ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡ଼ାହାଣ୍ଡିବ୍ଲକ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ପାପଡ଼ାହାଣ୍ଡିବ୍ଲକ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର:( ତା୨୮.୦୪.୨୦୨୫)(ରବି ନାରାୟଣ ମହାନ୍ତି)ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଭାରପ୍ରାପ୍ତ ବି ଡି ଓ ମନୋଜ ପାଣିଗ୍ରାହୀ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୬୨ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୪୨ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୨୦ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।ଚିହ୍ନଟ ୬ ଜଣ ଦିବ୍ୟାଙ୍ଗ ଙ୍କୁ ହୁଈଲ ଚେୟାର ପ୍ରଦାନ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୁଲିହlରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପରିବେଶ ଦିବସ ପାଳିତ

masiha

ଅନୁକୂଳଚଂଦ୍ର ସଂଘର ବୃକ୍ଷ ରୋପଣ କାର୍ଯ୍ୟକ୍ରମ।

Sunil Chandra Nayak

ନୂଆପଡା ଜିଲ୍ଲାର ଦୃଷ୍ଟିହୀନ ଦିବ୍ୟାଙ୍ଗ ମାନଙ୍କ ପାଇଁ ନୂଆ ଆଶା ଆଣିଲା ଟର୍ଚ୍ଚ-ଇଟ୍ ଫାଉଣ୍ଡେସନ। ବିତରଣ କଲା ଆଧୁନିକ ସହାୟକ ସାମଗ୍ରୀ 

masiha

Leave a Comment

error: Content is protected !!