ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲର ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲର ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

 କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଏମ୍‌ସ ପ୍ଲସ ପ୍ଲସ (AIIMS ++) ସ୍ତରକୁ ବିକଶିତ ହେବ
୧୫୯୪ କୋଟିରେ ବୁର୍ଲା ଭୀମସାର, ୧୦୧୪.୧୩ କୋଟିରେ
ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ, ୬୨୭.୧୬ କୋଟିରେ ରାଉରକେଲା ସରକାରୀ ହସ୍‌ପିଟାଲର ପୁନଃବିକାଶ କରାଯିବ

ଭୁବନେଶ୍ୱର ୨୯ ଏପ୍ରିଲ ୨୦୨୫ //      ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ରାଜ୍ୟରେ ଚାଲିଥିବା ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲ ଗୁଡିକର ପୁନଃବିକାଶ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଛନ୍ତି ।ସମୀକ୍ଷାରୁ ଜଣାଯାଇଛି ଯେ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ୪୪୭୪.୪୯ କୋଟି ବିନିଯୋଗରେ ଜାରି ରହିଛି । ଏହି ପ୍ରକଳ୍ପ ଜୁନ୍ ୨୦୨୬ ସୁଦ୍ଧା ସଂପୂର୍ଣ୍ଣ କରିବାପାଇଁ ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସଂପୂର୍ଣ୍ଣ ହେଲେ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ୩୭୯୬କୁ ବୃଦ୍ଧି ପାଇବ । ଏହି ମେଡିକାଲ କଲେଜ ଏମ୍‌ସ ପ୍ଲସ ପ୍ଲସ (AIIMS ++) ଭାବେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

  ସେହିପରି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନସର୍‌ ପ୍ରତିଷ୍ଠାନ ତଥା ହସ୍‌ପିଟାଲର ମଧ୍ୟ ପୁନଃବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୮୯୫.୮୯ କୋଟି ଟଙ୍କା ବିନିଯୋଗ ହେଉଛି । ଦ୍ବିତୀୟ ପର୍ଯ୍ୟାୟ ପୁନଃବିକାଶ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଏହାର ଶଯ୍ୟା ସଂଖ୍ୟା ୧୧୨୭କୁ ବୃଦ୍ଧି ପାଇବ।ବୁର୍ଲା ଭିମସାରର ୧୫୯୪ କୋଟି ଟଙ୍କା ବିନିଯୋଗରେ ପୁନଃବିକାଶ କାର୍ଯ୍ୟ କରାଯିବ। ବର୍ତ୍ତମାନ ଏହାର ଶଯ୍ୟା ସଂଖ୍ୟା ୧୪୮୫ ରହିଛି। କାର୍ଯ୍ୟ ସଂପନ୍ନ ହେବାପରେ ସମସ୍ତ ଅତ୍ୟାଧୁନିକ ସୁବିଧାସୁଯୋଗ ସହିତ ଏହା ବୃଦ୍ଧି ପାଇ ୨୮୬୧ରେ ପହଞ୍ଚିବ।

ସେହିପରି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ ପାଇଁ ୧୦୧୪.୧୩ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ପୁନଃବିକାଶ କାର୍ଯ୍ୟ କରାଯିବ। ପୁନଃବିକାଶ ପରେ ଏହାର ଶଯ୍ୟା ସଂଖ୍ୟା ୧୫୮୩ ରୁ ୨୦୩୩କୁ ବୃଦ୍ଧି ପାଇବ। ରାଉରକେଲା ସରକାରୀ ହସ୍‌ପିଟାଲର ପୁନଃବିକାଶ ପାଇଁ ୬୨୭.୧୬ କୋଟି ଟଙ୍କା ଅଟକଳ କରାଯାଇଛି । ପୁନଃବିକାଶ ପରେ ଏହାର ଶଯ୍ୟା ସଂଖ୍ୟା ୪୩୭ ରୁ ୭୬୩ କୁ ବୃଦ୍ଧି ପାଇବ।

ସେହିପରି ଭୁବନେଶ୍ବର କ୍ୟାପିଟାଲ ହସ୍‌ପିଟାଲକୁ ୫୯୫୮ କୋଟି ଟଙ୍କା ବ୍ୟୟରେ ପୁନଃବିକାଶ କରାଯିବ। ପୁନଃବିକାଶ ପରେ ଏହାର ଶଯ୍ୟା ସଂଖ୍ୟା ୭୫୦ ରୁ ୨୫୮୨ କୁ ବୃଦ୍ଧି ପାଇବ।ଏହି ସମସ୍ତ ମେଡିକାଲ ପ୍ରକଳ୍ପ ଗୁଡିକରେ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ସୁବିଧା, ହଷ୍ଟେଲ, ଏକାଡ଼େମିକ ବିଲ୍ଡିଂ, ରୋଗୀ ସଂପର୍କୀୟଙ୍କ ରହଣୀସ୍ଥଳ, ଷ୍ଟାଫ କ୍ବାର୍ଟର, ଖେଳପଡିଆ, ଅଡିଟୋରିଅମ୍ ଭଳି ଉନ୍ନତ ଭିତ୍ତିଭୂମି ନିର୍ମାଣ ହେବ।

ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ବତୀ ଏସ୍ ଏବଂ ଓ.ବି.ସି.ସିର ପରିଚାଳନା ନିର୍ଦ୍ଦେଶକ ଓ ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

42 ଡିଗ୍ରୀ ତାପମାତ୍ରା ରେ ଶିଖୁଛି ଧରାକୋଟ ଅଞ୍ଚଳ

Sunil Chandra Nayak

କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

Sunil Chandra Nayak

ଉତ୍କେଲା ବିକାଶ ମଞ୍ଚ ର ମାସିକ ବୈଠକ

Sunil Chandra Nayak

Leave a Comment

error: Content is protected !!