ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ 

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ 

ଆଜି କୋରାପୁଟ ଜିଲ୍ଲା ସଦର ମହକୁମା ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କ ନିକଟରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରିବା ସଙ୍ଗେ ସଙ୍ଗେ ସ୍ମୃତିଚାରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ଗୌଡ଼, ପୂର୍ବତନ ବିଧାୟକ ନିମାଇଁ ସରକାର, ପ୍ରେସକ୍ଳବ ସଭାପତି ଭବାନୀ ଶଙ୍କର ମିଶ୍ର, ସମାଜସେବି ରୂପକ ତୁରୁକ, କାମାକ୍ଷା ପ୍ରସାଦ ମାଝୀ,ମଣ୍ଡଳ ସଭାପତି Y. ସତ୍ୟ ନାରାୟଣ, ବିଜୟ ମିଶ୍ର, ସ୍ମାରକୀ କମିଟି ସଭ୍ୟ ରମା ପ୍ରସାଦ ଶର୍ମା, ଅଧ୍ୟାପକ ରବି ଶତପଥି ପ୍ରମୁଖ ଯୋଗଦାନ କରିଥିଲେ l ମଧୁବାବୁ ଓଡ଼ିଶାର ପ୍ରଥମ ବାରିଷ୍ଟର ଥିଲେ ଏବଂ ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ପ୍ରମୁଖ ଭୂମିକା ଥିଲା ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଅଲିଭା ବେହେରା ଓ ସନ୍ତୋଷ ସେଠି ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଉଦ୍ ଯାପିତ 

Sunil Chandra Nayak

କାମାକ୍ଷାନଗର ଶିଵୁଳାପଶି ସ୍ଵପ୍ନେଶ୍ବର ପୀଠରେ ବସିଲା ଚଳିତ ବର୍ଷର ଷୋଳ ପୂଜା ପାଇଁ ପ୍ରସ୍ତୁତି ବୈଠକ, ଯୋଗଦେଲେ ଆଖ ପାଖ ୨୪ ଖଣ୍ଡ ଗାଁ ର ମୂରବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି 

Sunil Chandra Nayak

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

masiha

Leave a Comment

error: Content is protected !!