ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ

ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ

ନବରଙ୍ଗପୁର:(୩୦|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଝାଲିଆଗୁଡା ଠାରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି। କୃଷକ ମୋର୍ଚ୍ଚା ସଭାପତି ଜି କିରଣ କୁମାର ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ଡାବୁଗାଁ ବ୍ଲକ ବିଜେପି ର ବରିଷ୍ଠ ନେତା ଜେ ରାଜଶେଖର ରାଓ, ଜିଲ୍ଲା ତରଫରୁ କୃଷକ ଦିବସ ପାଇଁ ମନୋନୀତ ପ୍ରତାପ ଚନ୍ଦ୍ର ପଣ୍ଡା, ରତନ କଲାର, ଭୀମସେନ ଜେନା, ଲକ୍ଷ୍ମୀ ଜାନୀ, କାଞ୍ଚନ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ। ଜେ ରାଜଶେଖର ରାଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ଥିଲେ। ଜୟନ୍ତ କୁମାର ପାତ୍ର ବିହନ ବୁଣି ଥିଲେ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଚାଷୀଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେଇଥିଲେ। ଜି କିରଣ କୁମାର ବିଭିନ୍ନ ଗାଁ ରୁ ଆସିଥିବା ଚାଷୀ ମାନଙ୍କୁ ବିହନ ବଣ୍ଟନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡରେ ସାଂସଦ ବସନ୍ତ ପଣ୍ଡା ଙ୍କ ଜନ ସମ୍ପର୍କ ଯାତ୍ରା , ଘର କୁ ଘର ବୁଲି ବାଣ୍ଟିଲେ ପ୍ରଚାର ପତ୍ର

Sunil Chandra Nayak

କାମାକ୍ଷାନଗର ବ୍ଲକରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ଧର୍ମଗଡ଼ ରେ ନିର୍ବାଚନୀ ବିଗୁଲ ଫୁଙ୍କିଲେ ରାଜ୍ୟ ବିଜେପି ସଭାପତି 

masiha

Leave a Comment

error: Content is protected !!