲା କ୍ରିକେଟ ସଂଘର କର୍ଯ୍ୟନିର୍ବାହି ସଦସ୍ୟ ଅଶୋକ ନାୟକ ଏବଂ ଶଶାଙ୍କ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଚୟନ ଶିବିରରେ ଫ୍ରେଣ୍ଡସ କ୍ଲବ, ରାଜୀବ କ୍ଲବ, ସ୍ପର୍ଟିଂ କ୍ଲବ, ରିଲାଇନ୍ସ ସ୍ପୋର୍ଟସ ଦଳ, ପରମଜିତ କ୍ରିକେଟ ଫାଉଣ୍ଡେସନ ମଧ୍ୟରେ ମ୍ୟାଚ୍ ହୋଇଥିଲା । ଫାଇନାଲ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ସ୍ପୋର୍ଟସ କ୍ଲବ ନିର୍ଦ୍ଧାରିତ ୫୦ ଓଭର ରେ ସମସ୍ତ ୱିକେଟ ହରାଇ ୧୩୫ରନ୍ କରିଥିବା ବେଳେ ଏହାର ଜବାବରେ ପାରମଜିତ କ୍ରିକେଟ ଫାଉଣ୍ଡେସନ ୫ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲେ। ଉକ୍ତ ପାଞ୍ଚଟି ଦଳର ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଚୁଡାନ୍ତ ଦଳ ଚୟନ କରାଯିବା ନିମନ୍ତେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘର ପିଚ କ୍ଵିରେଟର ଦୁର୍ଯ୍ୟ ହରିଜନ ଏବଂ ଜିଲ୍ଲା କୋଚ ଜି ଚନ୍ଦ୍ରଶେଖର ରାଜା ଙ୍କୁ ଦାଇତ୍ୱ ଦିଆଯାଇଛି। ଚୂଡାନ୍ତ ଦଳ ଚୟନ ପରେ ଜିଲ୍ଲା ଦଳ କଟକ ଗସ୍ତ କରିବେ ବୋଲି ଜିଲ୍ଲା କ୍ରିକେଟ ସଂଘର ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମର ପରିଚାଳନାରେ ମହିଳା କ୍ରିକେଟ ଦଳର ଅଜିତା ଦାସ, ରୋଇଲା ଭତରା, ସାଇ କୁମାର, ସୁବ୍ରତ ଗଣ୍ଡ,ଜିଲ୍ଲା କ୍ରିକେଟ ସଂଘର ସଦସ୍ୟ ଶ୍ରୀ ଲମ୍ବୋଦର ସୈରା ପ୍ରମୁଖ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମା’ ଅମ୍ବିକା ୟୁଥ୍ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଷ୍ଟାର ଇଲେଭେନ ନହଙ୍ଗ ବିଜୟୀ

masiha

ପୁରୁଷ ହକି ବିଶ୍ଵ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ୪ ଦିବସୀୟ ରାଇରଙ୍ଗପୁର ପ୍ରମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

Leave a Comment

error: Content is protected !!