ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ଶ୍ରମିକ ଦିବସ ଅବସରରେ ବାଲୁକା କଳା

ବିଶ୍ୱ ଶ୍ରମିକ ଦିବସ ଅବସରରେ ବାଲୁକା କଳା

କର୍ଲାମୁଣ୍ଡା: ୧୯୮୬ ମସିହା ମେ’ ପହିଲା କୁ ବିଶ୍ୱ ଶ୍ରମିକ ଦିବସ ବା ମଇ ଦିବସ ଭାବରେ ପାଳନ କରାଯାଇ ଆସୁଅଛି l ଶ୍ରମିକ ମାନଙ୍କ ଉପରେ ପୁଞ୍ଜିପତି ମାନଙ୍କ ଶୋଷଣ ବିରୁଦ୍ଧରେ ଆମେରିକାର ବାଲ୍ଲୀମୋର ସହରରେ ୧୮୬୬ ଅଗଷ୍ଟ ୨୦ ତାରିଖରେ ୬୦ଟି ୟୁନିଅନର ପ୍ରତିନିଧି ମାନେ ଏକତ୍ରିତ ହୋଇ ୮ଘଣ୍ଟା କାର୍ଯ୍ୟ ସମୟ ଦାବି କରିଥିଲେ l ଏହି ଦାବି ଠାରୁ ଜନ୍ମ ନେଇଥିଲା ବିଶ୍ୱ ଶ୍ରମିକ ଦିବସ l ଭାରତରେ ପ୍ରଥମେ ୧୯୨୩ ମସିହା ମେ’ ୧ ତାରିଖରେ ଚେନ୍ନାଇ ଠାରେ ଶ୍ରମିକ ଦିବସ ପାଳନକରାଯାଇଥିଲା l ସ୍ୱାଧୀନତାର ୭୮ ବର୍ଷ ବିତି ଯାଇଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରମିକ ମାନେ ତାଙ୍କର ନ୍ୟାର୍ଯ୍ୟ ଅଧିକାର ପାଇ ପାରି ନାହାନ୍ତି l ଓଡିଶାରେ ଶ୍ରମ ଭିତ୍ତିକ ଶିଳ୍ପାୟନର ଅଭାବ କାରଣରୁ ଓ କର୍ମନିଯୁକ୍ତି ଅଭାବରୁ ହଜାର ହଜାର ଶ୍ରମିକ ପ୍ରତିବର୍ଷ ସୁରଟ, ତାମିଲନାଡୁ ଭଳି ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି l ଶ୍ରମିକ ଦଲାଲ ଓ ମାଲିକ ମାନଙ୍କ ଦ୍ୱାରା ନିର୍ଯାତିତ ହୋଇ ସେମାନଙ୍କର ଶ୍ରମର ଉଚିତ ମୂଲ୍ୟ ପାଇ ପାରୁ ନାହାନ୍ତି l ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଡ଼ଙ୍ଗରମୁଣ୍ଡା ଗ୍ରାମର ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଜଣେ ଶିକ୍ଷିତ ଯୁବକ ଇଟା ଭାର ସହ ନିଜର ଛୋଟ ଶିଶୁକୁ ବୋହି ନେଉଥିବାର ଦୃଶ୍ୟ କୁ ନିଖୁଣ ଭାବରେ ଅଙ୍କନ କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

masiha

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତିନି କର୍ମଚାରୀ ଙ୍କୁ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଜିଲ୍ଲା ସ୍ତରୀୟ ନିରୀକ୍ଷଣ ଟିମ୍ ଉମରକୋଟ ବ୍ଲକର ବିଭିନ୍ନ ବିହନ ବ୍ୟବସାୟୀଙ୍କ ଦୋକାନ ଉପରେ ନିରୀକ୍ଷଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ 

masiha

Leave a Comment

error: Content is protected !!